ETV Bharat / bharat

ସେନାକୁ ସଫଳତା, କିସ୍ତୱାରରୁ ହିଜବୁଲ ଆତଙ୍କୀ ଗିରଫ

ସେନାକୁ ସଫଳତା । ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲା(District Kishtwar)ରୁ ଜଣେ ହିଜବୁଲ ଆତଙ୍କୀ ଗିରଫ । ଅଧିକ ପଢନ୍ତୁ

କିଶତ୍ବାରରୁ ହିଜବୁଲ ଆତଙ୍କୀ ଗିରଫ
କିଶତ୍ବାରରୁ ହିଜବୁଲ ଆତଙ୍କୀ ଗିରଫ
author img

By

Published : Jun 6, 2022, 10:21 AM IST

ଶ୍ରୀନଗର: ସେନାକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲା(District Kishtwar)ରୁ ଜଣେ ହିଜବୁଲ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛି ସେନା । ତା’ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଗିରଫ ହୋଇଥିବା ଆତଙ୍କୀ ଜଣକ ହେଉଛି ତାଲିବ ହୁସେନ୍ । ପୋଲିସର ସୂଚନା ଅନୁସାରେ, ତାଲିବ ହୁସେନ 2016 ମସିହାରେ ହିଜବୁଲ ମୁଜାଉଦ୍ଦିନ (Hizbul Mujahideen) ଆତଙ୍କ ସଂଗଠନରେ ଯୋଗ ଦେଇଥିଲା । ପରେ କିସ୍ତୱାର ଆତଙ୍କବାଦୀଙ୍କ ସହ ସାମିଲ ହୋଇଥିଲା । ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା ସେ ।

ଆତଙ୍କୀଙ୍କ କାର୍ଯ୍ୟକଳାପରେ ସେ ଯୁବକଙ୍କୁ ଭର୍ତ୍ତି କରିବାରେ ସହଯୋଗ ମଧ୍ୟ କରୁଥିଲା । କିନ୍ତୁ ପରେ ହିବୁଜୁଲ ମୁଜାଉଦ୍ଦିନ ସଂଗଠନର ଅନ୍ୟ ସଦସ୍ୟଙ୍କ ସହ ମନୋମାଳିନ୍ୟ ହେବା ପରେ ସେ ସଂଗଠନ ଛାଡି ଦେଇଥିଲା ବୋଲି ପୋଲିସ କହିଛି । ଦୀର୍ଘଦିନ ଧରି ତାଲିବ ହୁସେନ୍ ପୋଲିସକୁ ଚକମା ଦେଇ ଆସୁଥିଲା । ହେଲେ ରବିବାର ଦିନ ତାଲିବ ହୁସେନର ଟେର ପାଇଥିଲା ସୁରକ୍ଷା ବାହିନୀ । ପରେ କିସ୍ତୱାରରୁ ତାଙ୍କୁ ଉଠାଇ ଆଣିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.