ETV Bharat / bharat

Exclusive: ହମାସ୍ ଦୁଇ ଗୋଡିଆ ପଶୁ, ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡିବ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ

author img

By ETV Bharat Odisha Team

Published : Oct 12, 2023, 9:55 AM IST

ଇସ୍ରାଏଲ ଓ ହମାସ୍ ଯୁଦ୍ଧ ନେଇ ଇଟିଭି ଭାରତକୁ ସୂଚନା ଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ କୋବ୍ବି ଶୋସାନି । କହିଲେ ଆକ୍ରମଣ ପାଇଁ ହମାସକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଅଧିକ ପଢନ୍ତୁ

ଇସ୍ରାଏଲ ଓ ହମାସ୍ ଯୁଦ୍ଧ
ଇସ୍ରାଏଲ ଓ ହମାସ୍ ଯୁଦ୍ଧ
Exclusive with Kobbi Shoshani, Consul General of Israel

ମୁମ୍ବାଇ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢ଼େଇ ଷଷ୍ଠ ଦିନରେ ପହଞ୍ଚିଛି । ଦୁଇ ପକ୍ଷର ତୁହାକୁ ତୁହା ରକେଟ୍‌ ମିସାଇଲ ମାଡ଼ରେ ମୃତ୍ୟୁସଂଖ୍ୟା ୩୦୦୦ ହଜାର ଅତିକ୍ରମ କରିଛି । ଏହି ଭୟାବହ ଯୁଦ୍ଧ ସ୍ଥିତିକୁ ନେଇ ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ କୋବ୍ବି ଶୋସାନି ଇଟିଭି ଭାରତକୁ କହିଛନ୍ତି,"ହମାସ୍ ଯାହା କରୁଛି ତାହା ମାନବିକତା ବିରୋଧରେ ଅପରାଧ । ସେମାନେ ଯୁଦ୍ଧ ଅପରାଧୀ ଅଟନ୍ତି । ମୁସଲିମ ୱାର୍ଲ୍ଡ ସମେତ ସମସ୍ତ ରାଷ୍ଟ୍ର ଏହି ବର୍ବରତାକୁ ନିନ୍ଦା କରିବା ଆବଶ୍ୟକ । ସେମାନେ(ହମାସ୍) ଦୁଇ ଗୋଡ଼ିଆ ପଶୁ ଅଟନ୍ତି । ଯାହାକୁ ମୁଁ ବର୍ଣ୍ଣନା ବି କରିପାରିବିନି ।"

ଶୋସାନି ହମାସ୍‌ର ଆକ୍ରମଣକୁ ନିନ୍ଦା କରିବା ସହିତ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଆମେ ଯାହା ଦେଖିଲୁ, ତାହା ନୈତିକ ଓ ଗଣତାନ୍ତ୍ରିକ ଦେଶ ଏବଂ ଏକ ଅଣଗଣତାନ୍ତ୍ରିକ ଓ ଆତଙ୍କୀ ଦେଶ ମଧ୍ୟରେ ଥିବା ଫରକ୍ । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଘୋଷଣା କଲେ ତାହା ସ୍ପଷ୍ଟ ବାର୍ତ୍ତା ଅଟେ । ତାଙ୍କର ଏଭଳି ସମର୍ଥନ ପାଇଁ ମୁଁ ଧନ୍ୟବାଦ ଜଣାଉଛି ।

ଯୁଦ୍ଧକୁ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବୟାନ ସମ୍ପର୍କିତ ପ୍ରଶ୍ନରେ ରାଷ୍ଟ୍ରଦୂତ କହିଛନ୍ତି, ମହିଳା, ଛୋଟ ଛୁଆ ଏବଂ ବୟସ୍କଙ୍କୁ ହତ୍ୟା କରୁଥିବା ଲୋକଙ୍କ ବିରୋଧରେ ସ୍ପଷ୍ଟ ସ୍ବର ଉତ୍ତୋଳନକୁ ଦେଖି ସେ(ପୁଟିନ) ଖୁସି ନାହାନ୍ତି । ଏବେ ଏହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ । ଏହା ମାନବିକତା ବିରୋଧରେ ଅପରାଧ ଅଟେ । ଯାହାକୁ ସମସ୍ତେ ଏକାଠି ମିଶି ନିନ୍ଦା କରିବା ଉଚିତ୍ । ସେମାନେ(ହମାସ୍) ସବୁ ଦୁଇ ଗୋଡିଆ ପଶୁ ।

