ETV Bharat / bharat

‘ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ BJP ନିୟନ୍ତ୍ରଣରେ’

BJPକୁ ସମାଲୋଚନା କଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି । କହିଲେ ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଏବଂ ଏଜେନ୍ସି ଜରିଆରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହଇରାଣ କରୁଛି BJP । ଅଧିକ ପଢନ୍ତୁ...

‘ ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ BJP ନିୟନ୍ତ୍ରଣରେ ’

author img

By

Published : Aug 21, 2021, 10:59 PM IST

ଶ୍ରୀନଗର: ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ବର୍ତ୍ତମାନ ନିଜର ସ୍ବତନ୍ତ୍ରତା ହରାଇଛନ୍ତି ଏବଂ କେନ୍ଦ୍ରରେ ଶାସନାଧିନ BJP ସରକାର ଦ୍ବାରା ନିୟନ୍ତ୍ରିତ ହେଉଛନ୍ତି । ବିଜେପି ଏମାନଙ୍କୁ ବ୍ୟବହାର କରି ନିଜ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏପରି ଅଭିଯୋଗ କର BJP ଉପରେ ବର୍ଷିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ଶନିବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲା ଗସ୍ତରେ ଯାଇ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ଅବସରରେ, ସେ ଏପରି ମନ୍ତବ୍ୟ ଛଳରେ ମୋଦି ସରକାରକୁ ଟାର୍ଗେଟ କରିଥିବା ନଜର ଆସିଛନ୍ତି ।

‘ ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ BJP ନିୟନ୍ତ୍ରଣରେ ’

ସେହପରି ପରୋକ୍ଷରେ ସେ ଧାରା 370 ଓ ଆର୍ଟିକଲ -35 (A) ଉଚ୍ଛେଦକୁ ନେଇ ମଧ୍ୟ ନିଜ ସମ୍ବୋଧନରେ ମତ ରଖିଛନ୍ତି। ମୁଫତି କହିଛନ୍ତି ଜାମ୍ମୁ କାଶ୍ମୀର ଠାରୁ ତାର ପରିଚୟ ଛଡାଇ ନେଇଛି କେନ୍ଦ୍ର ସରକାର। ଜମ୍ମୁ କାଶ୍ମୀରର ପୂର୍ବ ପରିଚୟ ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ଅସାମ୍ବିଧାନିକ ତଥା ଅନୈତିକ ଭାବରେ ଧାରା 370କୁ ରଦ୍ଦ କରି ଏଠାରେ ଥିବା ଲୋକଙ୍କ ସ୍ବାଧୀନତା ଛଡାଇବା ସହ ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଛାତ୍ରମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛନ୍ତି । ଆଫଗାନିସ୍ତାନରେ ମଧ୍ୟ ସଙ୍କଟ ସମାଧାନ ଦିଗରେ ବିଶ୍ବଶକ୍ତି ମାନଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ, ଶେଷରେ ଆଲୋଚନା କରିବାକୁ ପଡିବ। ଭାରତ ସରକାର ମଧ୍ୟ ଜାଣିବା ଉଚିତ ଯେ କାଶ୍ମୀର ପ୍ରସଙ୍ଗର ସମାଧାନ, କେବଳ କଥାବାର୍ତ୍ତା ମାଧ୍ୟମରେ ସମ୍ଭବ ବୋଲି ମଧ୍ୟ ସେ ମତ ରଖିଛନ୍ତି।

BJPକୁ ସମାଲୋଚନା କରି ସେ କହିଛନ୍ତି ଯେ ଦେଶର ସମସ୍ତ ଅନୁଷ୍ଠାନ ଏବଂ ଏଜେନ୍ସି ଜରିଆରେ ରାଜନୈତିକ ପ୍ରତିଦ୍ବନ୍ଦିମାନଙ୍କୁ ହଇରାଣ କରୁଛି BJP । ଆଫଗାନିସ୍ତାନର ପରିସ୍ଥିତି ଜାମ୍ମୁ କାଶ୍ମୀରର ରାଜନୀତିକୁ ପ୍ରଭାବିତ କରିବ କି ପ୍ରଶ୍ନରେ, ମେହେବୁବା ଚୁପ ରହିବା ସହ କିଛି ପ୍ରତିକ୍ରାୟା ରଖି ନ ଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.