ETV Bharat / bharat

ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଲେ ଥାଓ୍ବାରଚାନ୍ଦ ଗେହଲଟ

author img

By

Published : Jul 8, 2021, 9:02 AM IST

କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବେ ଭାବରେ ନିଯୁକ୍ତ ହୋଇଥିବା ଥାଓ୍ବାରଚାନ୍ଦ ଗେହଲଟ ଗତକାଲି ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଲେ ଥାଓ୍ବାରଚାନ୍ଦ ଗେହଲଟ
ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଲେ ଥାଓ୍ବାରଚାନ୍ଦ ଗେହଲଟ

ନୂଆଦିଲ୍ଲୀ: କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବେ ଭାବରେ ନିଯୁକ୍ତ ହୋଇଥିବା ଥାଓ୍ବାରଚାନ୍ଦ ଗେହଲଟ ଗତକାଲି ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଏନେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

କର୍ଣ୍ଣାଟକର ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ ଗତକାଲି ଏନେଇ ଉପ-ରାଷ୍ଟ୍ରପତିଙ୍କ ଭବନରେ ଏମ ଭେଙ୍କୟା ନାଇଡୁଙ୍କୁ ରାଜ୍ୟସଭାରୁ ଇସ୍ତଫା ପତ୍ର ଦାଖଲ କରିଥିଲେ । ଉପରାଷ୍ଟ୍ରପତି ମଧ୍ୟ ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଏନେଇ ଉପରାଷ୍ଟ୍ରପତି ଟ୍ବିଟ କରି ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଆଠଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିବା ଗେହଲଟ 2019 ଠାରୁ ରାଜ୍ୟସଭାରେ ସଦସ୍ୟ ଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.