ETV Bharat / bharat

ମହାକାଶରେ 'ଆଷ୍ଟରଏଡ' ଠାବ କଲେ ୧୧ ବର୍ଷୀୟ ହାଇଦ୍ରାବାଦୀ ଛାତ୍ରୀ, ନାସା କଲା ପ୍ରଶଂସା - ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମହାକାଶ ଗବେଷଣା

ହାଇଦ୍ରାବାଦର ୧୧ ବର୍ଷୀୟ ଛାତ୍ରୀ ପଲ୍ଲାମ ସିଦୀକ୍ଷା । ଯିଏକି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମହାକାଶରେ ଠାବ କରିଛନ୍ତି ଏକ ଆଷ୍ଟରଏଡ । ଏତେ କମ ବୟସରେ ଏଭଳି ଗବେଷଣା କରିଥିବାରୁ ତାଙ୍କୁ ନାସା ପକ୍ଷରୁ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

Hyderabad whiz-kid
Hyderabad whiz-kid
author img

By ETV Bharat Odisha Team

Published : Nov 13, 2023, 9:11 PM IST

ହାଇଦ୍ରାବାଦ: ସାଧାରଣତଃ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ସ୍କୁଲ ଓ ଟ୍ୟୁସନକୁ ଯାଇ ପାଠ ପଢନ୍ତି । ଏହାପରେ ହୋମୱାର୍କ କରିବା ସାଙ୍ଗକୁ ଖାଲି ସମୟରେ ଖେଳକୁଦ କରନ୍ତି । ହେଲେ ହାଇଦ୍ରାବାଦର ସପ୍ତମ ଶ୍ରେଣୀ ଛାତ୍ରୀ ପଲ୍ଲାମ ସିଦୀକ୍ଷା ସମସ୍ତଙ୍କଠୁ ପାଲଟିଛନ୍ତି ଭିନ୍ନ । ଏତେ କମ ବୟସରେ ସେ କରୁଛନ୍ତି ମହାକାଶ ଗବେଷଣା । ଆଉ ଇତିମଧ୍ୟରେ ସେ ମହାକାଶରେ ଗ୍ରହମାନଙ୍କ ନିକଟରେ ଏକ ଆଷ୍ଟରଏଡ (ପଥର ଭଳି ଜିନିଷ ଯାହାକି ସୂର୍ଯ୍ୟ ଚାରିପାଖେ ଗ୍ରହମାନଙ୍କ ଭଳି ବୁଲିଥାଏ) ଠାବ କରିଛନ୍ତି । ଏଥିଲାଗି ତାଙ୍କୁ ନାସା ପକ୍ଷରୁ ସମ୍ମାନିତ କରାଯାଇଛି ।

ସିଦୀକ୍ଷା ମାତ୍ର ୫ବର୍ଷ ବୟସରୁ ମହାକାଶ ଗବେଷଣା ପାଇଁ ମନ ବଳାଇଥିଲେ । ଆଗକୁ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସିଦୀକ୍ଷା ଏବେ ସପ୍ତମ ଶ୍ରେଣୀରେ ପଠା ପଢୁଛନ୍ତି । ଗତ କିଛି ଦିନ ତଳେ ସେ ଏକ ଆଷ୍ଟରଏଡକୁ ଠାବ କରିଥିବାରୁ ନାସା ପକ୍ଷରୁ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସିଦୀକ୍ଷାଙ୍କ ମାଆ ଡଃ ଚୈତନ୍ୟା ହାଇଦ୍ରାବାଦ ସ୍ଥିତ ବିଜୟ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟରେ ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ । ସେହିପରି ବାପା ବିଜୟ ଷ୍ଟକ ମାର୍କେଟରେ ବ୍ୟବସାୟ କରନ୍ତି । ସିଦୀକ୍ଷା ବଡ଼ ଭଉଣୀ ଶ୍ରୀୟାଙ୍କ ସହ ମିଶି ମହାକାଶ ଗବେଷଣା କରୁଥିବା ବେଳେ ଏକ ଆଷ୍ଟରଏଡକୁ ଟ୍ରାକ୍‌ କରିଛନ୍ତି । ଏଥିଲାଗି ଉଭୟ ଇସ୍ରୋ ଓ ନାସା ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି ।

ଏହା ବି ପଢନ୍ତୁ- କେନ୍ଦୁଝରର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ, ପ୍ରତିଭା ବଳରେ ପହଞ୍ଚିଛନ୍ତି ନାସା

