ETV Bharat / bharat

ସରକାରୀ କଲେଜର ଛାତ୍ରଛାତ୍ରୀଙ୍କୁ ମିଳିବ 2 ଜିବି ମାଗଣା ଡାଟା - School reopen issue in TN

ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଦୈନିକ ମାଗଣା 2 ଜିବି ଡାଟା ଯୋଗାଇବା ପାଇଁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ସରକାରୀ କଲେଜର ଛାତ୍ରଛାତ୍ରୀଙ୍କୁ 2 ଜିବି ମାଗଣା ଡାଟା ଦେବେ ତାମିଲନାଡୁ ସରକାର

author img

By

Published : Jan 10, 2021, 4:05 PM IST

ଚେନ୍ନାଇ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଲେଜ ବନ୍ଦ ଥିବା ବେଳେ ଅନଲାଇନ ଶିକ୍ଷାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ତାମିଲନାଡୁ ସରକାର ।କିନ୍ତୁ ରାଜ୍ୟରେ ସବୁ ଅଞ୍ଚଳରେ ଇଣ୍ଟରନେଟର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ମାନେ ଏହି ସୁବିଧା ପାଇ ପାରୁନାହାନ୍ତି । ସେହିପରି ଆର୍ଥିକ ସ୍ବଚ୍ଛଳତା ନଥିବା ପରିବାରର ପିଲା ମାନେ ମଧ୍ୟ ଏହି ବ୍ୟବସ୍ଥାରେ ପାଠ ପଢିବା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସୁଛି। ଏପରି ସମୟରେ ସରକାରୀ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଦୈନିକ ମାଗଣା 2 ଜିବି ଡାଟା ଯୋଗାଇବା ପାଇଁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସରକାରୀ କଲେଜରେ ପାଠ ପଢୁଥିବା କଳା ଓ ବିଜ୍ଞାନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଦିଆଯିବା ନେଇ ସରକାର ଚିନ୍ତା କରୁଛନ୍ତି । ସେହିପରି ଇଂଞ୍ଜିନିୟରିଂ ଓ ପଲିଟେକନିକ କଲେଜର ଛାତ୍ରଯଛାତ୍ରୀ ମାନେ ଏହି ସୁବିଧା ପାଇ ପାରିବେ । ଘରୋଇ କଲେଜର ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀ ମାନେ ଏହୁ ସୁବିଧାର ଲାଭ ଉଠାଇ ପାରିବେ । ରାଜ୍ୟର ମୋଟ 9 ଲକ୍ଷ 79 ହଜାର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଯୋଜନା କରିଛନ୍ତି ତାମିଲନାଡୁ ସରକାର ।

ଏହି ସୁବିଧା ଚଳିତ ମାସ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଉପଲବ୍ଧ କରାଇବେ ରାଜ୍ୟ ସରକାର । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ସ୍ଥିତି ଠିକ ହେବା ପରେ ପୁଣି ସ୍କୁଲ ଓ କଲେଜରେ ସ୍ବାଭାବିକ ଭାବେ ପାଠପଢା ଆରମ୍ଭ ହେବ ବୋଲି ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.