ETV Bharat / bharat

ଚାଷୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Dec 30, 2020, 5:24 PM IST

ନୂତନ କୃଷି ଆଇନକୁ ନେଇ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ବୈଠକରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ପ୍ରତିନିଧି। ଅଧିକ ପଢ଼ନ୍ତୁ...

The Union Ministers had lunch with the farmers during meeting
ଚାଷୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏହି ଆଲୋଚନା ଆରମ୍ଭ ହୋଇଥିଲା। ବୈଠକରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ପ୍ରତିନିଧି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରତିନିଧିତ୍ବ କରୁଛନ୍ତି ।

ଦୁଇ ପକ୍ଷ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ମଧ୍ୟାହ୍ନ ଭୋଜନ ସମୟରେ ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଓ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ନୂତନ କୃଷି ଆଇନକୁ ବିରୋଧ କରି ଗତ 35 ଦିନ ହେଲା ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଓ ଚାଷୀମାନଙ୍କ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇ ନଥିଲା ।

ନୂତନ କୃଷି ବିଲ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି ଚାଷୀ। ଏହାକୁ ନେଇ ସିଙ୍ଘୁ ବର୍ଡରରେ 1 ହଜାରରୁ ଅଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ଯାଏଁ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ କହିଛନ୍ତି। ବିଶେଷ କରି ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ଦେଖାଯାଇଛି। ଷଷ୍ଠ ପର୍ଯ୍ୟାୟ ଆଲୋଚନା ସଫଳ ହେବା ନେଇ ଆଶା ରଖିଛନ୍ତି କେନ୍ଦ୍ର ସରକାର। ଆଲୋଚନା ପୂର୍ବରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନାର ଆକ୍ସନ ପ୍ଲାନ ବିଷୟରେ ଚର୍ଚ୍ଚା କରିଥିଲେ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.