ବେଙ୍ଗାଲୁରୁ: ଅଙ୍ଗ ପ୍ରତିରୋପଣ ହୋଇଥିବା ଜଣେ ମହିଳାଙ୍କର ସଫଳ ପ୍ରସବ ହୋଇଛି । ବେଙ୍ଗାଲୁରୁର ମହିଷୁର ଅଞ୍ଚଳରେ ଜଣେ 35ବର୍ଷୀୟ ଗର୍ଭବତୀଙ୍କ ଅଙ୍ଗ ଅସ୍ତ୍ରୋପ୍ରଚାର ପରେ ତାଙ୍କୁ ପ୍ରସବ କରାଇବାରେ ସଫଳ ହୋଇଛି ଡାକ୍ତରୀ ଟିମ ।
ତିନି ବର୍ଷ ପୂର୍ବେ ଏକକାଳୀନ ଭାବରେ ଅଗ୍ନାଶୟ, କିଡନୀ ରୋଗରେ ପୀଡିତ ଥିଲେ । ପିଲାଟି ଦିନୁ ମହିଳା ଜଣକ ମଧୁମେହ କିଡନୀ ରୋଗରେ ପୀଡିତ ଥିଲେ । ମହିଳା ଜଣକ ରବିବାର ଆପୋଲୋ ହସ୍ପିଟାଲରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଏବଂ ଶିଶୁ ସୁସ୍ଥ ଅଛନ୍ତି ।
ଏହି ସଫଳ ପ୍ରସବ ଘଟଣା ଦେଶରେ ପ୍ରଥମ । ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ SPKT ପରେ ଜଣେ ରୋଗୀ ପ୍ରାକୃତିକ ଭାବରେ ଗର୍ଭବତୀ ହୋଇ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଛନ୍ତି । ଆପୋଲୋ ବିଜିଏସ ହସ୍ପିଟାଲର ପ୍ରଶାସନିକ ବିଭାଗର ଉପାଧ୍ୟକ୍ଷ ଏନ.ଜି ସରିଶ ରେଡ୍ଡୀ କହିଛନ୍ତି ଯେ ସର୍ଜିକାଲ କନସଲଟାଣ୍ଟ ଡକ୍ଟର ବିପି ଅଞ୍ଜଲି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନୀତା ମୁଖାର୍ଜୀ ଉପସ୍ଥିତ ମହିଳାଙ୍କ ପ୍ରସବ କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