ଏହାମଧ୍ୟ ପଢନ୍ତୁ: Israel-Hamas War: ଇସ୍ରାଏଲରେ ଫସିଛନ୍ତି ୨୦ ହଜାର ଭାରତୀୟ, ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ ଅଜୟ

ଇରାନ ଏବଂ ହେଜବୋଲାହର ଅଜ୍ଞାତ ସଦସ୍ୟମାନେ ଏହି ଆକ୍ରମଣରେ ହମାସ୍ ସହ ପରୋକ୍ଷ ଭାବେ ସାମିଲ ଅଛନ୍ତି । ସେମାନେ ଆମ ଛୁଆ ଏବଂ ବୃଦ୍ଧଙ୍କୁ ମାରିଛନ୍ତି, ମହିଳାଙ୍କୁ ପ୍ରତି ବର୍ବରତା କରିଛନ୍ତି । ସେମାନଙ୍କର ଏଭଳି କାର୍ଯ୍ୟ ମାନବିକତା ବିରୋଧୀ ଅଟେ ଏବଂ ଏଥିପାଇଁ ହମାସକୁ ବହୁମୂଲ୍ୟ ଦେବାକୁ ପଡିବ । ଏହି ବର୍ବରତା ବିରୋଧରେ ସମସ୍ତଙ୍କୁ ଏପରି ଲଢେଇ କରିବାକୁ ହେବ ଯାହାକୁ ସାରା ବିଶ୍ବ ଦେଖିବ, ଶୁଣିବ ଏବଂ ବୁଝିବ । ଯଦି ସେମାନେ ଏହା ନକରନ୍ତି ତେବେ ବଡ ଭୁଲ୍ ହେବ ।

ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଶୋସାନି କହିଛନ୍ତି ଯେ, ଅଧିକାଂଶ ଭାରତୀୟ ସୁରକ୍ଷିତ ଏବଂ ତେଲ୍ ଅଭିଭ୍‌ରେ ଥିବା ଭାରତୀୟ ଦୂତାବାସ ସହ ସକ୍ରିୟ ଭାବେ ସମ୍ପର୍କରେ ଅଛନ୍ତି । ବର୍ତ୍ତମାନ ଇସ୍ରାଏଲ ଯୁଦ୍ଧରେ ଅଛି ଏବଂ ନାଗରିକଙ୍କ ସୁରକ୍ଷା ଦେବା ପାଇଁ ଆମର ସାମର୍ଥ୍ୟ ରହିଛି । ଯେଉଁ ଭାରତୀୟମାନେ ଇସ୍ରାଏଲ ଛାଡିବାକୁ ଚାହୁଁଛନ୍ତି, ସେମାନେ ଛାଡ଼ି ପାରିବେ ବୋଲି ଶୋସାନି କହିଛନ୍ତି । ଏଥିସହ ଭାରତରେ ଥିବା ଇସ୍ରାଏଲ ନାଗରିକମାନେ ନିଜ ଦେଶର ସେନାକୁ ଯୁଦ୍ଧରେ ସହଯୋଗ କରିବା ପାଇଁ ସେମାନଙ୍କୁ ଇସ୍ରାଏଲ ଫେରାଇ ନେବାକୁ ଅନୁରୋଧ କରୁଥିବା ମଧ୍ୟ ସେ କହିଛନ୍ତି ।

ପ୍ରକାଶ ଥାଉକି, ଗତ ଶନିବାର ଠାରୁ ହମାସର ଆକ୍ରମଣରେ ୧୫୫ ସୈନିକଙ୍କ ସମେତ ଇସ୍ରାଏଲର ୧୨୦୦ରୁ ଅଧିକ ନାଗରିକଙ୍କ ଜୀବନ ହାନି ଘଟିଥିବା ଇସ୍ରାଏଲ ପ୍ରତିରକ୍ଷା ବଳ ପକ୍ଷରୁ ସୂଚନା ଦିଆଯାଇଛି । ଗାଜାରେ ଏକ ହଜାରରୁ ଅଧିକ ପ୍ରାଣ ହରାଇ ଥିବାବେଳେ ମୃତକଙ୍କ ମଧ୍ୟରେ ୨୬୦ ଛୋଟ ପିଲା ଏବଂ ୨୩୦ ଜଣ ମହିଳା ରହିଛନ୍ତି । ୨୫୦,୦୦୦ ଲୋକେ ଗାଜା ଛାଡ଼ି ପଳାଇ ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.