ETV Bharat / bharat

ମୁମ୍ବାଇ ମନ୍ତ୍ରଣାଳୟକୁ ଧମକପୂର୍ଣ୍ଣ ମେଲ୍ ଘଟଣା, ଘଣ୍ଟାଏ ଭିତରେ ଅଭିଯୁକ୍ତ ଗିରଫ

author img

By

Published : Jun 22, 2021, 9:08 AM IST

ମୁମ୍ବାଇ ମନ୍ତ୍ରଣାଳୟକୁ ବୋମା ଫିଙ୍ଗି ଉଡାଇ ଦେବା ଭଳି ଧମକ ଦେଇଥିବା ଅପରାଧୀକୁ ଏକ ଘଣ୍ଟାରେ ଗିରଫ କଲା ପୋଲିସ । ତେବେ ସୋମବାର ପୁଣେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ଅଧିକ ପଢନ୍ତୁ...

ମୁମ୍ବାଇ ମନ୍ତ୍ରଣାଳୟକୁ ଧମକପୂର୍ଣ୍ଣ ମେଲ ଘଟଣା, ଘଣ୍ଟାଏରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ମୁମ୍ବାଇ: ମୁମ୍ବାଇ ମନ୍ତ୍ରଣାଳୟକୁ ବୋମା ଫିଙ୍ଗି ଉଡାଇ ଦେବା ଭଳି ଧମକ ଦେଇଥିବା ଅପରାଧୀକୁ ଏକ ଘଣ୍ଟାରେ ଗିରଫ କଲା ପୋଲିସ । ତେବେ ସୋମବାର ପୁଣେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ଏହି ବ୍ୟକ୍ତି ଇମେଲ ମାଧ୍ୟମରେ ଏପରି ଧମକ ଦେଉଥିଲେ ।

ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଧମକଟି ନକଲି ବୋଲି ଜଣାପଡିଛି। ଏନେଇ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସର ତଦନ୍ତରୁ ଜଣାପଡିଥିଲା ଯେ, ଏହି ଇ-ମେଲଟି ପୁଣେରୁ ଆସିଛି। ପରେ ପୁଣେର ଘୋରପାଣ୍ଡି ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ ଖୁବ ଶୀଘ୍ର ମୁମ୍ବାଇ ପୋଲିସ ହସ୍ତାନ୍ତର କରାଯିବ।

ପୁଣେର ଶୈଲେଶ ସିନ୍ଦେ ନାମକ ଜଣେ ବ୍ୟକ୍ତି ଏହି ଇମେଲ ପଠାଇଥିଲେ । ବରିଷ୍ଠ ପୋଲିସ ଇନ୍ସପେକ୍ଟର କୋଲେକର କହିଛନ୍ତି ଯେ, ବାଳକକୁ ସ୍କୁଲରେ ଆଡମିସନ ନ ମିଳିବାରୁ ସେ ଗୃହ ବିଭାଗକୁ ଏଭଳି ଧମକପୂର୍ଣ୍ଣ ମେଲ ପଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.