ETV Bharat / bharat

ରେମିଡେସିଭିର ଇଞ୍ଜେକ୍ସନ ବୋତଲରେ ବିକ୍ରି ହେଉଛି ପାରାସିଟାମଲ

ରେମିଡେସିଭର ଇଞ୍ଜେକ୍ସନ ନାଁରେ ଠକେଇ । ଏପରି ସ୍ଥିତିରେ ମହାରାଷ୍ଟ୍ରର ବାରାମତିରୁ ଆସିଛି ଚାଞ୍ଚଲ୍ୟକର ଖୁଲାସା। ରେମିଡେସିଭିର ଇଞ୍ଜେକ୍ସନର ଖାଲି ବୋତଲରେ ପାରାସିଟାମଲ ମେଡିସିନ ଭର୍ତ୍ତି କରି ରୋଗୀଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Apr 18, 2021, 9:24 AM IST

ରେମିଡେସିଭିର ଇଞ୍ଜେକ୍ସନ
ରେମିଡେସିଭିର ଇଞ୍ଜେକ୍ସନ

ବାରାମତି: ଦେଶରେ କୋରୋନା ଲହରର ସ୍ଥିତି ଅଣାୟତ୍ତ ହେଉଛି । ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କୋଭିଡ ଚିକିତ୍ସାରେ ସହାୟକ ହେଉଥିବା ରେମିଡେସିଭର ଇଞ୍ଜେକ୍ସନର ଅଭାବ ଦେଖାଦେଲାଣି । ଏପରି ସ୍ଥିତିରେ ମହାରାଷ୍ଟ୍ରର ବାରାମତିରୁ ଆସିଛି ଚାଞ୍ଚଲ୍ୟକର ଖୁଲାସା।

ବାରମତି ପୋଲିସ ଏମିତି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି, ଯେଉଁମାନେ ରେମିଡେସିଭିର ଇଞ୍ଜେକ୍ସନର ଖାଲି ବୋତଲରେ ପାରାସିଟାମଲ ମେଡିସିନ ଭର୍ତ୍ତି କରି ରୋଗୀଙ୍କୁ ବିକ୍ରି କରୁଥିଲେ । କୁହାଯାଉଛି ଯେ, ଏହି ଗ୍ୟାଙ୍ଗ ନକଲି ରେମିଡେସିଭର ଇଞ୍ଜେକ୍ସନକୁ 35 ହଜାର ଟଙ୍କାରେ ବିକ୍ରି କରୁଥିଲେ ।

ସୂଚନା ଅନୁସାରେ, ବାରମତିର ଜଣେ ରୋଗୀର ସମ୍ପର୍କୀୟଙ୍କୁ ରେମିଡେସିଭର ଇଞ୍ଜେକ୍ସନର ତତ୍କାଳ ଆବଶ୍ୟକତା ଥିଲା । ସେହି ସେମୟରେ ସେ ଜାଣିବାକୁ ପାଇଲେ, ଯେ ବାରମତିର ଏକ ଘରୋଇ ହସ୍ପିଟାଲରେ ରେମିଡେସିଭର ଇଞ୍ଜେକ୍ସନ ମିଳୁଛି । ତାପରେ ସେ ଗ୍ୟାଙ୍ଗର ଜଣଙ୍କୁ ସାକ୍ଷାତ କରିବା ପରେ, ସେ ନିଜକୁ କୋଭିଡ କେନ୍ଦ୍ରରେ କାମ କରୁଥିବା ନିଜ ପରିଚୟ ଦେଇଥିଲେ । ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଗୋଟେ ଇନଜେକ୍ସନ ପିଛା 35 ହଜାର ଏବଂ 2ଟି ଇଞ୍ଜେକ୍ସନକୁ 70 ହଜାର ଦେବାକୁ ଦାବି କରିଥିଲେ ।

ଏନେଇ ରୋଗୀଙ୍କ ସମ୍ପର୍କୀୟ ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗ୍ୟାଙ୍ଗକୁ ଗିରଫ କରିଛି । ପୋଲିସର ପଚରାଉଚରା ପରେ ଅଭିଯୁକ୍ତ ଜଣକ ନିଜର ଆଉ 3 ସହଯୋଗୀଙ୍କ ନାଁ କହିଛି । ଏହାପରେ ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କୁ ଗିରଫ କରି ପଚରାଉଚରା ପରେ ପୂରା ମାମଲା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.