ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢି ଚାଲିଛି ପେଟ୍ରୋଲ, ଡିଜେଲ ସମେତ ରନ୍ଧନ ଗ୍ୟାସର ଦର । ସେପଟେ ପୁଣି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି । ସୂଚନାନୁଯାୟୀ ଵାଣିଜ୍ୟକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଉପରେ ୭୩.୫୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଛି । ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଅନୁମାନ କରାଯାଇଛି ।
ସୂଚନାନୁସାରେ ୧୦ରୁ ୧୨ ଦିନ ମଧ୍ୟରେ ତୈଳ ଦରବୃଦ୍ଧି ହୋଇନଥିବାବେଳେ ସରକାରୀ ତୈଳ କମ୍ପାନୀମାନେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରି ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି । ଆଉ ଏହି ଗ୍ୟାସ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୯ କେଜି ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ବୃଦ୍ଧି ପାଇ ୧୬୨୩ ଟଙ୍କାରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