ETV Bharat / bharat

୧୪ ବର୍ଷୀୟ ସ୍ନେହାନଙ୍କ ନୂଆ ରେକର୍ଡ, ନର୍ଦେନ୍‌ କ୍ୟାନାଲରେ ପହଁରିଲେ ୩୫ କିମି - ସ୍ବିମିଂରେ ଥେନି ବାଳକଙ୍କ ରେକର୍ଡ

ତାମିଲନାଡ଼ୁ ଥେନି ଜିଲ୍ଲାର ୧୪ ବର୍ଷୀୟ ବାଳକ ନୂଆ ରେକର୍ଡ କାୟମ କରିଛନ୍ତି (Theni boy made a record by swimming) । ଆୟାର୍ଲ୍ୟାଣ୍ଡ ଓ ସ୍କଟ୍‌ଲ୍ୟାଣ୍ଡ ମଧ୍ୟରେ ଥିବା ୩୫ କିମି ଉତ୍ତର କ୍ୟାନାଲକୁ ସେ ୧୪ ଘଣ୍ଟା ୩୯ ମିନିଟ୍‌ରେ ପାର୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

୧୪ ବର୍ଷୀୟ ସ୍ନେହାନଙ୍କ ନୂଆ ରେକର୍ଡ, ନର୍ଦେନ୍‌ କ୍ୟାନାଲରେ ପହଁରିଲେ ୩୫ କିମି

author img

By

Published : Sep 25, 2022, 9:35 PM IST

ଚେନ୍ନାଇ: ୧୪ ବର୍ଷୀୟ ସ୍ନେହାନଙ୍କ ନୂଆ ରେକର୍ଡ, ନର୍ଦେନ୍‌ କ୍ୟାନାଲରେ ପହଁରିଲେ ୩୫ କିମି । ସନ୍ତରଣରେ ତାମିଲନାଡ଼ୁ ଥେନି ଜିଲ୍ଲାର ୧୪ ବର୍ଷୀୟ ବାଳକ ନୂଆ ରେକର୍ଡ କାୟମ କରିଛନ୍ତି । ଆୟାର୍ଲ୍ୟାଣ୍ଡ ଓ ସ୍କଟ୍‌ଲ୍ୟାଣ୍ଡ ମଧ୍ୟରେ ଥିବା ୩୫ କିମି ଉତ୍ତର କ୍ୟାନାଲକୁ ସେ ୧୪ ଘଣ୍ଟା ୩୯ ମିନିଟ୍‌ରେ ପାର୍‌ କରିଛନ୍ତି । ଏଥିପାଇଁ ଦୀର୍ଘ ଦିନ ଧରି ତାଲିମ ନେଇ ଆସୁଥିଲେ ।

୧୪ ବର୍ଷୀୟ ସ୍ନେହାନଙ୍କ ନୂଆ ରେକର୍ଡ, ନର୍ଦେନ୍‌ କ୍ୟାନାଲରେ ପହଁରିଲେ ୩୫ କିମି

ସ୍ନେହାନ ନାମକ ଏହି ନାବାଳକ ସ୍ବିମିଂରେ ନାନା ରେକର୍ଡ କରି ଚର୍ଚ୍ଚାରେ ରହିଥିଲେ । କିଛି ବର୍ଷ ପୂର୍ବରୁ ବାଘ କେନାଲ୍‌ ପାର୍‌ କରି ରେକର୍ଡ କରିଥିଲେ । ତେବେ ନର୍ଦେନ୍‌ କ୍ୟାନାଲ ପାର୍‌ କରିବା ପାଇଁ ସେ ଇଂଲଣ୍ଡର ଡୋନାଘଡି ହାର୍ବରରେ ତାଲିମ ନେଉଥିଲେ । କୋଚ୍‌ ବିଜୟ କୁମରା ତାଙ୍କୁ ତାଲିମ ଦେଉଥିଲେ ।

ନର୍ଦେନ୍‌ କ୍ୟାନାଲରୁ ସ୍ବିମିଂ ଆରମ୍ଭ କରି ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି । ମାତ୍ର ୧୪ ବର୍ଷ ବୟସରେ ଏଭଳି କାରନାମା କରିବାରେ ଚତୁର୍ଥ ବାଳକ ହେଉଛନ୍ତି ସ୍ନେହାନ । ଏହାପୂର୍ବରୁ ତିନି ଜଣ ନର୍ଦେନ୍‌ କ୍ୟାନାଲରେ ସ୍ବିମିଂ କରି ରେକର୍ଡ କରିଥିଲେ । ଏବେ ସ୍ନେହାନ ଏହି ରେକର୍ଡ ନିଜ ନାମରେ କରି ଭାରତ ପାଇଁ ଗୌରବ ଆଣିଛନ୍ତି ।

୫ ମାସ ପୂର୍ବେ ସ୍ନେହାନ ତାମିଲନାଡୁର ଧନୁକୋଡିରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଲମ୍ବିଥିବା ତଲାଇମନ୍ନାର କ୍ୟାନେଲରେ ସ୍ବିମିଂରେ କରି ଚର୍ଚ୍ଚାରେ ରହିଥିଲେ । ସେ ୫୭ କିମି ଅତିକ୍ରମ କରିବା ପାଇଁ ୧୯ ଘଣ୍ଟା ୪୫ ମିନିଟ ସମୟ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.