ଅହମ୍ମଦାବାଦ: କୋରୋନାରୁ ସୁସ୍ଥ ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଆଜି ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ସେ ସମ୍ପୂର୍ଣ୍ଣ ସୁସ୍ଥଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ 15 ତାରିଖରେ ତାଙ୍କର କୋଭିଡ ଟେଷ୍ଟ କରାଯିବା ପରେ ସେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ଗତ 14 ତାରିଖରେ ଭଦଦୋରାରେ ଏକ ରାଲିକୁ ସମ୍ବୋଧିତ କଲାବେଳେ ସେ ହଠାତ ଚେତା ହରାଇ ପଡିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 15 ତାରିଖ ଦିନ ତାଙ୍କର କୋରୋନା ଟେଷ଼୍ଟ କରାଯିବାରୁ ତାଙ୍କର କୋରୋନା ରିପୋର୍ଟ ପଡିଟିଭି ଆସିଥିବା ଜଣା ପଡିଥିଲା ।
ସେ ସାଧାରଣ ସଭାରେ ଅନେକ ଲୋକଙ୍କ ସହ ମିଶିଥିବାରୁ ତାଙ୍କ ସହଯୋଗୀ ମାନେ ମଧ୍ୟ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଆଜି ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି ।
@ANI