ETV Bharat / bharat

ରାଜସ୍ଥାନରେ ସର୍ବାଧିକ ଶତାୟୁ ଭୋଟର, ସମ୍ମାନିତ କରିବେ ନିର୍ବାଚନ ଆୟୋଗ

author img

By

Published : Sep 30, 2022, 7:07 AM IST

ରାଜସ୍ଥାନର ୩୩ ଜିଲ୍ଲାରେ ୧୦୦ବର୍ଷରୁ ଊର୍ଦ୍ଧ୍ବ ଭୋଟର କରିବେ ମତଦାନ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବା ବୃଦ୍ଧଜନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

There are 14 thousand voter in Rajasthan whose age is more than 100 years
ରାଜସ୍ଥାନରେ ସର୍ବାଧିକ ଶତାୟୁ ଭୋଟର, ସମ୍ମାନିତ କରିବେ ନିର୍ବାଚନ ଆୟୋଗ

ଜୟପୁର: ରାଜସ୍ଥାନର ୩୩ ଜିଲ୍ଲାରେ ୧୦୦ ବର୍ଷରୁ ଊର୍ଦ୍ଧ୍ବ ଭୋଟର କରିବେ ମତଦାନ । ଏହି ରାଜ୍ୟରେ ୧୪ ହଜାରରୁ ଅଧିକ ଶତାୟୁ ଭୋଟର ରହିଛନ୍ତି । ଝୁଝୁନ ଜିଲ୍ଲାରେ ସର୍ବାଧିକ ଶତାୟୁ ଭୋଟର ରହିଛନ୍ତି । ବାରା ଜିଲ୍ଲାରେ ସବୁଠାରୁ କମ୍‌ ଶତାୟୁ ଭୋଟର ରହିଛନ୍ତି । ଏହାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ଝୁଝୁନ ପରେ ଜୟପୁରରେ ୧୧୨୬ ଶତାୟୁ ଭୋଟର ରହିଛନ୍ତି, ଉଦୟପୁରରେ ୯୬୮ ଭୋଟର, ଭିଲୱାଡାରେ ୮୪୪ ଭୋଟର, ସିକରରେ ୮୨୮ ଭୋଟର, ପାଲିରେ ୮୨୦ ଭୋଟର ରହିଛନ୍ତି । ବାରା ଜିଲ୍ଲାରେ ସବୁଠାରୁ କମ୍‌ ୭୩ ଶତାୟୁ ଭୋଟର ରହିଛନ୍ତି । ଏହାପରେ ଚୁରୁରେ ୯୬, ଟଂକରେ ୧୦୩, ଧୌଲପୁରରେ ୧୨୧ ଭୋଟର, ଜୈଶଲମେରରେ ୧୫୩ ଶତାୟୁ ଭୋଟର ରହିଛନ୍ତି । ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ଶତାୟୁ ଭୋଟରଙ୍କୁ ଅନ୍ତର୍ଜାତୀୟ ବୃଦ୍ଧ ଦିବସରେ ସମ୍ମାନିତ କରାଯିବ ।

ଯେଉଁମାନେ ଚାଲିବାକୁ ସକ୍ଷମ ସେମାନଙ୍କୁ ନିକଟସ୍ଥ ପଞ୍ଚାୟତ ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । କିନ୍ତୁ ଯେଉଁମାନେ ଚାଲିବାକୁ ଅକ୍ଷମ ସେମାନଙ୍କୁ ସେମାନଙ୍କ ବାସଭବନକୁ ଯାଇ ସମ୍ମାନିତ କରାଯିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବା ବୃଦ୍ଧଜନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଶତାୟୁ ଭୋଟରଙ୍କୁ ନିର୍ବାଚନ ଆୟୋଗଙ୍କ ଦସ୍ତଖତ ଥିବା ଏକ ପ୍ରଶଂସା ପତ୍ର ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.