ETV Bharat / bharat

ସୀମାରେ ପୁଣି ଆତଙ୍କ ଖେଳାଇଲେ ଆତଙ୍କୀ, ଟାର୍ଗେଟରେ ପ୍ରବାସୀ ଶ୍ରମିକ

ଜମ୍ମୁ ଓ କଶ୍ମୀର ପୁଲୱାମାରେ ଆତଙ୍କୀଙ୍କ ଗୁଳିରେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 2, 2022, 12:45 PM IST

Updated : Sep 2, 2022, 1:25 PM IST

ସମୀରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକ ଆହତ

ଶ୍ରୀନଗର: ସୀମାରେ ପୁଣି ଆତଙ୍କୀଙ୍କ ଉତ୍ପାତ । ରକ୍ତର ହୋଲି ଖେଳୁଛନ୍ତି ଆତଙ୍କବାଦୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାକୁ ଉଦ୍ୟମ ଚାଲିଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି ପ୍ରବାସୀ ଶ୍ରମିକ । ଦକ୍ଷିଣ ପୁଲୱାମାର ଜଣେ ପ୍ରବାସୀ ଶମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି ଆତଙ୍କୀ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି ।

ଆହତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗର ମନିରୁଲ ଇସାଲାମ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପୁଲୱାମା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ ଅପରେସନ ଚଳାଇଥିବା କହିଛନ୍ତି ସେନା ଅଧିକାରୀ । ନିକଟରେ ଗତ ଅଗଷ୍ଟ 12 ତାରିଖରେ ଜମ୍ମୁ କଶ୍ମୀର ବାନ୍ଦୀପୋରା ସଦୁନାରା ସୋନାୱାରିରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକଙ୍କର ଜୀବନ ଯାଇଥିଲା । ଶ୍ରମିକ ଜଣକ ବିହାରର ମହମ୍ମଦ ଅମରେଜ ବୋଲି ଜଣାପଡିଥିଲା । ଅଗଷ୍ଟ 17ରେ ଜଣେ ଫଳ ଚାଷୀ ସୁନୀଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ ।

ଏହା ବି ପଢନ୍ତୁ...ଟପ୍‌ ମାଓ ନେତା ବିଜୟ ଆର୍ଯ୍ୟଙ୍କ ଏକାଧିକ ଠିକଣାରେ NIA ରେଡ୍

କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ଭାରତର ଭୂସ୍ବର୍ଗ । ଅସ୍ଥିରତା ଓ ଚାଲିଛି ନରସଂହାର । ମୁଣ୍ଡ ଟେକିଛନ୍ତି ହାଇବ୍ରିଡ ଆତଙ୍କୀ । କେତେବେଳେ କାଶ୍ମୀର ପଣ୍ଡିତ, ସଂଖ୍ୟାଲଘୁ ତ ପୁଣି କେତେବେଳେ ବାହାର ରାଜ୍ୟରୁ ବଦଳି ହୋଇ ଆସିଥିବା କାର୍ମଚାରୀଙ୍କୁ ଟାର୍ଗେଟ ବନାଉଛନ୍ତି ଆତଙ୍କୀ । ଏବେ ପୁଣି ପେଟପାଟଣା ପାଇଁ ବାହାର ରାଜ୍ୟରୁ ଆସିଥିବା ଛୋଟବଡ ବ୍ୟବସାୟୀ, ବୁଲାବିକାଳୀ ଓ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଧାରା 370 ଉଚ୍ଛେଦ ପରେ କଶ୍ମୀରବାସୀଙ୍କ ଭାଗ୍ୟଦୋୟ ହେବ ବୋଲି ଆଶା କରାଯାଉଥିଲା । ଏନେଇ ଅନେକ ଯୋଜନା କରାଯାଉଛି ହେଲେ ତାହା ବିଫଳ ବୋଲି ମନେ ହେଉଛି । କାଶ୍ମୀର ମାଟିରୁ କେବେ ଲିଭିବ ରକ୍ତଛିଟା ଏକ ବଡ ପ୍ରଶ୍ନ ହୋଇଛି ।

Last Updated : Sep 2, 2022, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.