ETV Bharat / bharat

140 କୋଟି ଭାରତୀୟଙ୍କ ସ୍ବପ୍ନର ପ୍ରତିବିମ୍ବ ନୂଆ ସଂସଦ ସୌଧ: ପ୍ରଧାନମନ୍ତ୍ରୀ - ନୂଆ ସଂସଦ ଭବନ ଉଦଘାଟନ ନେଇ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମହାନ ଦିନରେ ନୂଆ ସଂସଦ ଭବନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi on new Parliament building inauguration
new Parliament building
author img

By

Published : May 28, 2023, 1:55 PM IST

Updated : May 28, 2023, 2:58 PM IST

ନୂଆଦିଲ୍ଲୀ: ଗଣତନ୍ତ୍ରର ଗୌରବ ନୂଆ ସଂସଦ ସୌଧର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରର ଗୌରବ ନୂଆ ଭାରତର ନୂଆ ସଂସଦର ଉଦଘାଟନ ପରେ ଲୋକସଭାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ସଂସଦ ଭବନରୁ ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2023 ମେ' 28 ତାରିଖ ସ୍ବତନ୍ତ୍ର ଏହା ସ୍ବର୍ଣ୍ଣିମ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଏହା ନୂଆ ଭାରତ ଆତ୍ମନିର୍ଭର ଭାରତର ସୂର୍ୟ୍ୟଦୋୟର ସାକ୍ଷୀ ହେବ । ନୂଆ ଓ ପୁରୁଣା ଅସ୍ତିତ୍ବର ଆଦର୍ଶ ଏହି ନୂଆ ସଂସଦ ଭବନ । ଏହି ସଂସଦ ଭବନ ଭାରତର ବିକାଶ ସହ ବିଶ୍ବର ବିକାଶ କରିବ । ଏହା ଐତିହାସିକ ଅବସର ଅତ୍ମନିର୍ଭର ଭାରତର ସାକ୍ଷୀ ହେବ । ଏହା କେବଳ ଏକ ଭବନ ନୁହେଁ 140 କୋଟି ଭାରତବାସୀଙ୍କ ଆକାକ୍ଷାଂ ସ୍ବପ୍ନର ପ୍ରତିବିମ୍ବ । ଏହା ବିଶ୍ବକୁ ଭାରତର ଦୃଢ ସଂକଳ୍ପର ସନ୍ଦେଶ ଦେବ ଆମ ଲୋକତନ୍ତ୍ରର ମନ୍ଦିର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, "ପ୍ରତି ଦେଶର ବିକାଶ ଯାତ୍ରାରେ କିଛି ବିଶେଷ ମୂହୁର୍ତ୍ତ ଥାଏ । ଆମ ପାଇଁ 28 ମେ ସେହପରି ଏକ ସ୍ମରଣୀୟ ମୂହୂର୍ତ୍ତ । ନୂଆ ସଂସଦ ଭବନ ଲୋକତନ୍ତ୍ରର ମନ୍ଦିର । ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ଭାରତ ଆଗକୁ ବଢୁଛି ବିଶ୍ବ ଆଗକୁ ବଢିବ । ସଂସଦରେ ପବିତ୍ର ସେଙ୍ଗୋଲ ସ୍ଥାପନା ଐତିହାସିକ ମୂହୂର୍ତ୍ତ । ସେଙ୍ଗୋଲ ସଂସଦରେ ଆମକୁ ପ୍ରେରଣା ଦେବ । ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ ଗଣତନ୍ତ୍ରର ଜନନୀ । ଏକବିଂଶ ଶତାଦ୍ଦୀର ଭାରତ ଦୃଢ ଉତ୍ସାହରେ ଭରି ରହିଛି । ଦେଶ ଆଗକୁ ବଢୁଛି । ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଉପହାର ଦେଶବାସୀଙ୍କୁ ମିଳିଛି । ଇତିହାସ ସାକ୍ଷୀ ଅଛି ଆମ ଭାରତୀୟଙ୍କ ବିଶ୍ବାସ କେବଳ ଏଠି ସୀମିତ ନାହିଁ । ଆମ ସ୍ବାଧୀନତା ସଂଗ୍ରାମ ଅନେକ ଦେଶକୁ ସ୍ବାଧୀନତା ମାର୍ଗରେ ଚାଲିବାକୁ ବାଟ ଦେଇଛି । ଭାରତ ଭଳି ବିବିଧତା ଭରା ଦେଶ ବିଶ୍ବାସ ସହ ଆଗକୁ ବଢୁଛି । ଅନ୍ୟ ଦେଶକୁ ପ୍ରେରଣା ଦେଉଛି । ଏହି ନୂଆ ସଂସଦ ଭବନ ଯୋଜନାକୁ ଯଥାର୍ଥ ସହ ନୀତିକୁ ନିର୍ମାଣ ଯାଏ ଇଚ୍ଛା ଶକ୍ତିକୁ କ୍ରିୟାଶକ୍ତି ସହ ସଂକଳ୍ପକୁ ସିଦ୍ଧିରେ ଯୋଡିବାରେ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ସାଜିବ ।''

