ETV Bharat / bharat

ନାଇଜେରିଆରେ ସୁରକ୍ଷିତ ନୁହନ୍ତି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ! - ନାଇଜେରିଆ ନାଗରିକ

ନାଇଜେରିଆରେ ଖ୍ରୀଷ୍ଟଧର୍ମାଲମ୍ବୀମାନଙ୍କୁ ଅତି ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଛି । 2012 ପର ଠାରୁ ଜେନୋକାଇଡ ୱାଚ ନାଇଜେରିଆ ପାଇଁ ଜେନୋସାଇଡ ଚେତାବନୀ ଜାରି କରିଛି, କାରଣ ବୋକୋ ହରାମ ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ନରଂସହାର କରିବାରେ ଲାଗିଛି । ଅଧିକ ପଢନ୍ତୁ...

ନାଇଜେରିଆରେ ଖ୍ରୀଷ୍ଟିଆନମାନଙ୍କର ସ୍ଥିତି
ନାଇଜେରିଆରେ ଖ୍ରୀଷ୍ଟିଆନମାନଙ୍କର ସ୍ଥିତି
author img

By

Published : Dec 9, 2020, 10:06 AM IST

ହାଇଦ୍ରାବାଦ: ଆତଙ୍କବାଦୀ ସଂଗଠନ ବୋକୋ ହରାମ ଗତ 10 ଦିନ ତଳେ ନାଇଜେରିଆରେ ରଚିଛନ୍ତି ନରସଂହାର । ଇସଲାମ ସଂଗଠନ ବୋକୋ ହରାମର ସଦସ୍ୟମାନେ ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ନରସଂହାର ନୁହେଁ ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ ନିରୀହ ଲୋକଙ୍କୁ ସର୍ବସାଧାରଣରେ ହତ୍ୟା କରିବାପରେ ମହିଳାମାନଙ୍କୁ ଉଠାଇ ନେଇଛନ୍ତି । କୁହାଯାଉଛି ଯେ, ସ୍ଥାନୀୟ ଲୋକମାନେ ଦାଦା ବଟି ଦେବାକୁ ମନା କରିବା ପରେ ବୋକୋ ହରାମର ସଦସ୍ୟମାନେ ପ୍ରତିଶୋଧର ସ୍ବରୂପ ଗାରିନ କ୍ବାଶେବେରେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଘଟଣାରେ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଶୋକସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । 2012 ପର ଠାରୁ ଜେନୋକାଇଡ ୱାଚ ନାଇଜେରିଆ ପାଇଁ ଜେନୋସାଇଡ ଚେତାବନୀ ଜାରି କରିଛି, କାରଣ ବୋକୋ ହରାମ ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ନରଂସହାର କରିବାରେ ଲାଗିଛି । ବାସ୍ତବରେ ଏହା ଅତି କମରେ 27,000 ହତ୍ୟା ସହିତ ଦୁନିଆର ସବୁଠାରୁ ମାରାତ୍ମକ ନରସଂହାର ଗୋଷ୍ଠୀ ଭାବେ ଜଣାଯାଏ । ବୋକୋ ହରାମ ବର୍ତ୍ତମାନ ଇସଲାମିକ ଷ୍ଟେଟ ପଶ୍ଚିମ ଆଫ୍ରିକା ପ୍ରାନ୍ତ (ISWAP)ରେ କାୟା ବିସ୍ତାର କରିବାରେ ଲାଗିଛି ।

ଫୁଲାନି ଜିହାଦି

ଉନବିଂଶ ଶତାବ୍ଦୀରେ, ଫୁଲାନି ଜିହାଦିମାନେ ସୋକୋଟୋ ସୁଲତାନ ଦ୍ବାରା ଆୟୋଜିତ ଉତ୍ତର ନାଇଜେରିଆରେ ଇସଲାମ ଧର୍ମ ବିସ୍ତାର କରିଥିଲେ। ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ । ପଶ୍ଚିମ ଆଫ୍ରିକାରେ ବର୍ତ୍ତମାନ 25 ନିୟୁତ ଫୁଲାନି ଓ 15 ଲକ୍ଷ ନାଇଜେରିଆ ନାଗରୀକ ଅଛନ୍ତି ।

ଫୁଲାନି ମିଲିସିଆଙ୍କ ଦ୍ବାରା ହୋଇଥିବା ହତ୍ୟାକାଣ୍ଡ 2016 ମସିହାରୁ ନାଇଜେରିଆରେ 2000ରୁ ଅଧିକ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିଛି। ସେଥିପାଇଁ ଜେନସାଇଡ ୱାଚ ସେମାନଙ୍କୁ ‘ଜେନୋସାଇଡ ହତ୍ୟାକାଣ୍ଡ’ ବୋଲି କୁହାଯାଏ । ସେମାନେ ଏକ ଧାର୍ମିକ ଗୋଷ୍ଠୀର ସଦସ୍ୟଙ୍କୁ ଟାର୍ଗେଟ କରନ୍ତି ।

