ETV Bharat / bharat

ବିହାର RJD ମୁଖ୍ୟଙ୍କ ବିବାଦୀୟ ବୟାନ, ପାକିସ୍ତାନ ଏଜେଣ୍ଟ ଭାବେ ଗିରଫ ହେଉଥିବା ଅଭିଯୁକ୍ତ ହିନ୍ଦୁ - ବିହାର RJD ମୁଖ୍ୟଙ୍କ ବିବାଦୀୟ ବୟାନ

RJD ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂଙ୍କ ବିବାଦୀୟ ବୟାନ । ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମିକ ସଂଗଠନ PFI କୁ RSS ସହ କଲେ ତୂଲନା । କହିଲେ ପାକିସ୍ତାନ ଏଜେଣ୍ଟ ଭାବେ ଗିରଫ ଅଭିଯୁକ୍ତ ହିନ୍ଦୁ । ଅଧିକ ପଢନ୍ତୁ

PFI, RSS ପରି ଏକ ସଂଗଠନ, ପାକିସ୍ତାନ ଏଜେଣ୍ଟ ଭାବେ ଗିରଫ ହେଉଥିବା ଅଭିଯୁକ୍ତ ହିନ୍ଦୁ: ବିହାର RJD ମୁଖ୍ୟ

author img

By

Published : Jul 23, 2022, 7:54 PM IST

ପାଟନା: ବିବାଦୀୟ ବୟାନର ସମସ୍ତ ସୀମା ଟପି ଯାଇଛନ୍ତି RJD ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂ । ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଜଗଦାନନ୍ଦ ସରକାରଙ୍କ ଦ୍ବାରା ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମିକ ସଂଗଠନ PFI କୁ RSS ସହ ସମାନ ସଂଗଠନ ବୋଲି କହିଛନ୍ତି । ଜଗଦାନନ୍ଦ କହିଛନ୍ତି, ଉଭୟ ସଂଗଠନ ସମାନ ଉଦ୍ଦେଶ୍ୟ ପାଇଁ ସଞ୍ଚାଳିତ ହେଉଛନ୍ତି । ବିଜେପିର ମୂଳ ଆଦର୍ଶବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ଓ ଚରମପନ୍ଥୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଅଣ୍ଡିଆ (PFI) ମଧ୍ୟରେ କୌଣସି ଫରକ ନାହିଁ । ଉଭୟ ସଂଗଠନ ସେମାନଙ୍କ ସମ୍ପ୍ରଦାୟର ରକ୍ଷା କରିବା ପାଇଁ ପ୍ରତିଷ୍ଠିତ ଓ ସଞ୍ଚାଳିତ ହେଉଛନ୍ତି ବୋଲି କହିଛନ୍ତି ଜଗଦାନନ୍ଦ ।

  • #WATCH | Their (PFI) organisation is like RSS.They also want to serve their community but why do you call them anti-nationals?...Whenever dangerous persons were arrested by the security forces as Pakistani agents, all of them were related to RSS & Hindu community: Bihar RJD chief pic.twitter.com/SWOlMf439T

    — ANI (@ANI) July 23, 2022 " class="align-text-top noRightClick twitterSection" data=" ">

ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଜଗଦାନନ୍ଦ କହିଛନ୍ତି, ଉଭୟ ସଂସ୍ଥାର ଆଭିମୁଖ୍ୟ ଏକ । କିନ୍ତୁ PFIକୁ ରାଷ୍ଟ୍ର ବିରୋଧୀ ବୋଲି ଆଖ୍ୟା ପ୍ରଦାନ କରାଯାଉଛି । ଅନ୍ୟପଟେ ସେ ସ୍ବଂୟ ସେବକ ସଂଘକୁ ଟାର୍ଗେଟ କରିବାକୁ ଯାଇ ସେ ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି । ପାକିସ୍ତାନୀ ଏଜେଣ୍ଟ ଭାବେ ଯେଉଁମାନେ ସୁରକ୍ଷା ବଳ ଦ୍ବାରା ଗିରଫ ହେଉଛନ୍ତି, ସେମାନେ ସମସ୍ତେ ହିନ୍ଦୁ । ସେମାନଙ୍କ ସମ୍ପର୍କ ହିନ୍ଦୁ ସମାଜ ଓ ସଂଘ ପରିବାର ସହ ଜଡିତ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଜଗଦାନନ୍ଦ ।

ପପୁଲାର ଫ୍ରଣ୍ଟ ଅଫ ଅଣ୍ଡିଆ (PFI) କୁ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ, ଆକ୍ରମଣ ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ପ୍ରଶିକ୍ଷଣ ଯୋଗାଇବା, ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଇବା, ଦେଶରେ ଆକ୍ରମଣ କରି ଅସ୍ଥିରତା ସୃଷ୍ଟି ପାଇଁ ଷଡଯନ୍ତ୍ର କରିବା ଭଳି ଏକାଧିକ ଅଭିଯୋଗ ପାଇଁ ପ୍ରତିବନ୍ଧ ଲଗାଇଛନ୍ତି କେନ୍ଦ୍ର ସରକାର । ଚରମପନ୍ଥୀ ସଂଗଠନ PFI କୁ ବିହାର ଆରଜେଡି ନେତାଙ୍କ ଏପରି ସିଧାସଳଖ ସମର୍ଥନ ବୟାନ ଏବେ ରାଜନୈତିକ ମାହୋଲକୁ ଉଷ୍ମ କରିଛି । ଘଟଣା ନେଇ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.