ETV Bharat / bharat

ଶିବସେନା ଓ ବିଜେପି ମଧ୍ୟରେ କୌଣସି ଶତୃତା ନାହିଁ: ଫଡନଭିସ

author img

By

Published : Jul 4, 2021, 10:52 PM IST

ମହାରାଷ୍ଟ୍ର ସରକାର ଗଠନକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଦେବେନ୍ଦ୍ର ଫଡନଭିସଙ୍କୁ ଶିବସେନା ସହ ବିଜେପିର ମେଣ୍ଟ ସରକାର ଗଠନ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଯଦି ଓ କିନ୍ତୁ କୌଣସି ରାଜନୀତି ନାହିଁ । ଏଠାରେ ଶିବସେନା ଓ ବିଜେପି ମଧ୍ୟରେ କିଛି ପାର୍ଥକ୍ୟ ରହିପାରେ କିନ୍ତୁ ଆମେ ମଧ୍ୟରେ ଶତୃତା ନାହିଁ । ଅଧିକ ପଢନ୍ତୁ...

Devendra Fadnavis
ଶିବସେନା ଓ ବିଜେପି ମଧ୍ୟରେ କୌଣସି ଶତୃତା ନାହିଁ : ଫଡନଭିସ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । କେତେବେଳେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି କଥା କହୁଥିବାବେଳେ ସେପଟେ କେତେବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନଭିସ ସରକାର ଗଠନକୁ ନେଇ ସକରାତ୍ମକ ଟିପ୍ପଣୀ ଦେଉଛନ୍ତି । ଯାହା ରାଜନୈତିକ ମାହୋଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ମୁମ୍ବାଇରେ ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନଭିସଙ୍କୁ ମହାରାଷ୍ଟ୍ରରେ ଶିବସେନା ସହ ବିଜେପିର ମେଣ୍ଟ ସରକାର ଗଠନ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଯଦି ଓ କିନ୍ତୁ କୌଣସି ରାଜନୀତି ନାହିଁ । ଏଠାରେ ଶିବସେନା ଓ ବିଜେପି ମଧ୍ୟରେ କିଛି ପାର୍ଥକ୍ୟ ରହିପାରେ କିନ୍ତୁ ଆମେ ମଧ୍ୟରେ ଶତୃତା ନାହିଁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବା ପରେ ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ କଂଗ୍ରେସ ଓ ଏନସିପି ସହ ସରକାର ଗଠନ କରିଥିବା ଶିବସେନା ମଧ୍ୟ ଆଘାଡି ମେଣ୍ଟର ଭବିଷ୍ୟତକୁ ନେଇ ସନ୍ଦେହରେ ରହିଛି ।

ସୂଚନାଥାଉକି ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଏହା ପରେ ସରକାର ଗଠନରେ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଯୋଗୁଁ ମେଣ୍ଟରୁ ଓହରି ଶିବସେନା, କଂଗ୍ରେସ ଓ ଏନସିପି ମହା ବିକାଶ ଆଘାଡି ମେଣ୍ଟ ସରକାର ଗଠନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.