ETV Bharat / bharat

ପୁଣି ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

author img

By

Published : Oct 27, 2021, 5:51 PM IST

ଆସନ୍ତାକାଲିକୁ ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି । ଶୁଣାଣି ଘୁଞ୍ଚାଇଲେ ବମ୍ବେ ହୋଇକୋର୍ଟ । ଅଧିକ ପଢନ୍ତୁ..

ପୁଣି ଆସନ୍ତାକାଲିକୁ ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ଆସନ୍ତାକାଲି (ଶୁକ୍ରବାର)କୁ ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି । ବମ୍ବେ ହାଇକୋର୍ଟରେ ଶୁଣାଣି ଚାଲିଥିବାବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ କଲେ କୋର୍ଟ ।

ଆର୍ଯ୍ୟନ ଅକ୍ଟୋବର 8ରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ତେବେ ଶୁଣାଣିରେ ଆର୍ଯ୍ୟନଙ୍କ ପାଖରେ କିଛି ନିଶା ଦ୍ରବ୍ୟ ମିଳି ନଥିବା ତାଙ୍କ ଓକିଲ ବାରମ୍ବାର ଯୁକ୍ତି ବଢିଥିଲେ ସୁଦ୍ଧା ତାଙ୍କ ବେଲ ଆବେଦନ ଗୋଟିଏ ପରେ ଗୋଟିଏ ତାରିଖ ଖାରଜ ହେବାରେ ଲାଗିଛି ।

ଏହା ପୂର୍ବରୁ ୪ଥର ଆର୍ଯ୍ୟନଙ୍କ ବେଲ ଆବେଦନ ଖାରଜ ହୋଇଥିଲା । ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆର୍ଯ୍ୟନ ।

ତେବେ ଗତକାଲି ଶୁିଣାଣି ସ୍ଥଗିତ ରହିଥିଲା । ଆଜି ମଧ୍ୟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି ଏହି ମାମଲାର ଶୁଣାଣିକୁ ନେଇ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.