ETV Bharat / bharat

ବେକରେ ଯନ୍ତ୍ରଣା ଓ ଉପଚାର

ବେକରେ ଯନ୍ତ୍ରଣା ଅକ୍ଷମତା ପାଇଁ ବିଶ୍ୱର ଚତୁର୍ଥ ଅଗ୍ରଣୀ କାରଣ । ପ୍ରଥମେ ଇଶ୍ଚେମିକ ହାର୍ଟ ଡିଜିଜ୍‌, ସେରେବ୍ରୋଭାସ୍କ୍ୟୁଲାର ଡିଜିଜ୍ ଓ ଲୋୟର ରେସପିରେଟୋରୀ ଇନଫେକସନ ପରେ ବେକ ଯନ୍ତ୍ରଣା ବା ନେକ୍ ପେନ୍ ଯୋଗୁଁ ଅର୍କମଣ୍ୟ ହୋଇଯାଏ ମଣିଷ । ବେକରେ ଯନ୍ତ୍ରଣା ଖୁବ ଅସହ୍ୟ । ଆପଣ କୌଣସି ନିୟମିତ କାମ ଭଲ ଭାବେ କରିପାରିବେ ନାହିଁ । ଦୈନନ୍ଦିନ କାଯ୍ୟର୍କଳାପକୁ ଏହା ପ୍ରଭାବିତ କରେ । କର୍ମଜୀବୀ ଜନସଂଖ୍ୟା ମଧ୍ୟରେ ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା । ବିଶେଷ କରି ଟେକ୍ ଜବ୍ ଓ ଡେସ୍କ ଜବ୍ ରୁଥିବା ଲୋକେ ବହୁଳ ଭାବେ ବେକ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇଥାଆନ୍ତି ।

ବେକରେ ଯନ୍ତ୍ରଣା ଓ ଉପଚାର
ବେକରେ ଯନ୍ତ୍ରଣା ଓ ଉପଚାର
author img

By

Published : Mar 2, 2021, 10:32 PM IST

ବେକରେ ଯନ୍ତ୍ରଣା ଅକ୍ଷମତା ପାଇଁ ବିଶ୍ୱର ଚତୁର୍ଥ ଅଗ୍ରଣୀ କାରଣ । ପ୍ରଥମେ ଇଶ୍ଚେମିକ ହାର୍ଟ ଡିଜିଜ୍‌, ସେରେବ୍ରୋଭାସ୍କ୍ୟୁଲାର ଡିଜିଜ୍ ଓ ଲୋୟର ରେସପିରେଟୋରୀ ଇନଫେକସନ ପରେ ବେକ ଯନ୍ତ୍ରଣା ବା ନେକ୍ ପେନ୍ ଯୋଗୁଁ ଅର୍କମଣ୍ୟ ହୋଇଯାଏ ମଣିଷ । ବେକରେ ଯନ୍ତ୍ରଣା ଖୁବ ଅସହ୍ୟ । ଆପଣ କୌଣସି ନିୟମିତ କାମ ଭଲ ଭାବେ କରିପାରିବେ ନାହିଁ । ଦୈନନ୍ଦିନ କାଯ୍ୟର୍କଳାପକୁ ଏହା ପ୍ରଭାବିତ କରେ । କର୍ମଜୀବୀ ଜନସଂଖ୍ୟା ମଧ୍ୟରେ ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା । ବିଶେଷ କରି ଟେକ୍ ଜବ୍ ଓ ଡେସ୍କ ଜବ୍ ରୁଥିବା ଲୋକେ ବହୁଳ ଭାବେ ବେକ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇଥାଆନ୍ତି ।

