ETV Bharat / bharat

ୟୁପିଏ ଅଧ୍ୟକ୍ଷ ପଦକୁ ନେଇ କୌଣସି ଆଲୋଚନା ହୋଇନି: ପି.ଚିଦାମ୍ବରମ

ଗତ କିଛି ଦିନ ହେବ ଶରଦ ପାୱାର ୟୁପିଏ ଅଧ୍ୟକ୍ଷ ହେବା ନେଇ ଆଲୋଚନା ହୋଇ ଆସୁଛି । ତେବେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ଅଧିକ ପଢ଼ନ୍ତୁ...

author img

By

Published : Dec 27, 2020, 9:47 PM IST

There was no discussion about the UPA chair person post says P. Chidambaram
ୟୁପିଏ ଅଧ୍ୟକ୍ଷ ପଦକୁ ନେଇ କୌଣସି ଆଲୋଚନା ହୋଇନି: ପି.ଚିଦମ୍ବରମ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଶରଦ ପାୱାର ୟୁପିଏ ଅଧ୍ୟକ୍ଷ ହେବା ନେଇ ଆଲୋଚନା ହୋଇ ଆସୁଛି। ତେବେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ । ୟୁପିଏ ଅଧ୍ୟକ୍ଷ ପଦ କୌଣସି ପ୍ରଧାନମନ୍ତ୍ରୀ ପଦ ନୁହେଁ। ଏହାକୁ ନେଇ ଏତେ ଆଲୋଚନା ହେବା ଠିକ ନୁହେଁ ବୋଲି କହିଛନ୍ତି ପି.ଚିଦାମ୍ବରମ ।

ରବିବାର ଏକ ସାକ୍ଷାତକାରରେ ପି.ଚିଦାମ୍ବରମ କହିଛନ୍ତି ଯେ, "ମୁଁ ଭାବୁନି ଶରଦ ପାୱାର ନିଜେ ବି କଂଗ୍ରେସ ଅଧ୍ୟକ୍ଷ ହେବାକୁ ପସନ୍ଦ କରିବେ। ଏନେଇ କୌଣସି ଆଲୋଚନା ହୋଇ ନାହିଁ। ଯେତେବେଳେ ୟୁପିଏ ସହ ରହିଥିବା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବୈଠକ ହୁଏ ସେତେବେଳେ ୟୁପିଏ ଉନ୍ନତି ପାଇଁ ଆଲୋଚନା ହୋଇଥାଏ। ବର୍ତ୍ତମାନ ୟୁପିଏ ଅଧ୍ୟକ୍ଷ ବୋଲି କେହି ନାହାଁନ୍ତି।"

କିଛି ଦିନ ପୂର୍ବେ ୟୁପିଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକ ପରେ ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇପାରେ ବୋଲି ଆଲୋଚନା ହେଉଥିଲା। ତେବେ ୟୁପିଏ ବୈଠକ ହେଲେ କେବଳ କଂଗ୍ରେସ ହିଁ ଏହି ବୈଠକର ଅଧ୍ୟକ୍ଷତା କରିଥାଏ। ଦେଶରେ ୟୁପିଏକୁ ଶକ୍ତିଶାଳୀ କରିବାକୁ ବିଭିନ୍ନ ପ୍ରୟାସ ଜାରି ରହିଛି। ଏଥିପାଇଁ ରାଜନୈତିକ ଦଳଗୁଡି଼କୁ ତୃଣମୂଳ ସ୍ତରରୁ ମଝବୁତ କରାଯାଉଛି।

ୟୁପିଏ କଥା ଉଠିଲେ ସଂସଦରେ କଂଗ୍ରେସର ଅଧିକ ସିଟ ରହିଛି। ବର୍ତ୍ତମାନ ଲୋକସଭାରେ କଂଗ୍ରେସର 95 ସଦସ୍ୟ ରହିଥିବା ବେଳେ ରାଜ୍ୟ ସଭାରେ ପ୍ରାୟ 100 ଜଣ ସଦସ୍ୟ ରହିଛନ୍ତି। ତେବେ ୟୁପିଏର ଉନ୍ନତି ପାଇଁ ଯଦି କୌଣସି ରାଜନୈତିକ ଦଳ ବୈଠକ କରନ୍ତି ସେଥିରେ କୌଣସି କଳ୍ପନା କରିବା ଠିକ ନୁହେଁ।

ଗତ କିଛି ଦିନ ତଳେ ମହାରାଷ୍ଟ୍ରର ଶିବ ସେନା ଦଳ ଶରଦ ପାୱାରଙ୍କ ପ୍ରସଂଶା କରିଥିଲା। ଏହାସହ ସେ ୟୁପିଏର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଆବଶ୍ୟକ ବୋଲି ପ୍ରକାଶ ପାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.