ETV Bharat / bharat

ଡରାଉଛି ତୈଳ ଦର - ତୈଳଦରର ଆକାଶଛୁଆଁ

ତୈଳଦରର ଆକାଶଛୁଆଁ ଦର ସାରାଦେଶରେ ସାଧାରଣ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି । ଏ ବର୍ଷ ମୋଟ ୨୪ଟି ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଏହି ମାସରେ ଲଗାତର ୧୨ ଦିନ ଧରି ତୈଳ ଦରରେ ବୃଦ୍ଧି ଘଟିଛି, ଯାହା କି ଅଦ୍ଭୂତପୂର୍ବ । କୋଭିଡ-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ପରିପ୍ରେକ୍ଷୀରେ ତୈଳଦର ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ।

ଡରାଉଛି ତୈଳ ଦର
ଡରାଉଛି ତୈଳ ଦର
author img

By

Published : Feb 24, 2021, 6:59 AM IST

ତୈଳଦରର ଆକାଶଛୁଆଁ ଦର ସାରାଦେଶରେ ସାଧାରଣ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି । ଏ ବର୍ଷ ମୋଟ ୨୪ଟି ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଏହି ମାସରେ ଲଗାତର ୧୨ ଦିନ ଧରି ତୈଳ ଦରରେ ବୃଦ୍ଧି ଘଟିଛି, ଯାହା କି ଅଦ୍ଭୂତପୂର୍ବ । କୋଭିଡ-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ପରିପ୍ରେକ୍ଷୀରେ ତୈଳଦର ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ଦରବୃଦ୍ଧି ଯୋଗୁଁ ଅଧିକ ଜଟିଳ ହୋଇଛି ସାମାଜିକ-ଅର୍ଥନୈତିକ ସଂକଟ। ଦର ହ୍ରାସ ଛଡା ଲୋକଙ୍କୁ ସନ୍ତୁଷ୍ଟ କରିବାର ଅନ୍ୟ ଉପାୟ ନାହିଁ ବୋଲି ଏକପ୍ରକାର ସ୍ୱୀକାର କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସାତାରମଣ ଖୋଲାଖୋଲି ଭାବେ କହିଛନ୍ତି ଯେ, ସେ ଏ ପ୍ରସଙ୍ଗରେ ଧର୍ମସଙ୍କଟର ସମ୍ମୁଖୀନ ହୋଇଛନ୍ତି । ପେଟ୍ରୋଲିୟଜାତ ସାମଗ୍ରୀ ଆନ୍ତର୍ଜାତିକ ବଜାର ସହ ଜଡିତ, ତେଣୁ ଦର ନିୟନ୍ତ୍ରଣ ତାଙ୍କ କ୍ଷମତା ପରିସର ବାହାରେ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି । ଦର ହ୍ରାସ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଲୋଚନା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୀତାରମଣ ।

ଦୈନିକ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ପାଇଁ ୨୦୧୭ରେ ସବୁଜ ସଂକେତ ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ଅସ୍ଥିରତା ବାବଦରେ କେନ୍ଦ୍ର ସରକାର କେବଳ ଅର୍ଦ୍ଧସତ୍ୟ କହିଆସିଛନ୍ତି । ଗତବର୍ଷ ମହାମାରୀ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଚାହିଦାର ଅଭାବ ଦେଖାଦେଇଥିଲା । ଫଳରେ ଅଶୋଧିକ ତୈଳଦର ଯଥେଷ୍ଟ ହ୍ରାସ ପାଇଥିଲା । କିନ୍ତୁ ଆମ ଦେଶରେ ତୈଳ ଦର କମିବ କ’ଣ, ବରଂ ଏଥିରେ ବୃଦ୍ଧି ହୋଇଥିଲା । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନେ ଉତ୍ପାଦ ଶୁଳ୍କ ଜାରି କରିଥିବାରୁ ତୈଳ ଦର କମିବା ପରିବର୍ତ୍ତେ ବୃଦ୍ଧି ପାଇଥିଲା । କୋଭିଡ ପୂର୍ବରୁ ପେଟ୍ରେଲ ଉପରେ ଉତ୍ପାଦ ଶୁଳ୍କ ଥିବା ୧୯ ଟଙ୍କା ୯୮ ପଇସା । କୋରୋନା ସମୟରେ ଏହି ଶୁଳ୍କ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ପାଇଥିଲା । ସେହିପରି ଡିଜେଲରେ ଉତ୍ପାଦ ଶୁଳ୍କ ୧୫ ଟଙ୍କା ୮୩ ପଇସାରୁ ୩୧ଟଙ୍କା ୮୩ ପଇସାକୁ ବୃଦ୍ଧି କରାଯାଇଥିଲା । ରାଜ୍ୟ ସରକାରମାନେ ବି ଶୁଳ୍କ ଜାରି କରିଥିଲେ ।ଭାରତର ୮୯ ପ୍ରତିଶତ ଅଶୋଧିତ ତୈଳ ଆବଶ୍ୟକତା ବିଦେଶରୁ ଆମଦାନୀ ଉପରେ ନିର୍ଭରଶୀଳ । ଏ ଦୃଷ୍ଟିରୁ ଦେଶର ଲୋକେ ଟିକେ ଅଧିକ ଦର ପାଇଁ ପ୍ରସ୍ତୁତ । ଦେଶର ମୋଟ ଏଲପିଜି ଆବଶ୍ୟକତାର ୫୩ ପ୍ରତିଶତ ବି ବାହାରୁ ଆମଦାନୀ ହୁଏ । ଲୋକେ ଏହା ବି ବୁଝିପାରିବେ । କିନ୍ତୁୁ ସାଂପ୍ରତିକ ଆର୍ଥିକ ସଂକଟ ସ୍ଥିତିରେ ସେମାନଙ୍କ ପ୍ରତି ଛଳନା କରାଯାଉଥିବାରୁ ଜନସାଧାରଣ କ୍ଷୁବ୍ଧ ।

