ETV Bharat / bharat

Terrorist Killed In 2021: 19 ପାକିସ୍ତାନୀ ସମେତ 171 ଆତଙ୍କୀଙ୍କୁ ସଫା କରିଛି ସେନା - ଚଳିତ ବର୍ଷ ଜମ୍ମୁ କାଶ୍ମୀର ୧୭୧ ଆତଙ୍କବାଦୀ ନିହତ

ଚଳିତବର୍ଷ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସହିତ ଲଢେଇରେ ସୁରକ୍ଷାବଳକୁ ସଫଳତା ମିଳିଛି। ୨୦୨୧ ରେ ଘାଟିରେ ୧୭୧ ଆତଙ୍କବାଦୀଙ୍କୁ ନିହତ କରିଛି ସେନା । ସେଥି ମଧ୍ୟରୁ ୧୯ ଜଣ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜମ୍ମୁକାଶ୍ମୀର ଆଇଜିପି ବିଜୟ କୁମାର । ଅଧିକ ପଢନ୍ତୁ

Terrorist Neutralised valley in 2021: ୧୭୧ ଆତଙ୍କବାଦୀଙ୍କୁ ନିହତ କରିଛି ସେନା, 19 ପାକିସ୍ତାନୀ

author img

By

Published : Dec 31, 2021, 5:28 PM IST

ଶ୍ରୀନଗର: ଚଳିତବର୍ଷ ଆତଙ୍କବାଦୀଙ୍କ ସହିତ ଲଢେଇରେ ସୁରକ୍ଷାବଳକୁ ମିଳିଛି ସଫଳତା । ସୁରକ୍ଷାବଳ ଗୁରୁତ୍ବପୂର୍ଣ୍ଣ ଅପରେସନ କରି ଆତଙ୍କବାଦୀଙ୍କୁ ଦମନ କରିବାରେ ସଫଳ ହୋଇଛନ୍ତି । ବର୍ଷ ୨୦୨୧ ରେ ଘାଟିରେ ଆତଙ୍କବାଦୀଙ୍କ ଲଢେଇରେ ୧୭୧ ଆତଙ୍କବାଦୀଙ୍କୁ ନିହତ କରିଛି ସେନା (171 Terrorist Neutralized in valley in 2021 ) । ସେଥିମଧ୍ୟରୁ ୧୯ ଜଣ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜମ୍ମୁକାଶ୍ମୀର ଆଇଜିପି ।

ଆଜି ବର୍ଷ ଶେଷଦିନରେ ସାମ୍ବାଦିକ ସମ୍ମିଳନୀରେ ଜମ୍ମୁକାଶ୍ମୀର ଆଇଜିପି ବିଜୟ କୁମାର (Jammu and kashmir IGP Vijay Kumar) କହିଛନ୍ତି ଯେ, ଗତ ଡିସେମ୍ବର ୧୩ ତାରିଖ ଦିନ ଜମ୍ମୁକାଶ୍ମୀର ପୋଲିସ ଗାଡିକୁ ଆତଙ୍କବାଦୀ ମାନେ ଆକ୍ରମଣରେ ତିନି ଜଣ ପୋଲିସ ଶହୀଦ ହୋଇଥିଲେ ଏବଂ ୧୧ ଜଣ ଆହତ ହୋଇଥିଲେ ।

ଏଥିରେ ସଂପୃକ୍ତ ୩ ଜଣ ଆତଙ୍କବାଦୀଙ୍କୁ ସେନା ଏନକାଉଣ୍ଟର କରିଛି। ଏହା ସହ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେନା ଘାଟିରେ ଆତଙ୍କବାଦୀଙ୍କ ସହିତ ଲଢେଇକୁ ଜୋରଦାର କରିଛି । ୧୭୧ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ସେଥି ମଧ୍ୟରୁ ୧୯ ଜଣ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ୧୫୨ ଜଣ ସ୍ଥାନୀୟ ଆତଙ୍କବାଦୀ ରହିଥିବା ଜଣାପଡିଛି। ତେବେ ଗତବର୍ଷ ୩୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ଚଳିତବର୍ଷ ୩୪ ଜଣ ସାଧାରଣ ନାଗିରିକ ପ୍ରାଣ ହରାଇଛନ୍ତି।

ଘାଟିରେ ବର୍ତ୍ତମାନ ୧୬୮ ଟି ଆତଙ୍କବାଦୀ ସକ୍ରିୟ ରହିଥିବା ଆଇଜିପି ସୂଚନା ଦେଇଛନ୍ତି । ଉତ୍ତରକାଶ୍ମୀରରେ ୬୫, କେନ୍ଦ୍ରୀୟ କାଶ୍ମୀରରେ ୧୬ ଓ ଦକ୍ଷିଣ କାଶ୍ମୀରରେ ୮୭ ଟି ଆତଙ୍କବାଦୀ ସକ୍ରିୟ ରହିଥିବା ଆଇଜିପି ସୂଚନା ଦେଇଛନ୍ତି । ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଲଢେଇକୁ ଆହୁରୀ ଜୋରଦାର କରାଯିବ ବୋଲି କାଶ୍ମୀର ଆଇଜିପି କହିଛନ୍ତି। ଚଳିତ ବର୍ଷ ଘାଟିରେ ଆତାଙ୍କବାଦୀ ସଂଗଠନର ଟପ କମାଣ୍ଡରଙ୍କୁ ସୁରକ୍ଷା ବଳ କାବୁ କରି ସଫଳତାର ସହିତ ନଷ୍ଟ କରିବାରେ ସକ୍ଷମ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.