ETV Bharat / bharat

ଗଙ୍ଗା ବିଳାସ କ୍ରୁଜକୁ ଟାର୍ଗେଟ୍ କଲେ ଅଖିଳେଶ, କହିଲେ ପବିତ୍ର ଗଙ୍ଗା ନଦୀ ଉପରେ ଚାଲିବ ବାର - ଗଙ୍ଗା ବିଳାସକୁ ଅଖିଳେଶଙ୍କ କଟାକ୍ଷ

ଗଙ୍ଗା ବିଳାସ କ୍ରୁଜକୁ ନେଇ ରାଜନୀତି ଆରମ୍ଭ । ଗଙ୍ଗାକୁ ଆଧ୍ୟାତ୍ମିକସ୍ଥଳୀ କହିବା ସହ କ୍ରୁଜ ଭିତରେ ବାର ରହିଥିବା କହିଲେ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ଗଙ୍ଗା ବିଳାସ କ୍ରୁଜ ଭିତରେ ବାର ରହିଛି କହିଲେ ଅଖିଳେଶ

author img

By

Published : Jan 14, 2023, 8:13 PM IST

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ନଦୀ ଜଳପଥ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ‘‘ଏମ.ଭି ଗଙ୍ଗା ବିଳାସ’’ ଶୁଭାରମ୍ଭ ହେବାର ମାତ୍ର ଗୋଟିଏ ଦିନ ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ଏମ.ଭି ଗଙ୍ଗା ବିଳାସ କ୍ରୁଜ ଜାହାଜ ମଧ୍ୟରେ ଏକ ବାର ରହିଥିବା ଅଭିଯୋଗ କରିଛନ୍ତି ସାମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ।

ଅଖିଳେଶ କହିଛନ୍ତି, ଗଙ୍ଗା ଏକ ଉପାସନାର ସ୍ଥାନ । ଲୋକେ ଗଙ୍ଗାରେ ପୂଜା ଓ ଆରତୀ କରିଥାନ୍ତି । ସେ ଯେତେବେଳେ ଗଙ୍ଗାରେ ବୋଟ ଯାତ୍ରା କରନ୍ତି, ଏହା ଏକ ଆଧ୍ୟାତ୍ମିକ ସ୍ଥାନ ହୋଇଥିବା କାରଣରୁ ସେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରୁ ବିରତ ରହିଥାନ୍ତି । ତେବେ ଏବେ ଯେଉଁ ଗଙ୍ଗା ବିଳାସ କ୍ରୁଜ ଶୁଭାରମ୍ଭ ହୋଇଛି, ସେଥିରେ ଏକ ବାର ମଧ୍ୟ ଥିବା ସେ ଶୁଣିବାକୁ ପାଇଥିବା ଅଖିଳେଶ କହିଥିଲେ ।

ତେବେ ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ଯେ ସେ ଉକ୍ତ ଜାହାଜରେ ପ୍ରବେଶ କରିନାହାନ୍ତି । ସେଥିରେ ଏକ ବାର ଥିବା ନେଇ ସେ ଶୁଣିବାକୁ ପାଇଛନ୍ତି । ପ୍ରକୃତରେ ସେଥିରେ ବାର ଅଛି କି ନାହିଁ ତାହା ଭାରତୀୟ ଜନତା ପାର୍ଟିର ନେତାମାନେ ହିଁ ସ୍ପଷ୍ଟ କରିପାରିବେ ବୋଲି ଅଖିଲେଶ କହିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ସର୍ବବୃହତ ନଦୀ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଏହି କ୍ରୁଜର ଶୁଭାରମ୍ଭ ହେବା ପରେ ଏପରି ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ: ସର୍ବବୃହତ୍ତ କ୍ରୁଜ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ, ବିକାଶର ନୂଆ ଧାରା ତିଆରି କରିବ କହିଲେ ପ୍ରଧାନମନ୍ତ୍ରୀ

ଗତକାଲି (13 ଜାନୁଆରୀ) ଉତ୍ତର ପ୍ରଦେଶ ବାରଣାସୀରୁ ଏହି କ୍ରୁଜକୁ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ବର ଦୀର୍ଘତମ କ୍ରୁଜ ଏମ.ଭି ବିଳାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି । ଏହା ବାରାଣାସୀରୁ ବାହାରି କୋଲକତା ଓ ବାଂଲାଦେଶ ଦେଇ ଆସାମରେ ଦିବୃଗଡରେ ପହଞ୍ଚିବ । ଏହା ଫଳରେ ପୂର୍ବ-ଭାରତର ଅନେକ ପର୍ଯ୍ୟଟନସ୍ଥଳୀ ବିଶ୍ବ ପର୍ଯ୍ୟଚନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ଏହି କ୍ରୁଜରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏଥିରେ ଯାତ୍ରା କରୁଥିବା ପର୍ଯ୍ୟଟକ ବିଶ୍ବସ୍ତରୀୟ ନଦୀ ଜଳଯାତ୍ରାର ଅଭିଜ୍ଞତା ପାଇବେ । ସ୍ବତନ୍ତ୍ର ଭାବେ ନିର୍ମିତ ଏହି ଜାହାଜଟି ୬୨ ମିଟର ଲମ୍ବ, ୧୨ ମିଟର ପ୍ରସ୍ତ, ଓ 9 ମିଟର ଉଚ୍ଚତା ବିଶିଷ୍ଟ । ଏଥିରେ 3ଟି ଡେକ୍‌ ଓ 18 ଟି କ୍ୟାବିନ ରହିଛି । ଏହି କ୍ରୁଜ ବାରାଣାସୀରୁ ବାହାରି ଗନ୍ତବ୍ୟସ୍ଥଳ ଆସାମର ଦିବୃଗଡରେ ପହଞ୍ଚିବା ପାଇଁ ୩,୨୦୦ କି.ମି ଯାତ୍ରା କରିବ । ଏଥିପାଇଁ 51 ଦିନ ସମୟ ଲାଗିବ । ଏହି ଯାତ୍ରା ମାଧ୍ୟମରେ ୨୭ଟି ନଦୀରେ ପ୍ରାୟ ୫୦ଟି ପର୍ଯ୍ୟଟନସ୍ଥଳୀ ଦେଖିବାର ସୁଯୋଗ ପାଇବେ ଯାତ୍ରା କରୁଥିବା ପର୍ଯ୍ୟଟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.