ଭୋପାଳ: ବିଏସଏଫ ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ । ବିବାହର ପ୍ରତିଶୃତି ଠକି ଦେଲେ ଯବାନ । 2 ବର୍ଷ ଲିଭ ଇନରେ ରହିବା ପରେ ବିବାହ ନକରିବାରୁ ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ । ମଧ୍ୟପ୍ରଦେଶର ଗ୍ବାଲିଅରର ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି ।
ଜୟପୁରରେ ପୋଷ୍ଟ ହୋଇଥିବା ଜଣେ ବିଏସଏଫ ଯବାନ ଯୁବତୀ ଜଣଙ୍କୁ ଦୁଇ ବର୍ଷ ଧରି ବିବାହର ବାହାନା କରି ଦୁଷ୍କର୍ମ କରିଥିଲେ, କିନ୍ତୁ ବର୍ତ୍ତମାନ ବିବାହ କରିବାରୁ ଅରାଜି ହେବା ସହ ମହିଳାଙ୍କୁ ଧମକ ମଧ୍ୟ ଦେଉଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଗ୍ବାଲିୟର ଅତିରିକ୍ତ ଏସପି ଏନେଇ ସୂଚନା ଦେଇଛନ୍ତି ।
@ANI