ETV Bharat / bharat

ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ, ଅଟକାଇଲେ ଷ୍ଟାଫ

author img

By

Published : Apr 17, 2023, 7:21 PM IST

ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ । ଷ୍ଟାଫ କହିଲେ 'ଏହା ପଞ୍ଜାବ, ଭାରତ ନୁହେଁ' । ଅଧିକ ପଢନ୍ତୁ

Etv Bharat
Etv Bharat
ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ

ଚଣ୍ଡିଗଡ଼: 'ଏହା ପଞ୍ଜାବ, ଭାରତ ନୁହେଁ' । ଏପରି କହି ଗାଲରେ ତ୍ରିରଙ୍ଗା ଚିତ୍ର ଥିବା ଯୁବତୀଙ୍କୁ ଅଟକାଇଲେ ସ୍ବର୍ଣ୍ଣମନ୍ଦିରରେ ଥିବା କର୍ମଚାରୀ । ତ୍ରିରଙ୍ଗା ପତାକା ଥିବା ଯୋଗୁଁ ପଞ୍ଜାବ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଯୁବତୀଙ୍କୁ ପ୍ରବେଶ ଅନୁମତି ମିଳିଲା ନାହିଁ । ସୋମବାର ଏପରି ଘଟଣା ଘଟିଥିବା ବେଳେ ଯୁବତୀଙ୍କୁ ଅଟକାଇବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏ ନେଇ ସଫେଇ ଦେବା ସହ କ୍ଷମା ମାଗିଛନ୍ତି ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ଗୁରୁଚରଣ ସିଂ । ସେ କହିଛନ୍ତି, "ଯୁବତୀଙ୍କ ଗାଲରେ ହୋଇଥିବା ଚିତ୍ର ତ୍ରିରଙ୍ଗା ନଥିଲା । ଏହା ହେଉଛି ଶିଖ ଧର୍ମାବଲମ୍ବୀଙ୍କ ଧାର୍ମିକ ସ୍ଥଳୀ । ପ୍ରତ୍ୟେକ ଧାର୍ମିକ ପୀଠରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ । ଆମେ ସମସ୍ତଙ୍କୁ ସ୍ବାଗତ କରିଥାଉ । ହେଲେ କୌଣସି ଅଶୋଭନୀୟ ଆଚରଣ ଯୋଗୁଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଯୁବତୀଙ୍କ ଗାଲରେ ଥିବା ଚିତ୍ରଟି ତ୍ରିରଙ୍ଗା ନଥିଲା, କାରଣ ଏଥିରେ ଅଶୋକ ଚକ୍ରକୁ ଚିତ୍ରିତ କରାଯାଇନଥିଲା । ଏହା କୌଣସି ରାଜନୈତିକ ପତାକା ହୋଇପାରେ ।"

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଶାହ କରୁଛନ୍ତି ଷଡଯନ୍ତ୍ର :ମମତା

ଗୁରୁଚରଣ ସିଂ ଗେରୱାଲ ଆହୁରି କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଯେ ଏହି ଘଟଣାକୁ ନେଇ ଲୋକେ ଟ୍ବିଟ୍‌ କରୁଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ବର୍ଣ୍ଣ ମନ୍ଦିରକୁ ଭକ୍ତମାନେ ଆସିଥାନ୍ତି । ସମସ୍ତଙ୍କୁ ଏଠାରେ ସ୍ବାଗତ କରାଯାଏ ଓ ସମ୍ମାନ ମଧ୍ୟ ଦିଆଯାଏ । ଭାରତରେ ସ୍ବାଧୀନତା ଆଣିବାରେ ଶିଖ୍‌ମାନଙ୍କ ବଳିଷ୍ଠ ଭୂମିକା ରହିଛି । ହେଲେ ଦୁଃଖର ବିଷୟ ଯେ ସବୁବେଳେ ଶିଖମାନଙ୍କୁ ଟାର୍ଗେଟ କରାଯାଉଛି । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗୁରୁଚରଣ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ସ୍ବର୍ଣ୍ଣ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଯାଉଛନ୍ତି । ହେଲେ ଏହି ସମୟରେ ମନ୍ଦିରର ଜଣେ କର୍ମଚାରୀ ତାଙ୍କୁ ଅଟକାଇଛନ୍ତି । 'ଏହା ପଞ୍ଜାବ, ଭାରତ ନୁହେଁ' ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳିଛି । ଅଟ୍ଟାରି-ୱାଘା ସୀମାରେ ବିଟିଂ ରିଟ୍ରିଟ ସେରମନି ବା ଧ୍ବଜାବତରଣ ସମୟରେ ପର୍ଯ୍ୟଟକମାନେ ଗାଲରେ ତ୍ରିରଙ୍ଗା ପତାକା ଚିତ୍ରିତ କରିଥାନ୍ତି । ଏହାପରେ ସେମାନେ ସ୍ବର୍ଣ୍ଣ ମନ୍ଦିରକୁ ଯାଇଥାନ୍ତି । ଏହା ଉକ୍ତ ସ୍ଥାନରେ ସାଧାଣ ଘଟଣା ହୋଇଥିବା ବେଳେ ଏହି ଯୁବତୀଙ୍କୁ ଅଟକା ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.