ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଙ୍କକଷା ଆରମ୍ଭ, ଆଗରେ 3 ବଡ ଚେହେରା

author img

By

Published : Sep 18, 2021, 7:12 PM IST

ପଞ୍ଜାବରେ ରାଜନୈତିକ ଉଷ୍ମତା ଜାରି । କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅଙ୍କକଷା ଆରମ୍ଭ । ମୁଖ୍ୟମନ୍ତ୍ରୀ ଦୌଡରେ ଦଳର 3 ବଡ ଚେହେରା । ଅଧିକ ପଢନ୍ତୁ...

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଙ୍କକଷା , ଆଗରେ 3 ମୁହଁ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ 3 ନେତାଙ୍କ ନାମ ସାମ୍ନାକୁ ଆସିଛି । ଦୌଡରେ ଥିବା ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ । ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ଦେବାବେଳେ ମଧ୍ୟ ନିରବ ସମର୍ଥନ କରିଥିଲେ ଜାଫଡ । ତେବେ କ୍ୟାପଟେନଙ୍କ ଇସ୍ତଫା ପରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ମଧ୍ୟ ଅନୁମାନ କରାଯାଉଛି ।

ଜାଖଡଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ବିତୀୟ ସ୍ଥାନରେ ଅଛନ୍ତି ପଞ୍ଜାବ କଂଗ୍ରେସର ଆଗଧାଡିର ନେତା ସୁଖଜିନ୍ଦର ରାନ୍ଧୱା । ସୁଖଜିନ୍ଦର ପୂର୍ବରୁ ମଧ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । ତେଣୁ ତାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଦ୍ବିତୀୟ ସ୍ଥାନରେ ରହିଥିବା ଚର୍ଚ୍ଚା ହେଉଛି ।

ତେବେ ତୃତୀୟ ସାମ୍ଭାବ୍ୟ ଚେହେରା ଭାବେ ଚର୍ଚ୍ଚାରେ ରହିଛନ୍ତି, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର କୌର ଭଟ୍ଟଲ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ରାଜେନ୍ଦ୍ର କୌର ଭଟ୍ଟଲଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ ବୋଲି ମଧ୍ୟ ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ଏଥିସହ ଅନ୍ୟତମ ବିବାଦୀୟ ନେତା ତଥା ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ତେବେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଇସ୍ତଫା ଦେବା ପରେ କିଛି ମନ୍ତ୍ରୀ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସଂଖ୍ୟା ଦୃଷ୍ଟିରୁ କିଛି ସମସ୍ୟା ସାମ୍ନା କରିପାରେ କଂଗ୍ରେସ । ଦଳ ପକ୍ଷରୁ ଘୋଷଣା ହେବାକୁ ଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବା ଉପରେ ମଧ୍ୟ ଅମରିନ୍ଦର ସିଂ କିଛି ସ୍ପଷ୍ଟ କରି ନଥିବେଳେ ସିଦ୍ଧୁଙ୍କୁ ସେ ଖୋଲାଖୋଲି ବିରୋଧ କରୁଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.