ବେକ ଯନ୍ତ୍ରଣା ଯୋଗୁଁ ଏକାଧିକ ସମସ୍ୟା ଦେଖାଦିଏ । ଚାପ, ଦୁର୍ବଳ ଭଙ୍ଗୀ, ମେଦବହୁଳତା, ମାଂସପେଶୀ ପ୍ରଦାହ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି ଦେଖାଦେଇଥାଏ ବୋଲି ଜିନ୍ଦଲ ନେଚରକ୍ୟୁର ଇନଷ୍ଟିଚ୍ୟୁଟର ସିନିଅର ନେଚରପାଥ ଏଚ.ଏସ ଶ୍ରୀକାନ୍ତ କହିଛନ୍ତି । ପ୍ରଭାବକୁ ଯଥାସମ୍ଭବ ହ୍ରାସ କରିବା ହିଁ ବେକ ଯନ୍ତ୍ରଣାରୁ ଆଶ୍ୱସ୍ତିର ପ୍ରଥମ ସରଳ ଉପାୟ । ଏ କ୍ଷେତ୍ରରେ ନେଚରପାଥିର ଏକ ଭଲ ବିକଳ୍ପ ଚିକିତ୍ସା ହୋଇପାରିବ ବୋଲି ଏଚ.ଏସ ଶ୍ରୀକାନ୍ତ କହିଛନ୍ତି । ନେଚରରପାଥିର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ନେଚରପାଥି ସହ ଯୋଗ, ମାସେଜ୍‌, ଜଡିବୁଡି ଓ ଆକ୍ୱାପଙ୍କଚର ସହ ଜୀବନଶୈଳୀରେ ପରିହବର୍ତ୍ତନ ଅଣାଯାଇ ବେକ ଯନ୍ତ୍ରଣାର ପ୍ରଭାବଶାଳୀ ଚିକିତ୍ସା କରାଯାଇପାରିବ ବୋଲି ସେ କହନ୍ତି ।

ବେକ ଯନ୍ତ୍ରଣାର ବିପଦ ମାଂସପେଶୀ ଷ୍ଟ୍ରେନ ଓ ସ୍ନାୟୁ ସଂକୋଚନ ହିଁ ବେକ ଯନ୍ତ୍ରଣାର ସାଧାରଣ କାରଣ ବୋଲି ବିଶେଷଜ୍ଞ କହନ୍ତି । ତେବେ ବେକ ଯନ୍ତ୍ରଣା ଆଗରୁ କେଉଁଟା ଆଗ ଅନୁଭୂତ ହୁଏ, ତାହା କେବଳ ଲକ୍ଷଣରୁ ଜଣାପଡେ ନାହିଁ । ସାଧାରଣତଃ ତ୍ରୁଟିପୂର୍ଣ୍ଣ ଉଠାବସା, ବାରମ୍ବାର ଓଜନିଆ ବସ୍ତୁ ଉଠାଇବା, ନିଦ୍ରା, ଚାପ ଓ ବ୍ୟଗ୍ରତାରୁ ମସଲ ଷ୍ଟ୍ରେନ ସୃଷ୍ଟି ହୁଏ । ସ୍ନାୟୁ ସଂକୋଚନ ବା ନର୍ଭ କଂପ୍ରେସନ ମେରୁଦଣ୍ଡରୁ ମେରୁହାଡ ନିଜ ଜାଗାରୁ ଖସିପଡିଲେ ହୋଇଥାଏ । କାରଣ ଯାହା ହେଉନା କାହିଁକି, ଉତ୍କଟ ବେକ ଯନ୍ତ୍ରଣକୁ ଉପେକ୍ଷା କରାଗଲେ, ଏହା ଆପଣଙ୍କୁ ଜୀବନସାରା ଅର୍କମଣ୍ୟ କରିଦେବାର ଆଶଙ୍କା ରହିଛି । ଆମ ବିଶେଷଜ୍ଞ ବେକ ଯନ୍ତ୍ରଣାର ଉପଚାର ପାଇଁ ନେଚରପ୍ୟାଥିର ପ୍ରସ୍ତାବ ଦେଇଛନ୍ତି ।

