ଶ୍ରୀନଗର: ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରତିକ ହିଂସା ଦେଖିବାକୁ ମିଳୁଛି ହେଲେ ଏହାରି ଭିତରେ ସୀମାରୁ ଆସିଛି କିଛି ଭଲ ଖବର । ଯାହା ହିଂସା ଘଟାଇବାକୁ ଭାବୁଥିବା ଲୋକର ହୃଦୟକୁ ପରିବର୍ତ୍ତନ କରିଦେବ । କଶ୍ମୀର କୁପୱାରା ଜିଲ୍ଲା ଲାଲପୁର ଲୋଲାବରେ ଦେଖିବାକୁ ମିଳିଛି ସାମ୍ପ୍ରଦାୟିକ ସମନ୍ବୟ । କାଶ୍ମୀର ପଣ୍ଡିତ ମହିଳା ରିତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି ମୁସଲିମ ସମ୍ପ୍ରଦାୟ ।
ସୂଚନାଅନୁସାରେ ରିତା ଅନେକ ଦିନ ହେବ ସେଠାରେ ରହି ଆସୁଥିଲେ । ଯେତେବେଳେ ସମସ୍ତ ପଣ୍ଡିତ ଉପତ୍ୟାକା ଛାଡି ପଳାଇଥିଲେ ସେବେଠୁ ସେ ସେଠାରେ ରହି ଆସୁଛନ୍ତି । ସ୍ଥାନୀୟ ମୁସଲିମମାନଙ୍କ ସହ ପରିବାର ଭଳି ରହି ଆସୁଥିଲେ । ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶେଷକୃତ୍ୟ ପାଇଁ ଆଗେଇ ଆସିଥିଲେ ମୁସଲିମ ସମ୍ପ୍ରଦାୟ । କାନ୍ଧରେ ମୃତଦେହ ବୋଲି ଶ୍ମଶାନ ଅଭିମୁଖେ ବାହାରିଥିଲେ ।
ମୁସଲିମ ସମ୍ପ୍ରଦାୟଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରିତାଙ୍କ ସମ୍ପର୍କୀୟ । ସେ କହିଛନ୍ତି କାଶ୍ମୀରରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକତା ବଜାୟ ରହିଛି । ରିତାଙ୍କ ପରିବାର କାଶ୍ମୀରରେ ରହି ମୁସଲମାନମାନଙ୍କ ସହ ବ୍ୟବସାୟ କରୁଥିଲେ । ମୁସଲିମ ସମ୍ପ୍ରଦାୟଙ୍କ ଏହି କାର୍ଯ୍ୟ ବେଶ ପ୍ରଶଂସନୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