ଚଣ୍ଡିଗଡ: କିମ୍ବଦନ୍ତି ଧାବକ ଫ୍ଲାଇଂ ଶିଖ ମିଲଖା ସିଂଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କ ଗୃହରାଜ୍ୟ ପଞ୍ଜାବରେ ଏକ ଦିବସିୟ ଛୁଟି ଘୋଷଣା କରିଛନ୍ତି ପଞ୍ଜାବ ସରକାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କୁ ଅନ୍ତିମ ବିଦାୟ ଦେଇଛି ଦେଶ । ଏନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମିଲଖାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି । ମିଲଖାଙ୍କ ସମଗ୍ର ଜୀବନ ପ୍ରେରଣାର ଉତ୍ସ ଥିଲା । ବର୍ତ୍ତମାନର ପିଢି ତାଙ୍କ ଦ୍ବାରା ଅନୁପ୍ରାଣିତ ହେବେ । ପଞ୍ଜାବ ସରକାର ମଧ୍ୟ ମିଲଖାଙ୍କ ନାମରେ ପଟିଆଲାସ୍ଥିତ କ୍ରୀଡ଼ା ବିଶ୍ୱବିଦ୍ୟାଳୟରେ ମିଲଖା ସିଂ ଚେୟାର ପ୍ରତିଷ୍ଠା କରିବାକୁ ଯାଉଛି । ଗତକାଲି ରାତିରେ ମିଲଖାଙ୍କ ବିୟୋଗ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