ETV Bharat / bharat

ସ୍ୱାଧୀନତା ଦିବସ ସଂଧ୍ୟାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ଆହତ

author img

By

Published : Aug 15, 2022, 10:12 PM IST

କାଶ୍ମୀରର ବଡଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ଜଣେ ସାଧାରଣ ଜନତା ଆହତ ହୋଇଥିବା ସୂଚନା । ସୁରକ୍ଷା ବଳର ଅପରେସନ ଆରମ୍ଭ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ସାଧାରଣ ନାଗରିକ ଆହତ

ଶ୍ରୀନଗର: ସ୍ବାଧୀନତା ଦିବସରେ ଘାଟିରେ ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ବଡଗାମ ଜିଲ୍ଲାର ଗୋପାଳପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ ସ୍ଥାନୀୟ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସଂଧ୍ୟାରେ ଏହି ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି ଆତଙ୍କବାଦୀ ।

  • J&K | Terrorists hurled grenade in Gopalpora Chadoora area of Budgam in which one civilian namely Karan Kumar Singh got injured. He has been shifted to Srinagar hospital for treatment where his condition is stated to be stable. Area cordoned off. Further details awaited: Police

    — ANI (@ANI) August 15, 2022 " class="align-text-top noRightClick twitterSection" data=" ">

ଘଟଣା ସମ୍ପର୍କରେ ସୂଚନା ପାଇଁ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଯବାନ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଆତ୍ମଗୋପନ କିମ୍ବା ଫେରାର ହୋଇ ଯାଇଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ଆଜି ଘାଟିର ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ଶେଷ ହୋଇଛି ସ୍ବାଧୀନତା ଦିବସ ପାଳନ । ଶ୍ରୀନଗରର ଲାଲଚୌକ ଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଉଡିଛି ତ୍ରିରଙ୍ଗା । କୌଣସି ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିବା ପାଇଁ ଆଗୁଆ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ସୁରକ୍ଷା ବଳ । ତେବେ ସଂଧ୍ୟାରେ ଆତଙ୍କବାଦୀ ଏହି ଗ୍ରେନେଡ ମାଡ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.