ETV Bharat / bharat

ଯିଏ ମଦ ପିଇବ ସିଏ ମରିବ: ବିହାର ମୁଖ୍ୟମନ୍ତ୍ରୀ - ଯିଏ ମଦ ପିଇବ ସିଏ ମରିବ

ବିହାରରେ ମଦ ମୃତ୍ୟୁକୁ ନେଇ ନୀତିଶ କୁମାରଙ୍କ ବୟାନ । ଯେଉଁମାନେ ମଦ ପିଇବେ ସେମାନେ ମରିବେ ବୋଲି କହିଲେ ବିହାର ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଯିଏ ମଦ ପିଇବ ସିଏ ମରିବ: ବିହାର ମୁଖ୍ୟମନ୍ତ୍ରୀ

author img

By

Published : Dec 15, 2022, 2:56 PM IST

ପାଟଣା: ବିହାରରେ ମଦ ମୃତ୍ୟୁ ଘଟଣା, ଯିଏ ମଦ ପିଇବ ସିଏ ମରିବ । ବିସ୍ଫୋରକ ବୟାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ । ଯେଉଁମାନେ ମଦ ପିଇବେ ସେମାନେ ମରିବେ ବୋଲି କହିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମଦ ମୃତ୍ୟୁ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରଶ୍ନକରିବାରୁ ସେ ଏପରି ଉତ୍ତର ରଖିଛନ୍ତି ।

ଏଥି ସହ ସେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ''ମଦ ନପିଇଲେ କଣ କଣ ବେନିଫିଟ ହୋଇଥାଏ ସେନେଇ ବିଜେପି ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । ବିହାରରେ ମଦ ବ୍ୟାନ ହେବା ମୋର ନିଷ୍ପତ୍ତି ନୁହେଁ, ସବୁ ଦଳ ଏହି ଆଇନକୁ ସମର୍ଥନ କରିବା ପରେ ଏହା ଲାଗୁ ହୋଇଥିଲା । ରାଜ୍ୟର ମହିଳା ମାନେ ଏହି ଆଇନକୁ ଲାଗୁ କରିବାକୁ ଦାବି କରିଥିଲେ । ଆଉ ଏହା ସମାଜ ପାଇଁ ଫଳପ୍ରଦ ମଧ୍ୟ ହୋଇଥିଲା ।''

ଏହା ମଧ୍ୟ ପଢନ୍ତୁ-Bihar Hooch Tragedy: ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୨ ପୋଲିସ କର୍ମୀ ନିଲମ୍ବିତ

''ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ଯେ, ଯେଉଁ ସବୁ ରାଜ୍ୟରେ ମଦ ମୃତ୍ୟୁ ହୋଉଛି, ସେତେବେଳେ ତାଙ୍କ ଶାସନ କେଉଁଆଡେ ଯାଉଛି । ମଦ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ , ଯିଏ ମଦ ପିଇବ ସିଏ ମରିବ ବୋଲି କହିଛନ୍ତି ନୀତିଶ ।''

ଗତକାଲି ବିହାରର ଛପରା ଜିଲ୍ଲାର ସାରଣ ଅଞ୍ଚଳରେ ଘଟିଥିଲା ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି । ହି ଘଟଣାରେ ଏସପି ସନ୍ତୋଷ କୁମାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି (Action In Chapra Poisonous Liquor Case) । ଏସଆଇ ରିତେଶ ମିଶ୍ର ଏବଂ କନଷ୍ଟେବଳ ବିକାଶ ତିୱାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି (SI and chowkidar suspended in chapra) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.