ETV Bharat / bharat

ଭୟଙ୍କର ହେଉଛି ତାଉ'ତେ: ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳଭାଗ

ଭୟଙ୍କର ବାତ୍ୟାର ରୂପ ନେଉଛି ତାଉ'ତେ । ଘଣ୍ଟା ପ୍ରତି 20 କିଲୋମିଟରରେ ଗତି କରୁଛି ବାତ୍ୟା । ସନ୍ଧ୍ୟା ସୁଦ୍ଧା ତାଉ' ତେ ଗୁଜୁରାଟ ଉପକୂଳ ଛୁଇଁବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ...

ଭୟଙ୍କର ହେଉଛି ତାଉ' ତେ
ଭୟଙ୍କର ହେଉଛି ତାଉ' ତେ
author img

By

Published : May 17, 2021, 11:55 AM IST

ହାଇଦ୍ରାବାଦ : ଭୟଙ୍କର ବାତ୍ୟାର ରୂପ ନେଉଛି ତାଉ'ତେ । ଘଣ୍ଟା ପ୍ରତି 20 କିଲୋମିଟରରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ମହାରାଷ୍ଟ୍ରର ଅନେକ ସ୍ଥାନରେ ପବନ ବହିବା ସହ ବର୍ଷାର ମାତ୍ରା ମଧ୍ୟ ବୃଦ୍ଧି ପାଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ତାଉ' ତେ ଗୁଜୁରାଟ ଉପକୂଳ ଛୁଇଁବା ନେଇ ସୂଚନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ରାତି 8ଟାରରୁ ରାତି 11ଟା ମଧ୍ୟରେ ପୋରବନ୍ଦର ଓ ମହୁଆ ଦେଇ ବାତ୍ୟା ଗତି କରିବ ।

ଅତି ଭୟଙ୍କର ବାତ୍ୟାର ରୂପ ନେଇ ସାରିଥିବା ତାଉ'ତେ ବର୍ତ୍ତମାନ ମୁମ୍ବାଇ ଉପକୂଳ ଦେଇ ଗତି କରୁଛି । ଗୁଜୁରାଟରେ ପହଞ୍ଚିବା ବେଳକୁ ପ୍ରାୟ 155 ରୁ 165 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଛି । ଏହାର ଗତି ବଢି 185 କିଲୋମିଟର ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦେଇ ଗତି କରୁଛି ।

ସେପଟେ ମହାରାଷ୍ଟ୍ରରେ 2 ନାବାଳିକାଙ୍କ ଗଛ ପଡି ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଅନେକ କ୍ଷୟକ୍ଷତିର ସୂଚନା ରହିଛି । ମହାରାଷ୍ଟ୍ରରେ ପ୍ରାୟ 536ଟି ଷ୍ଟ୍ରକଚରାଲ୍ ନଷ୍ଟ ହୋଇଛି । ଏଥିରେ ଘର ଭାଙ୍ଗିବା ସହ, କେତେ ଜଣଙ୍କ ଛାତ ପବନରେ ଉଡିଯିବା ସହ ବୈଦୁତିକ ଖୁଣ୍ଟି ଉପୁଡିଯାଇଛି । ଏହାସହ ମୁମ୍ବାଇର 182 ଟି ସ୍ଥାନରେ ଗଛ ଉପୁଡି ପଡିଥିବା ସୂଚନା ରହିଛି । ସେପଟେ ରାଇଗଡ ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.