ETV Bharat / bharat

ଆଉ 9ଟି ସହରରେ ମିଳିବ ସ୍ପୁଟନିକ-ଭି - ସ୍ପୁଟନିକ-ଭି

ସମଗ୍ର ଭାରତରେ ଆଉ 9ଟି ସହରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଅଧିକ ପଢନ୍ତୁ...

ସ୍ପୁଟନିକ-ଭି ଭ୍ୟାକ୍ସିନ
ସ୍ପୁଟନିକ-ଭି ଭ୍ୟାକ୍ସିନ
author img

By

Published : Jun 18, 2021, 6:44 AM IST

ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଉ 9ଟି ସହରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଭ୍ୟାକ୍ସିନ ମିଳିବା ସହରଗୁଡିକ ହେଲା ବେଙ୍ଗାଲୁରୁ, ମୁମ୍ବାଇ,ଚେନ୍ନାଇ, ବିଶାଖାପାଟନମ, ବାଦି କୋଲହାପୁରମ ଓ ମିରଲାୟାଗୁଡା । ଏନେଇ ଟ୍ବିଟ କରି ସୂଚନା ଦେଇଛି ସ୍ପୁଟନିକ-ଭି ।

ସ୍ପୁଟନିକ-ଭି ଟିକାକୁ ପ୍ରସ୍ତୁତ କରିଛି ଋଷ । ଏହା ପ୍ରସ୍ତୁତ ହେବାପରେ ଏହା ଏପ୍ରିଲ ମାସରେ ଭାରତରେ ପ୍ରଥମ ପର୍ଯ୍ୟାୟ ଟିକା ଉପଲବ୍ଧ ହୋଇଥିଲା । ଭାରତରେ ସ୍ପୁଟନିକ ଭି ଟୀକା ଧିରେ ଧିରେ କାର୍ଯ୍ୟକ୍ଷମ କରି ଅଧିକ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତରେ ପ୍ରତି ମାସରେ 50 ମିଲିଅନ ସ୍ପୁଟନିକ ଭି କୋରୋନା ଟିକା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ଭାରତରେ ଥିବା ଋଷ ଆମ୍ବାସଡର ରୋମାନ ବାବୁସ୍କିନ କହିଛନ୍ତି ଯେ ଭାରତ ସରକାର ସ୍ପୁଟନିକ ଭି ଟିକାକୁ ଅନୁମତି ଦେଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତା ସ୍ବତନ୍ତ୍ରତାର ନିଦର୍ଶନ ବୋଲି କହିଥିଲେ । ଏହାସହ ଦୁଇ ଦେଶର ଥିବା ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଛି ।

ପୂର୍ବରୁ ଦେଶରେ ଦୁଇଟି ଟିକା ଉପଲବ୍ଧ ଥିବାବେଳେ ଭାରତରେ ପହଞ୍ଚି ସାରିଛି ବିଦେଶୀ ଟିକା । ଏହି ଟିକାକୁ ବ୍ୟବହାର କରି ଦେଶରେ କୋରୋନା ମହାମାରୀକୁ ମାତ ଦେବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଟିକାର ଗୋଟିଏ ଡୋଜର ମୂଲ୍ୟ 995 ଟଙ୍କା 40 ପଇସା ଧାର୍ଯ୍ୟ କରାଯାଇଛି । ଏହାର ପ୍ରକୃତ ମୂଲ୍ୟ 948 ଟଙ୍କା ହୋଇଥିବା ବେଳେ ଜିଏସଟି 5 ପ୍ରତିଶତ ଯୋଗ କରାଯାଇ ମୋଟ ମୂଲ୍ୟ 995.40 ଟଙ୍କା ସ୍ଥିର କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.