ETV Bharat / bharat

ଦେଶରେ ପ୍ରଥମ, ଭ୍ରମଣ ଭତ୍ତା ପାଇବେ ଶ୍ରମିକ - ଦେଶରେ ପ୍ରଥମ ଥର ପାଇଁ ସମସ୍ତ ଶ୍ରମିକ ଭ୍ରମଣ ଭତ୍ତା ପାଇବେ

କେନ୍ଦ୍ର ସରକାର ସମସ୍ତ ରାଜ୍ୟର କର୍ମଚାରୀଙ୍କୁ ଭ୍ରମଣ ଭତ୍ତା ଦେବାକୁ ଯୋଜନା କରିଛନ୍ତି । କର୍ମଚାରୀଙ୍କୁ ଟ୍ରେନରେ ଅତି କମ୍‌ରେ ଦ୍ବିତୀୟ ଶ୍ରେଣୀରେ ଯାତ୍ରା ସୁବିଧା ମିଳିବ। ସର୍ତ୍ତ ଅନୁଯାୟୀ, ବ୍ୟକ୍ତି ଜଣକ ବିଗତ ଏକ ବର୍ଷ ମଧ୍ୟରେ ପ୍ରତିଷ୍ଠିତ ସଂସ୍ଥାରେ 180 ଦିନ କାର୍ଯ୍ୟ କରିଥିବା ଆବଶ୍ୟକ।

ଦେଶରେ ପ୍ରଥମ ଥର ପାଇଁ ସମସ୍ତ ଶ୍ରମିକ ଭ୍ରମଣ ଭତ୍ତା ପାଇବେ, କେବଳ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡିବ

author img

By

Published : Nov 26, 2020, 8:22 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟର କର୍ମଚାରୀଙ୍କୁ ଭ୍ରମଣ ଭତ୍ତା ଦେବାକୁ ଯୋଜନା କରିଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ଅଧିସୂଚନାରେ ଏହା ସାମିଲ କରାଯାଇଛି ଯେ, ଯେ କୌଣସି ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ବର୍ଷକୁ ଥରେ ଅନ୍ତଃ-ରାଜ୍ୟ ଯାତ୍ରା ନିମନ୍ତେ ଭତ୍ତା ଦିଆଯିବ। କର୍ମଚାରୀଙ୍କୁ ଟ୍ରେନରେ ଅତି କମ୍‌ରେ ଦ୍ବିତୀୟ ଶ୍ରେଣୀରେ ଯାତ୍ରା ସୁବିଧା ମିଳିବ।

ଯଦି ସେ କର୍ମ କ୍ଷେତ୍ରରୁ ନିଜ ରାଜ୍ୟକୁ ଯାଆନ୍ତି ତେବେ ମଧ୍ୟ ନିର୍ଦ୍ଧାରିତ ଭତ୍ତା ରାଶି ଦିଆଯିବ। ଏଥିପାଇଁ କର୍ମଚାରୀଙ୍କୁ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡିବ। ସର୍ତ୍ତ ଅନୁଯାୟୀ, ବ୍ୟକ୍ତି ଜଣକ ବିଗତ ଏକ ବର୍ଷ ମଧ୍ୟରେ ପ୍ରତିଷ୍ଠିତ ସଂସ୍ଥାରେ 180 ଦିନ କାର୍ଯ୍ୟ କରିଥିବା ଆବଶ୍ୟକ।

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ନିଜ ଅଧିସୂଚନାରେ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ବ୍ୟବସ୍ଥା ସାମିଲ କରଛନ୍ତି। ଲୋକଙ୍କ ପରାମର୍ଶ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏକ ମାସ ପରେ ଏହାକୁ ଅନ୍ତିମ ରୂପ ଦେଇ ଲାଗୁ କରିଦିଆଯିବ। ଏପର୍ଯ୍ୟନ୍ତ କର୍ମଚାରୀଙ୍କୁ ଏପରି ଭତ୍ତା ମିଳୁନଥିଲା। କେନ୍ଦ୍ର ସରକାର ଏବେ ସମସ୍ତ ପ୍ରତିଷ୍ଠାନର କର୍ମଚାରୀଙ୍କୁ ଭତ୍ତା ଦେବାପାଇଁ ନିୟମ ତିଆରି କରିଛନ୍ତି।

ଯଦି ଜଣେ ଶ୍ରମିକ ଏକ ବର୍ଷ ଅବଧି ମଧ୍ୟରେ ନିଜ ନିଯୁକ୍ତି ପରିବର୍ତ୍ତନ କରନ୍ତି ତେବେ ମଧ୍ୟ ଯାତ୍ରା ଭତ୍ତା ଦିଆଯିବ | ଅବଶ୍ୟ, ଏଥିପାଇଁ ଶ୍ରମିକଙ୍କୁ ତାଙ୍କ ନୂତନ ନିଯୁକ୍ତିଦାତା ଅର୍ଥାତ୍, ପ୍ରତିଷ୍ଠାନକୁ ଏକ ଶପଥପତ୍ର ଦେବାକୁ ପଡିବ | ସେଥିରେ ଲେଖାଥିବ ଯେ, ସେ ତାଙ୍କ ପୂର୍ବ ପ୍ରତିଷ୍ଠାନରେ 180 ଦିନ କାର୍ଯ୍ୟ ସମାପ୍ତ କରିଛନ୍ତି ଏବଂ ସେ କୌଣସି ଯାତ୍ରା ଭତ୍ତା ନେଇ ନାହାଁନ୍ତି। ଏଭଳି ସ୍ଥିତିରେ ନୂତନ ପ୍ରତିଷ୍ଠାନକୁ ସେହି ଶ୍ରମିକଙ୍କ ପାଇଁ ଯାତ୍ରାଭତ୍ତା ଜାରୀ କରିବାକୁ ପଡିବ ପଡିବ |

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ତଥା ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରୀ କରାଯିବ। ଯେକୌଣସି ଶ୍ରମିକ ଏହି ନମ୍ବରରେ ଅଭିଯୋଗ କରିପାରିବେ।

କେନ୍ଦ୍ର ସରକାର ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ନେଉଥିବା ପଦକ୍ଷେପ ଗୁଡିକର ସମୟ ସମୟରେ ଯାଞ୍ଚ କରାଯିବ। ସମସ୍ତ ଯୋଜନା ଉପରେ ନଜର ରଖିବା ପାଇଁ ଏକ ସିଷ୍ଟମ କରାଯିବ | ଏଥିପାଇଁ ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞ ଏବଂ ସଂଗଠନଗୁଡ଼ିକ ଠାରୁ ମତାମତ ନେବାକୁ କୁହାଯାଇଛି।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.