୨୦୧୮ ମସିହାରେ ନାସା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା 'ସାଇଣ୍ଟିଷ୍ଟ ଫର ଡେ'ରୁ ଉଭୟଙ୍କୁ ସାର୍ଟିଫିକେଟ ମିଳିଥିଲା । ବଡ଼ ଭଉଣୀ ଶ୍ରୀୟାଠାରୁ ପ୍ରେରିତ ହୋଇ ମାତ୍ର ୬ ବର୍ଷ ବୟସରେ ସିଦୀକ୍ଷା ମହାକାଶ ଗବେଷଣା ଦିଗରେ ମନ ବଳାଇଥିଲେ । ଏହାପରେ ସେ ଦିଲ୍ଲୀ ସ୍ଥିତ ସ୍ପେଶପୋର୍ଟ ଇଣ୍ଡିଆ ଫାଉଣ୍ଡେସନର ପ୍ରତିଷ୍ଠାତା ସମୀର ସଚଦେବଙ୍କ ଠାରୁ ମହାକାଶ ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ତାଲିମ ନେଇଥିଲେ । ୨୦୨୦ ମସିହାରେ ଇଣ୍ଟରନ୍ୟାସନାଲ ଅବଜର୍ଭ ଦ ମୁନ୍‌ ନାଇଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦେଖାଇଥିଲେ ।

ଆଷ୍ଟରଏଡ ୨୦୨୧ GC103ର ଠାବ:- ସିଦୀକ୍ଷା ଓ ବଡ଼ ଭଉଣୀ ଶ୍ରୀୟା ଉଭୟ ଆଷ୍ଟରଏଡ ସର୍ଚ୍ଚ କ୍ୟାମ୍ପେନରେ ଅଂଶଗ୍ରହଣ କରି ଆଷ୍ଟରଏଡ ୨୦୨୧ GC103ର ଠାବ କରିଥିଲେ । ଏଥିଲାଗି ୨୦୨୧ ମସିହାରେ ନାସା ପକ୍ଷରୁ ଉଭୟଙ୍କୁ ପ୍ରଶଂସା କରାଯିବା ସହିତ ଏକ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ୨୦୨୨ ସେପ୍ଟେମ୍ବର ଓ ଅକ୍ଟୋବରରେ ହୋଇଥିବା ଏହି ପ୍ରତିଯୋଗିତାରେ ସେ ଆଉ ଏକ ଆଷ୍ଟରଏଡ ମଙ୍ଗଳ ଓ ବୃହସ୍ପତି ଗ୍ରହ ନିକଟରେ ଏକ ଆଷ୍ଟରଏଡ ଠାବ କରିଥିଲେ । ଯାହାର ନାମ ରହିଛି 2022SD66 ।

ନାସାରେ କାର୍ଯ୍ୟ କରୁଥିବା ବୈଜ୍ଞାନିକା ସ୍ବାତୀ ମୋହନଙ୍କ ସମ୍ପର୍କୀୟ ହେଉଛନ୍ତି ସିଦୀକ୍ଷା । ବୈଜ୍ଞାନିକା ସ୍ବାତୀ ମୋନ ମଙ୍ଗଳ ମିଶନରେ କାର୍ଯ୍ୟ କରିଥିଲେ । ମଙ୍ଗଳ ମିଶନରେ ରୋଭର ସଫଳତାର ସହ ଅବତରଣ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ତେବେ କୁନି ଝିଅ ସିଦୀକ୍ଷା ଓ ଭଉଣୀ ଶ୍ରୀୟା ବୈଜ୍ଞାନିକା ସ୍ବାତୀଙ୍କଠାରୁ ପ୍ରେରିତ ହୋଇ ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବଢିଚାଲିଛନ୍ତି । ତେବେ ସପ୍ତମ ଶ୍ରେଣୀ ଛାତ୍ରୀ ସିଦୀକ୍ଷା ଏହାବ୍ୟତୀତ ଜଣେ ଭଲ ନୃତ୍ୟଶିଳ୍ପୀ । ସେ ଏଯାବତ ତେଲେଙ୍ଗାନାରେ ପ୍ରାୟ ୪୦ଟି ନୃତ୍ୟ ପରିବେଷଣ କରିଛନ୍ତି । ଭବିଷ୍ୟତରେ ସେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଆଷ୍ଟରଏଡ କଣ ? :- ଆଷ୍ଟରଏଡ ହେଉଛି ଏକ ଛୋଟ ପଥର ଭଳି ବସ୍ତୁ । ଯାହାକି ସୂର୍ଯ୍ୟ ଚାରିପାଖରେ ବୁଲିଥାଏ । ଗ୍ରହମାନଙ୍କ ପରି ଏହା ସୂର୍ଯ୍ୟ ଚାରିପାଖରେ ବୁଲେ । ଏହି ଆଷ୍ଟରଏଡଗୁଡ଼ିକ ଗ୍ରହଠାରୁ ଆକାରରେ ଛୋଟ ହୋଇଥାନ୍ତି । ଏହାକୁ ଛୋଟ ଗ୍ରହ ବୋଲି ମଧ୍ୟ କୁହାଯାଏ । ହେଲେ ଗ୍ରହ ତାଲିକାରେ ଏମାନଙ୍କୁ ଗଣାଯାଏ ନାହିଁ । ବୃହତ ଆକାର ବିଶିଷ୍ଟ ଆଷ୍ଟରଏଡଗୁଡ଼ିକୁ ପ୍ଲାନେଟଏଡ ବୋଲି ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.