ମାଆ ସୀତାଙ୍କ ଜନ୍ମସ୍ଥାନ ନେପାଳ ଓ ରାବଣ ଭୂମି ଶ୍ରୀଲଙ୍କା ଅପେକ୍ଷା ଭାରତରେ ପେଟ୍ରୋଲ ଦର ଯଥେଷ୍ଟ ଅଧିକ ବୋଲି ଜଣେ ସାଂସଦ ନିକଟରେ ଯଥାର୍ଥ ଭାବେ କହିଥିଲେ । ବିଭାଗୀୟ ମନ୍ତ୍ରୀ କହନ୍ତି ଯେ, ଦେଶ ଦେଶ ମଧ୍ୟରେ ତୈଳ ଦରରେ ବିବିଧତା ରହିବା ସ୍ୱାଭାବିକ । ତାରଣ ତୈଳ ଦର ଏକାଧିକ କାରଣ ଉପରେ ନିର୍ଭର କରୁଛି । ଲୋକଙ୍କୁ ରିହାତି ଓ ସଂପୃକ୍ତ ସରକାରମାନଙ୍କ ଦ୍ୱାରା ଲଗାଯାଉଥିବା ଶୁଳ୍କ ଉପରେ ତୈଳ ଦର ନିର୍ଭର କରେ । ମନ୍ତ୍ରୀ ଯାହା କୁହନ୍ତୁ ନା କାହିଁକି, ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବା ନିଶ୍ଚିତ ଭାବେ ଅଦ୍ଭୂତପୂର୍ବ । ୟୁପିଏ ସରକାର ଅମଳରେ ତୈଳ ଦର ଉପରେ ଉତ୍ପାଦ ଶୁଳ୍କ ୫୧ ପ୍ରତିଶତ ଥିଲା । ଆଜି ତାହା ବୃଦ୍ଧି ପାଇ ୬୪ ଦଶମିକ ୯ ପ୍ରତିଶତ ହୋଇଛି । ୨୦୧୪ରେ ଏନଡିଏ ସରକାର କ୍ଷମତାସୀନ ହେଲା ବେଳେ ପେଟ୍ରୋଲ ଲିଟର ଥିଲା ୭୧ ଟଙ୍କା ଓ ଡିଜେଲ ଲିଟର ଥିଲା ୫୭ ଟଙ୍କା । ସେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଥିଲା ୧୧୦ ଆମେରିକୀୟ ଡଲାର । ଆଜି ଗୋଟିଏ ବ୍ୟାରେଲ ଅଶୋଧିତ ତୈଳ ୬୫ ଆମେରିକୀୟ ଡଲାରରେ ପହଂଚିଥିବା ସତ୍ତ୍ୱେ ପେଟ୍ରୋଲ ଦର ୨୦୧୪ଠାରୁ ୨୮ ପ୍ରତିଶତ ବୃଦ୍ଧି ହୋଇଛି । ଆଉ ଡିଜେଲ ୪୨ ପ୍ରତିଶତ ବୃଦ୍ଧି ହୋଇଛି । ଏଥିସହ ଏଲପିଜି ଦରର ଅବାଧ ବୃଦ୍ଧି ପରିବାରଗୁଡିକର ବଜେଟକୁ ପ୍ରଭାବିତ କରିଛି ।

ଇନ୍ଧନ ନିର୍ଭରଶୀଳତାକୁ ଭାରତକୁ ମୁକ୍ତ କରିବା ପାଇଁ ପୂର୍ବବର୍ତ୍ତୀ ସରକାରଙ୍କର ବିଫଳତା ହିଁ ବର୍ତମାନର ତୈଳ ଦର ବୃଦ୍ଧିର ପରିଣାମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କିନ୍ତୁ ପେଟ୍ରୋଲିୟମ ପଦାର୍ଥର ଦର ନିୟନ୍ତ୍ରଣ ପାଇଁ ସେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ଏଲପିଜିକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ପାଇଁ ବହୁ ଦିନର ଦାବି ସେ ପୂରଣ କରିବା ଦରକାର । ତା ପୂର୍ବରୁ କୋଭିଡ-୧୯ରୁ ସୃଷ୍ଟି ହୋଇଥିବା ପରିସ୍ଥିତି କାରଣରୁ ଲଗାଯାଇଥିବା ଉତ୍ପାଦ ଶୁଳ୍କ ତୁରନ୍ତ ପ୍ରତ୍ୟାହାର ହେବା ଉଚିତ । ୫ ଟ୍ରିଲିଅନ ଅର୍ଥନୀତିର ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଇନ୍ଧନ ଦର ନିୟମିତ ଭାବେ ଯୁକ୍ତିଯୁକ୍ତ ରଖିବା ଦରକାର । ଏହା ହେଲେ ରାଜ୍ୟଗୁଡିକ ମଧ୍ୟ ଏହି ପଦାଙ୍କ ଅନୁସରଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.