ତେବେ 2000 ମସିହା ପରଠାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏପରିକି ମିଲିସିଆ ମାନେ ଆହୁରି ରକ୍ତମୁଖା ହୋଇଉଠିଛନ୍ତି । ଜାଣିସୁଣି ଖ୍ରୀଷ୍ଟୀଆନ ମାନଙ୍କୁ ଟାର୍ଗେଟ କରୁଛନ୍ତି । ଗାଁ ମାନଙ୍କୁ AK-47 ଧରି ଗାଁରେ ପଶୁଛନ୍ତି ଆଉ ମୁସଲମାନଙ୍କୁ ଛାଡି ଖ୍ରୀଷ୍ଟୀଆନଙ୍କୁ ହତ୍ୟା କରୁଛନ୍ତି । ଜେନସାଇଡ ୱାଚ ସୁପାରିଶ କରେ । ଏକ ୟୁଏନ ଅନୁସନ୍ଧାନ ଆୟୋଗ ନାଇଜେରିଆ ଯାଇ ହତ୍ୟାକାଣ୍ଡର ଅନୁସନ୍ଧାନ କରିବା ଉଚିତ।

ଆୟୋଗ ୟୁଏନ ମାନବ ଅଧିକାର ପରିଷଦ ଏବଂ ୟୁଏନ ସୁରକ୍ଷା ପରିଷଦକୁ ରିପୋର୍ଟ କରିବା ଉଚିତ । ହତ୍ୟାକାଣ୍ଡ ବିଷୟରେ ଚେତାବନୀ ଦେବା ଏବଂ ରିପୋର୍ଟ କରିବା ପାଇଁ ନାଇଜେରିଆର ଚର୍ଚ୍ଚଗୁଡିକ ମାନବ ଅଧିକାର କେନ୍ଦ୍ର ସୃଷ୍ଟି କରିବା ଉଚିତ । କୂଟନୈତିକ ମିଶନଗୁଡିକ ନାଇଜେରିଆ ସରକାରଙ୍କୁ ହତ୍ୟାକାଣ୍ଡକୁ ରୋକିବା ପାଇଁ ମିଳିତ ପଦକ୍ଷେପ ନେବାକୁ ଅନୁରୋଧ କରିବା ଉଚିତ । ଏହାସହ ଅପରାଧୀଙ୍କୁ ଟ୍ରାକିଂ ଏବଂ ଗିରଫ କରିବାରେ ନାଇଜେରିଆର ଆଇନ ପ୍ରଣୟନକାରୀଙ୍କୁ ସହାୟତା କରାଯିବା ଉଚିତ। ନାଇଜେରିଆ ପୋଲିସ ଏବଂ ସେନାକୁ ତାଲିମ ଦିଆଯିବା ଉଚିତ ଏବଂ ମାନବିକ ଅଧିକାରର ଉଲ୍ଲଂଘନ କରିବାକୁ କଠୋର ନିଷେଧ କରାଯିବା ଉଚିତ।

ହିଂସା

ଆତଙ୍କୀ ସଂଗଠନ ରହୁଥିବା ଚକ୍ରାନ୍ତରେ ଫସି ଯାଉଛନ୍ତି ନିରୀହ ଲୋକେ । ଏଠାରେ ହିଂସା ଉଗ୍ରରୂପ ଧାରଣ କରିଛି । ଜେନୋସାଇଡ ୱାଚ ଅନୁଯାୟୀ, ଏକ ବର୍ଷରୁ କମ୍ ସମୟ ମଧ୍ୟରେ 5,100 ରୁ ଅଧିକ ନାଇଜେରିଆ ମରାଣାନ୍ତକ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏନଜିଓ ଇଣ୍ଟରସୋସିଟି ଆକଳନ କରିଛି, ‘ଦୈନିକ ହାରାହାରି ପ୍ରାୟ 5 ଜଣ ଖ୍ରୀଷ୍ଟିଆନଙ୍କର ମୃତ୍ୟୁ’ ହୋଇଛି ।

ଧାର୍ମିକ ପରିମାପ

ନାଇଜେରିଆରେ ଧାର୍ମିକ ସ୍ବାଧିନତାର ଉଲ୍ଲଂଘନ ନେଇ ଚିନ୍ତା ପ୍ରକାଶ କରିଛି ଆମେରିକା ବୈଦେଶିକ ବିଭାଗ । ଧାର୍ମିକ ସ୍ବାଧିନତାରେ ଉଲ୍ଲଂଘନ ହେଉଥିବା ନେଇ 2020 ନାଇଜେରିଆ ରିପୋର୍ଟରେ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ ଏଠାରେ ଧର୍ମକୁ ନେଇ ବହୁ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଗତ 2019 ମସିହାରେ ଶହ ଶହ ଅପହରଣ ମାମଲା ସାମ୍ନାକୁ ଆସିଥିଲା । ଖ୍ରୀଷ୍ଟିଆନଙ୍କ ପ୍ରତି ହେଉଥିବା ହିଂସା ଏକ ଜନଶୁଣାଣିରେ ପରିଣତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.