ETV Bharat / bharat

1999 Air-India Flight Hijack: ଅପହରଣକାରୀ ଆତଙ୍କୀକୁ ପାକିସ୍ତାନରେ ଗୁଳି କରି ହତ୍ୟା

author img

By

Published : Mar 9, 2022, 4:43 PM IST

କାନ୍ଧାହାର ବିମାନ ଅପହରଣ ଘଟଣାରେ ସମ୍ପୃକ୍ତ ଆତଙ୍କୀକୁ କରାଚିରେ ଗୁଳି କରି ହତ୍ୟା । ଦୀର୍ଘବର୍ଷ ଧରି ISI ସୁରକ୍ଷାରେ ଆତ୍ମଗୋପନ କରିଥିବା ସୂଚନା । ଅଧିକ ପଢନ୍ତୁ

1999 Air-India flight hijack: ଜଣେ ଅପହରଣକାରୀ ଆତଙ୍କବାଦୀକୁ ପାକିସ୍ତାନରେ ଗୁଳି କରି ହତ୍ୟା

ଇସଲାମାବାଦ: 1999 ମସିହା କାନ୍ଧାହାର ବିମାନ ଅପହରଣ ଘଟଣାରେ ସମ୍ପୃକ୍ତ ଜଣେ ଆତଙ୍କୀଙ୍କୁ ପାକିସ୍ତାନର କରାଚିରେ ଗୁଳି କରି ହତ୍ୟା । ୫ ଜଣ ଅପହରଣକାରୀ 1999 ମସିହା କାନ୍ଧାହାର ବିମାନ ଅପହରଣ ଘଟଣାକୁ ରୂପ ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ଅନ୍ୟତମ ଆତଙ୍କବାଦୀ ଜାହୋର ଇବ୍ରାହିମଙ୍କୁ ମାର୍ଚ୍ଚ 1ରେ ପାକିସ୍ତାନର କରାଚିରେ ଗୁଳି କରି ହତ୍ୟା କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

୧୯୯୯ ରେ କାଠମାଣ୍ଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଆନ ଏୟାର-ଲାଇନ୍ସର ବୋଇଂ-814 କୁ ପାଞ୍ଚ ଜଣ ପାକିସ୍ତାନ ଅପହରଣକାରୀ ଆଫଗାନିସ୍ତାର କାନ୍ଧାହାର ଅଭିମୁଖେ ହାଇଜ୍ୟାକ କରିଥିଲେ । ଅପହରଣକାରୀମାନେ ଯାତ୍ରୀ ଭାବେ ଏହି ବିମାନରେ ଯାତ୍ରା କରି ଏପରି କାଣ୍ଡ ଭିଆଇବାରେ ସଫଳ ହୋଇଥିଲେ । ବିମାନରେ 15 ଜଣ କ୍ରୁ ସଦସ୍ୟଙ୍କ ସମେତ 191ଜଣ ଯାତ୍ରୀ ଥିଲେ ।

ଏହି ଅପହରଣର ଉଦ୍ଦେଶ୍ୟ ଥିଲା ଭାରତରେ ବନ୍ଦୀ ହୋଇଥିବା ତିନିଜଣ ହାର୍ଡକୋର ଆତଙ୍କବାଦୀ ମୁଶତାକ୍ ଅହମ୍ମଦ ଜାର୍ଗାର, ଅହମ୍ମଦ ଓମାର ସୟଦ ଶେଖ ଏବଂ ମାସୁଦ ଅଜହରକୁ ମୁକ୍ତ କରାଇ ପାକିସ୍ତାନ ଫେରାଇବା । ଭାରତ ସରକାର ଏହି ଦାବି ମାନିବାକୁ ବାଧ୍ୟ ହୋଇଥିବା ବେଳେ ବିମାନକୁ ଛାଡିଥିଲେ ଆତଙ୍କବାଦୀ । ଏଥିର କିଛି ଭାରତୀୟ ଯାତ୍ରୀ ମଧ୍ୟ ଆତଙ୍କୀଙ୍କ ଆକ୍ରମଣରେ ଆହତ ହୋଇଥଲେ ।

ପରେ ତଦନ୍ତ ରିପୋର୍ଟରେ ମିଳିଥିବା ସୂଚନା ଅନୁସାରେ, ଏହି ଆତଙ୍କୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି ଜଣାପଡିଥିଲା । ଘଟଣା ପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଏହି ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲା । ଏମାନେ ଭାରତର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ପାକିସ୍ତାନ ସହଯୋଗରେ କରାଚିରେ ଆତ୍ମଗୋପନ କରିଥିଲେ । ଦୀର୍ଘବର୍ଷର ବ୍ୟବଧାନ ପରେ ସେଠାରେ ଜଣେ ଆତଙ୍କୀକୁ ଗୁଳି କରି ହତ୍ୟା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.