ETV Bharat / bharat

PM Modi in Loksabha: ‘2014 ପୂର୍ବରୁ କଂଗ୍ରେସର 10ବର୍ଷ ଶାସନ କାଳ ଘୋଟାଲାର ଦଶନ୍ଧି'

author img

By

Published : Feb 8, 2023, 10:53 PM IST

କଂଗ୍ରେସ ଉପରେ ନିଜ ଅଭିଭାଷଣରେ କଡା ପ୍ରହାର କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୦୪-୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସର ୧୦ବର୍ଷ ଶାସନ କେବଳ ଘୋଟାଲାରେ ପରିପୂର୍ଣ୍ଣ ରହିଥିଲା ବୋଲି ମୋଦି କହିଛନ୍ତି । ଅଧିକ ପଢନ୍ତୁ

PM Modi in Lokabha
PM Modi in Lokabha

ନୂଆଦିଲ୍ଲୀ: କଂଗ୍ରେସ ଦୀର୍ଘ ୧୦ ବର୍ଷ କାଳର ଶାସନ ଘୋଟାଲାରେ ପରିପୂର୍ଣ୍ଣ ରହିଥିଲା । ୨୦୦୪-୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସର ଶାସନକାଳ ମଧ୍ୟରେ ଦେଶ ସମସ୍ୟାରେ ଭରପୂର ରହିଥିଲା । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଭିଭାଷଣ ବେଳେ କଂଗ୍ରେସ ଉପରେ ଆକ୍ରମଣ କରି ମୋଦି ଏପରି ମନ୍ତବ୍ୟ ରଖିଛନ୍ତି ।

ଏନେଇ ମୋଦି କହିଛନ୍ତି, "୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସ୍ବାଧୀନତାର ଇତିହାସରେ ସର୍ବାଧିକ ଘୋଟାଲାପୂର୍ଣ୍ଣ ଦଶକ ରହିଥିଲା । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ଶାସନ ବେଳେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ଦେଶବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ଏହି ସମୟରେ ଦେଶ ଏପରି ଦୁର୍ବଳ ସ୍ଥିତିକୁ ଆସିଥିଲା ଯେ ବିଶ୍ବ ଭାରତର କଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନଥିଲା । କୋରୋନା ମହାମାରୀ ବେଳେ ଦେଶ ଆତ୍ମନିର୍ଭରଶୀଳ ହେଲା । ସାରା ବିଶ୍ବରେ ଭାରତକୁ ନେଇ ଏକ ସକରାତ୍ମକ ଭାବନା, ଆଶା ଓ ଭରସା ଜାଗ୍ରତ ହେଲା । କଂଗ୍ରେସ ଶାସନର ଦଶବର୍ଷ 'ଲଷ୍ଟ ଡିକେଡ' ରହିଥିବା ବେଳେ ଏବେ ଭାରତ 'ଇଣ୍ଡଆଜ ଡିକେଡ' ହୋଇପାରିଛି ।"

ମୋଦି ଦେଶର ଅର୍ଥନୀତିକୁ ନେଇ କହିଛନ୍ତି ଏବେ ବିଶ୍ବର ଅନେକ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାର, ଖାଦ୍ୟ ଓ ଆର୍ଥିକ ସଙ୍କଟ ଦେଖାଦେଇଛି । ଏପରିକି ପଡୋଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଭାରତ ବିଶ୍ବର ସର୍ବବୃହତ ଅର୍ଥନୀତିର ପଞ୍ଚମ ସ୍ଥାନରେ ପହଞ୍ଚିଛି । ଏହାକୁ ନେଇ ପ୍ରତିଟି ଭାରତୀୟ ଗୌରବାନ୍ବିତ ହୋଇଛନ୍ତି । ରାଷ୍ଟ୍ରପତି ବଜେଟ ଉପସ୍ଥାପନା ପୂର୍ବରୁ ଯେଉଁ ଅଭିଭାଷଣ ରଖିଥିଲେ, ତାକୁ ନେଇ ୧୪୦କୋଟି ଭାରତୀୟ ପ୍ରେରିତ ହୋଇଥିବା ବେଳେ ଏହି ଅଭିଭାଷଣ ସେମାନଙ୍କ ଲାଗି ମାର୍ଗଦର୍ଶିକା ସାଜିଛି ବୋଲି ମୋଦି କହିଛନ୍ତି ।

ଏହା ବି ପଢନ୍ତୁ- ଆଦାନୀଙ୍କୁ ସୁରକ୍ଷା ଯୋଗାଉଛି ମୋଦି ସରକାର: ରାହୁଲ ଗାନ୍ଧୀ

କଂଗ୍ରେସକୁ ଆକ୍ରମଣ କରି ମୋଦି କହିଛନ୍ତି, " ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦେଶବାସୀ ଭୁଲିପାରିବେ ନାହିଁ । ସେହି ସମୟରେ ସରକାର ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଭୟଭୀତ ଥିଲେ । ସେଥିଲାଗି ଦେଶର ରକ୍ତ ସାଗର ପ୍ରବାହିତ ହୋଇଥିଲା ଓ ଅନେକ ନିରୀହ ଜୀବନ ଯାଇଥିଲା । ଏହା ୟୁପିଏ ସରକାରଙ୍କ ଶାସନ କ୍ଷମତା ସମ୍ଭାଳିବାରୁ ଦୁର୍ବଳତା ଯୋଗୁଁ ହୋଇଥିଲା ।" ମୋଦି ବିଜେପି ସରକାରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ କହିଛନ୍ତି । ଖବରକାଗଜର ହେଡଲାଇନ ଦେଖି ମୋଦିଙ୍କ ଉପରେ ଲୋକେ ବିଶ୍ବାସ କରୁନାହାନ୍ତି, ବରଂ ଗତ କିଛି ବର୍ଷ ଧରି ବିଜେପି ସରକାରର ବିକାଶମୂଳକ କାର୍ଯ୍ୟ ଦେଖି ଲୋକେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି ।

'୧୪୦ କୋଟି ଭାରତୀୟ ହେଉଛନ୍ତି ମୋର କବଚ, ଭେଦ କରିପାରିବନି ଗାଳିର ଅସ୍ତ୍ର':- ମୋଦି ଅଭିଭାଷଣରେ କହିଛନ୍ତି ଯେ ୧୪୦କୋଟି ଭାରତୀୟ ମୋର କବଚ । କୌଣସି ଗାଳିର ଅସ୍ତ୍ର ଏହାକୁ ଭେଦ କରିପାରିବ ନାହିଁ । ମୂଲ୍ୟହୀନ ବିବାଦ ଦେଶବାସୀଙ୍କ ବିଶ୍ବାସକୁ ଭେଦ କରିପାରିବ ନାହିଁ ବୋଲି ମୋଦି କହିଥିଲେ । ମାତ୍ର ଯେଉଁମାନେ ନିରାଶ ଅଛନ୍ତି ସେମାନେ ଭାରତର ବିକାଶ ଷ୍ଟୋରୀକୁ ଅଣଦେଖା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.