ଯୋଗ - ପ୍ରାଚୀନ କଳା ଯୋଗ ଲୋକଙ୍କୁ ବିଭିନ୍ନ ଉତ୍କଟ ରୋଗରୁ ଆଶ୍ୱସ୍ତି ଦେଇଛି । ବେକ ଯନ୍ତ୍ରଣା ବି ଯୋଗ ଦ୍ୱାରା ଉପଶମ ହୋଇପାରିବ । ଯୋଗାସନ ଦ୍ୱାରା ବେକର ଯନ୍ତ୍ରଣା ହ୍ରାସ ହେବା ସହ ଅଂଗପ୍ରତ୍ୟଙ୍ଗଗୁଡିକର ସକ୍ରିୟତା ବଢିଥାଏ । ପ୍ରଦାହ ହ୍ରାସ ପାଏ । ଦିନକୁ ୧୫ରୁ ୨୦ ମିନିଟର ଯୋଗ ଶରୀରରୁ ଆରାମ ଦିଏ । ରକ୍ତ ସଂଚାଳନ ବୃଦ୍ଧି କରେ । ମାର୍ଜରିଆସନ, ବିତିଲାସନ, ବାଳାସନ,ନଟରାଜାସନ ପରି କେତେକ ଆସନ କରାଯାଇପାରେ । ବେକ ଯନ୍ତ୍ରଣାରୁ ଏସବୁ ଯୋଗାସାନ ଆଶ୍ୱସ୍ତି ଦିଏ ।

ମାଲିସ-ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ମାସେଜ ବା ମାଲିସ ଥେରାପି ଦ୍ୱାରା ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହା ଶରୀରକୁ ଗତିଶୀଳ ଓ ଅଧିକ କ୍ରିୟାଶୀଳ କରେ । ରକ୍ତ ସଂଚାଳନ ବୃଦ୍ଧି କରେ । ମସଲ ଟେନସନ ହ୍ରାସ କରିଥାଏ ମାସେଜ ଥେରାପି । ବେକ ପାଖାପାଖି ସ୍ଥାନଗୁଡିକୁ ଆରାମ ଦେଇଥାଏ । ଜଡିବୁଟି ବିଭିନ୍ନ ପ୍ରକାର ଯନ୍ତ୍ରଣାର ଉପଚାର ପାଇଁ ଜଡିବୁଡିର ବ୍ୟବହାର କାହିଁ କେଉଁ କାଳରୁ ଚଳିଆସୁଛି । ଜଡିବୁଟିର ମିଶ୍ରିଚ ସ୍ୱତନ୍ତ୍ର ଚା’ପାନ, ଜଡିବୁଟି ତୈଳ ଓ ପାଣିରେ ବିଭିନ୍ନ ଚେରମୂଳି ମିଶାଇଲେ ଶରୀର ପାଇଁ ଏହା ହିତକର ହେବା ସହ ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ବେକ ଯନ୍ତ୍ରଣାରୁ ମୁକ୍ତି ପାଇଁ ବି ଜଡିବୁଟିର ବିଭିନ୍ନ ଫର୍ମୁଲା ପ୍ରଭାବଶାଳୀ ହୋଇଥାଏ । ଆରୋମାଥେରାପି ସେଥିମଧ୍ୟରୁ ଗୋଟିଏ । ଡେଭିଲ୍ସ କ୍ଲ ହେଉଛି ଏକ ଲୋକପ୍ରିୟ ହର୍ବ, ଯାହାର ପ୍ରୟୋଗ ଦ୍ୱାରା ବେକ ଯନ୍ତ୍ରଣା ଯଥେଷ୍ଟ ହ୍ରାସ ପାଏ । ଲାଭେଣ୍ଡର,କୁଡଜୁ ଓ ସେଂଟଜନ୍ସ ୱାର୍ଟ ଭଳି ଅନ୍ୟ ଲୋକପ୍ରିୟ ହର୍ବ ଦ୍ୱାରା ବି ବେକ ଯନ୍ତ୍ରଣାର ଉପଶନ ହୋଇଥାଏ । ସଂଶୋଧିତ ଜୀବନଶୈଳୀ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ବେକ ଯନ୍ତ୍ରଣା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିପାଇଁ କିଛି ବ୍ୟାୟାମ ପ୍ରତ୍ୟହ କରିବାକୁ ହେବ । ପିଠିର ଯତ୍ନ ନେବା ସହ ସୁନିଦ୍ରା ବେକ ଯନ୍ତ୍ରଣା ଦୂର କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.