ETV Bharat / bharat

17ରୁ ମାଲାବାର ନୌସେନା ଅଭ୍ୟାସର 2ୟ ପର୍ଯ୍ୟାୟ ଆରମ୍ଭ - naval exercise begins on the 17th

ନଭେମ୍ବର 17 ରୁ ଆରମ୍ଭ ହେବାକୁ ଯାଉଛି ମାଲାବାର ନୌସେନା ଯୁଦ୍ଧାଭ୍ୟାସର ଦ୍ବିତୀୟ ପର୍ଯ୍ୟାୟ । ଆରବସାଗରରେ ହେବ ଅଭ୍ୟାସ ପାଇଁ ପ୍ରସ୍ତୁତ ଅଂଶଗ୍ରହଣକାରୀ ଦେଶ । ପଢନ୍ତୁ ଅଧିକ...

17ରୁ ମାଲାବାର ନୌଯୁଦ୍ଧାଭ୍ୟାସର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ

author img

By

Published : Nov 16, 2020, 5:46 PM IST

ନୂଆଦିଲ୍ଲୀ: ନଭେମ୍ବର 17 ରୁ ଆରମ୍ଭ ହେବାକୁ ଯାଉଛି ମାଲାବାର ନୌସେନା ଯୁଦ୍ଧାଭ୍ୟାସର ଦ୍ବିତୀୟ ପର୍ଯ୍ୟାୟ । ଏଥିରେ ପୁର୍ବ ତଥା ପ୍ରଥମ ଭାଗରେ ଭାଗ ନେଇଥିବା ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଅଂଶଗ୍ରହଣ କରୁଛନ୍ତି, ନଭେମ୍ବର 17 ରୁ ନଭେମ୍ବର 20 ପର୍ଯ୍ୟନ୍ତ ଏହି ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ ହେବ । ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ବଙ୍ଗୋପସାଗରରେ ଆୟୋଜିତ ହୋଇଥିବା ବେଳେ 2ୟ ପର୍ଯ୍ୟାୟ ସମରାଭ୍ୟାସ ଉତ୍ତର ଆରବ ସାଗରରେ ଅନୁଷ୍ଠିତ ହେବାକୁ ଯାଉଛି ।

ବଙ୍ଗୋପ ସାଗରରେ ହୋଇଥିବା ସମରାଭ୍ୟାସର ପ୍ରଥମ ଭାଗ 3 ନଭେମ୍ବରରୁ ଆରମ୍ଭ ହୋଇ 6 ନଭେମ୍ବରରେ ଶେଷ ହୋଇଥିଲା । ଏହି ସମରାଭ୍ୟାସ ବଙ୍ଗୋପସାଗରରେ ହୋଇଥିବା ବେଳେ ଏଥିରେ ଭାରତ , ଆମେରିକା, ଓ ଜାପାନ ଭାଗ ନେଇଥିଲେ । ମାଲାବାର 2020ର ଦ୍ବୀତିୟ ପର୍ଯ୍ୟାୟରେ ଭାରତୀୟ ନୌସେନାର ବିମାନବାହକ ଯୁଦ୍ଧଯାହାଜ ଆଏନଏସ ବିକ୍ରମଦିତ୍ୟ ବ୍ୟାଟ୍ ଗ୍ରୁପ୍ ଏବଂ ଆମେରିକାର ନୌସେନାର ନିମିଜ୍ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ ମିଳିତ ଭାବେ ଅଂଶ ଗ୍ରହଣ କରୁଛନ୍ତି ।

ଏହି ଦୁଇ ବିମାନ ବାହକ ଜାହାଜ , ବୁଡ଼ାଜାହାଜ ଏବଂ ଅଂଶଗ୍ରହଣକାରୀ ନୌସେନାର ବିମାନ ସହିତ ଚାରି ଦିନ ଧରି ସମରାଭ୍ୟାସ ଜାରି ରହିବ । ଏହି ଅଭ୍ୟାସରେ ବିକ୍ରମାଦିତ୍ୟର ମିଗ-29 ଯୁଦ୍ଧବିମାନ ଏବଂ ଏଫ-18 ଯୁଦ୍ଧବିମାନ ଏବଂ ନିମିଜର ଇ-9 ସି ପ୍ରମୁଖ ଭାଗ ନେବେ । ଏହି ନୈାସେନା ଅଭ୍ୟାସରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ଅତ୍ୟାଧୁନିକ ଯୁଦ୍ଧ କୌଶଳ ମଧ୍ୟ ପ୍ରଦର୍ଶନ କରିବେ ବିଶ୍ବର 4 ଲଢୁଆ ନୌସେନା ।

ମାଲାବାର ଯୁଦ୍ଧାଭ୍ୟାସ ପ୍ରତି ବର୍ଷ ଆୟୋଜିତ ହେଉଥିବା ବେଳେ ଏହା ଚଳିତ ବର୍ଷ 24 ତମ ସଂସ୍କରଣରେ ପାଦ ଦେଇଛି । ଯୁଦ୍ଧାଭ୍ୟାସ ସହ ନୌସେନାର ଶକ୍ତି ବୃଦ୍ଧି କରିବା ସହ ପଡୋଶି ରାଷ୍ଟ୍ର ମାନଙ୍କ ସହ ଉତ୍ତମ ସହ।ଯୋଗ ସହ ସାମରିକ ଜ୍ଞାନକୌଶଳ ଅଦାନପ୍ରଧାନ କରିବା ଏହି ସାମରିକ ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.