ଏହା ବି ପଢନ୍ତୁ...New Parliament Inauguration: ରାଜଦଣ୍ଡକୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

ଆମ ସମ୍ବିଧାନ ଆମ ସଂକଳ୍ପ । ଭାରତବାସୀ ତାର ଲୋକତନ୍ତ୍ରକୁ ସଂସଦର ଏହି ନୂଆ ସୌଧକୁ ଉପହାର ଦେଇଛନ୍ତି । ଏହି ନୂଆ ସଂସଦ ସୌଧ ଆମ ସ୍ବାଧୀନତା ସଂଗ୍ରାମଙ୍କ ସ୍ବପ୍ନ ସାକାର କରିବାର ମାଧ୍ୟମ ବନିବ । ଏହି ନୂଆ ଭବନ ଆତ୍ମନିର୍ଭର ଭାରତ ସୂର୍ଯ୍ୟୋଦୟର ସାକ୍ଷୀ ହେବ । ଏହି ସଂସଦ ଭବନରେ କଳା କୌଶଳ ସଂସ୍କୃତି ଓ ସମ୍ବିଧାନର ସ୍ବର ରହିଛି । ପଞ୍ଚାୟତ ଭବନଠୁ ନେଇ ସଂସଦ ଭବନ ଆମ ପ୍ରତିଶ୍ରୁତି ପ୍ରେରଣା ଦେଶବାସୀଙ୍କ ବିକାଶରେ ରହିଛି । ଆମକୁ ଦେଶ ପ୍ରଥମ ଭାବନା ନେଇ ଆଗକୁ ବଢିବାକୁ ହେବ । କର୍ତ୍ତବ୍ୟକୁ ସର୍ବୋପରି ରଖିବାକୁ ହେବ । ଏହି ନୂଆ ସଂସଦରେ ଯେଉଁ ଜନପ୍ରତିନିଧି ବସିବେ ସେମାନେ ନୂଆ ପ୍ରେରଣା ସହ ଲୋକତନ୍ତ୍ରକୁ ନୂଆ ଦିଗ ଦେବାକୁ ପ୍ରୟାସ କରିବେ । ଏକ ରାଷ୍ଟ୍ର ରୂପରେ 140 କୋଟି ଭାରତୀୟଙ୍କ ସଂକଳ୍ପ ଏହି ନୂଆ ସଂସଦ ପ୍ରାଣ ପ୍ରତିଷ୍ଠା । ଏଠି ତିଆରି ସମସ୍ତ ନିର୍ଣ୍ଣୟ ଆଗାମୀ ପିଢିକୁ ସମୃଦ୍ଧ ସଶକ୍ତ କରିବ ଭାରତର ଉଜ୍ବଳ ଭବିଷ୍ୟତ ମାଧ୍ୟମ ହେବ । ପଛୁଆ, ଦଳିତ ଗରିବ ସମସ୍ତଙ୍କ ଅଧକାରର ବାଟ ବନିବେ । ଏହି ନୂଆ ସଂସଦ ସୌଧର କାନ୍ଥ କୋଣ କୋଣ ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ । ଆଗାମୀ 25 ବର୍ଷରେ ଏହି ନୂଆ ସଂସଦ ସୌଧର ତିଆରି ଆଇନ ଭାରତକୁ ଗରିବୀରୁ ମୁକୁଳିବାକୁ ବାଟ କାଢିବ । ଭାରତକୁ ବିକଶିତ ଭାରତ କରିବ । ଦେଶର ଯୁବକ ମହିଳାଙ୍କ ପାଇଁ ନୂଆ ଅବସର ନିର୍ମାଣ କରିବ । ମୋତେ ବିଶ୍ବାସ ନୂଆ ସଂସଦ ସୌଧ ନୀତି ନ୍ୟାୟ ଓ କର୍ତ୍ତବ୍ୟପଥରେ ଅହୁରି ସଶକ୍ତ ଭାରତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଭାରତର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଜାରି ହେଲା 75 ଟଙ୍କିଆ ମୁଦ୍ରା: ନୂଆ ସଂସଦର ଉଦଘାଟନ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶ ପାଇଁ 75 ଟଙ୍କିଆ ମୁଦ୍ରା ଜାରି କରାଯାଇଛି । ଏହାକୁ ଭାରତ ସରକାରଙ୍କ କୋଲକତା ଟେକ୍ସାଲ ପ୍ରସ୍ତୁତ କରିଛି । ମୁଦ୍ରା ସହ ଡାକ ଟିକେଟ ମଧ୍ୟ ଜାରି ହୋଇଛି । ଏହି ମୁଦ୍ରାରେ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ରହିଛି । ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ମଧ୍ୟ ମୁଦ୍ରାରେ ଲେଖା ହୋଇଛି । ମୁଦ୍ରାର ଓଜନ 35 ଗ୍ରାମ ରହିଛି । ଏହା 4ଟି ଧାତୁରୁ ପ୍ରସ୍ତୁତ ହୋଇଛି । 50 ପ୍ରତିଶତ ରୂପା, 40 ପ୍ରତିଶତ ତମ୍ବା, 5 ପ୍ରତିଶତ ନିକେଲ ଓ 5 ପ୍ରତିଶତ ଜିଙ୍କ ରହିଛି ।

ଦେଶର ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । 2020 ଅକ୍ଟୋବରରେ ଏହାର ନିର୍ମାଣ ଲାଗି ଭୂମିପୂଜନ ହୋଇଥିଲା । ସେହି ବର୍ଷ ଡିସେମ୍ବର 10 ତାରିଖରେ ଶିଳାନ୍ୟାସ ହୋଇଥିଲା । ପ୍ରାୟ 64,500 ବର୍ଗ ମିଟର ଅଞ୍ଚଳରେ ଏହି ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି । ଏହାର 3ଟି ଦ୍ବାର ରହିଛି ଯାହା ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର ଭାବେ ପରିଚିତ । ନୂଆ ସଂସଦ ଭବନ ଲୋକସଭା ସିଟ୍ ସଂଖ୍ୟା 888 ଓ ରାଜ୍ୟସଭା ସିଟ 384 ରହିଛି । ନୂଆ ସଂସଦ ସୌଧରେ ଭାରତୀୟ କଳା ଓ ସଂସ୍କୃତି ଝଲକ ଦେଖିବାକୁ ମିଳିିଛି । ନୂଆ ସଂସଦ ଭବନ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି ।

Last Updated : May 28, 2023, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.