ETV Bharat / bharat

ଉଗ୍ର ହେଉଛନ୍ତି ଆତଙ୍କୀ: କାଶ୍ମୀର ପଣ୍ଡିତ ପରେ ଏବେ ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼

author img

By

Published : May 31, 2022, 12:10 PM IST

ସୀମାରେ ଥମୁନି ଆତଙ୍କ । ଉଗ୍ର ରୂପ ନେଇଛି ଆତଙ୍କୀ କାର୍ଯ୍ୟକଳାପ । କୁଲଗାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼

ଶ୍ରୀନଗର: ସୀମାରେ ଥମୁନି ଆତଙ୍କ । ଉଗ୍ର ରୂପ ନେଇଛି ଆତଙ୍କୀ କାର୍ଯ୍ୟକଳାପ । କୁଲଗାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜମ୍ମୁକଶ୍ମୀରର କୁଲଗାମର ଏକ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରାଯାଇଛି। ଗୋପାଲପୋରା ଅଞ୍ଚଳରେ ଥିବା ଏକ ହାଇସ୍କୁଲରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏ ନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ଶିକ୍ଷୟିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଶିକ୍ଷୟିତ୍ରୀଙ୍କ ଜଣକ ସାମ୍ବାର ବାସିନ୍ଦା ବୋଲି ଜଣାପଡିଛି। ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏହା ବି ପଢନ୍ତୁ... ଟିଭି ଅଭିନେତ୍ରୀ ଅମରିନା ଭଟ୍ଟଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ପ୍ରକାଶ ଥାଉ କି, କିଛି ଦିନ ତଳେ ମଇ 25ରେ ଜମ୍ମୁ କାଶ୍ମୀର ଚାଦୁରା ଅଞ୍ଚଳରେ ଟିଭି ଅଭିନେତ୍ରୀଙ୍କୁ ଗୁଳି କର ହତ୍ୟା କରିଥିଲେ ଆତଙ୍କବାଦୀ । ଅଭିନେତ୍ରୀ ଜଣଙ୍କ ହେଲେ ଅମରିନା ଭଟ୍ଟ । ଏହାର ଦିନକ ପରେ ଆତଙ୍କୀକୁ ଏନକାଉଣ୍ଟର କରିଥିଲା ସୁରକ୍ଷାବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.