ETV Bharat / bharat

ତୃତୀୟ ଥର ପାଇଁ ସ୍ବର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ, 5 ଗିରଫ

author img

By

Published : May 11, 2023, 7:07 AM IST

Updated : May 11, 2023, 8:26 AM IST

ପଞ୍ଜାବରେ ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ ହୋଇଛି । ଏହି ଘଟଣାରେ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ
ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ

ଚଣ୍ଡିଗଡ: ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ପୁଣି ଶୁଭିଲା ବିସ୍ଫୋରଣ । ଗତକାଲି(ବୁଧବାର) ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ସ୍ବର୍ଣ୍ଣ ମନ୍ଦିର ନିକଟରେ ଆଉ ଏକ ବିସ୍ଫୋରଣ ହୋଇଛି । ଶ୍ରୀଗୁରୁ ରାମଦାସ ସରା କରିଡର ବାହାରେ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି । ଖବର ପାଇ ଶିରୋମଣି କମିଟି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପଞ୍ଜାବ ପୋଲିସ କମିଶନର ନୌନିଆଲ ସିଂହ ମଧ୍ୟ ବିସ୍ଫୋରଣ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ତେବେ ବିସ୍ଫୋରଣ ହୋଇଥିବା ସ୍ଥାନରୁ ଗୋଟିଏ ଚିଠି ମିଳିଥିବାର ଜଣାପଡିଛି । ପୋଲିସ ଉକ୍ତ ଚିଠିକୁ ଜବତ କରିଛି । ଏହି ଘଟଣାରେ ପୋଲିସ 5ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବୋମା ଭଳି କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିଥିବାର କୁହାଯାଉଛି ।

ଯାହା ସୂଚନା ମିଳିଛି, ରାତି ପ୍ରାୟ ୧ଟା ସମୟରେ ସ୍ବର୍ଣ୍ଣ ମନ୍ଦିରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଏହା ଶୁଣି ମନ୍ଦିର ଆଖପାଖ ହୋଟେଲରେ ରହୁଥିବା ପର୍ଯ୍ୟଟକ ଭୟରେ ବାହାରକୁ ଚାଲି ଆସିଥିଲେ । ଲୋକମାନେ ଚକିତ ଓ ଭୟଭୀତ ହୋଇଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ବର୍ଣ୍ଣ ମନ୍ଦିରର ଶ୍ରୀଗୁରୁ ରାମଦାସ ସରା କରିଡର ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏ ଯାଏଁ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ । ଏହାକୁ ମିଶାଇ ତୃତୀୟ ଥର ସ୍ବର୍ଣ୍ଣ ମନ୍ଦିରରେ ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ଆତଙ୍କ ଖେଳି ଯାଇଛି । ପୋଲିସ ସମେତ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଏନେଇ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ନିକଟରେ ବିସ୍ଫୋରଣ, ଅନେକ ଆହତ

ସେହିପରି ଶ୍ରୀଗୁରୁ ରାମଦାସ ସରାର ୨୨୫ ନମ୍ବର ରୁମରୁ ପୋଲିସ ଦୁଇ ଜଣ ସନ୍ଦିଗ୍ଧ ଯୁବକ ଯୁବତୀଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ପରେ ଏହି ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୋଲିସ ସୂଚନା ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ଶନିବାର ବିଳମ୍ବିତ ରାତିରେ ଦରବାର ସାହିବ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ । ବୋମା ବିସ୍ଫୋରଣ ହୋଇଥିବାର ସନ୍ଦେହ କରାଯାଇଥିବା ବେଳେ ପୋଲିସ ଏହାକୁ ଅସ୍ବୀକାର କରିଥିଲା । ଏହାର ଦିନକ ପରେ ପୁଣିଥରେ ସ୍ବର୍ଣ୍ଣ ମନ୍ଦିରରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2023, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.