ETV Bharat / bharat

26/11 ବାର୍ଷିକୀରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, 2 ଯବାନ ଶହୀଦ

author img

By

Published : Nov 26, 2020, 3:55 PM IST

Updated : Nov 26, 2020, 4:48 PM IST

ଜମ୍ମୁ କାଶ୍ମୀରର ଏଚଏମଟି ଅଞ୍ଚଳରେ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, 2 ଯବାନ ଶହୀଦ

ସେନା ଉପରକୁ ଆତଙ୍କୀ ହାମଲା , 2 ଜବାନ ଶହୀଦ
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, 2 ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଏଚଏମଟି ଅଞ୍ଚଳରେ ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଏହି ଆକ୍ରମଣରେ 2 ଯବାନ ଶହୀଦ ହୋଇଥିବା ସେନାପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ଅପରାହ୍ନରେ ଏହି ଆକ୍ରମଣ ହୋଇଥିବା ସୂଚନା । ଜାମ୍ମୁ କାଶ୍ମୀରରେ ପ୍ରଥମ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସହରର ଏଚଏମଟି ଅଞ୍ଚଳରେ ସୁରକ୍ଷା ବାହିନୀର ଗାଡି ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ପ୍ରଥମେ ଦୁଇ ଯବାନ ଆହତ ହୋଇଥିଲେ । ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ପ୍ରାଥମିକ ଭାବେ ଲସ୍କର ଇ ତୋଇବା କିମ୍ବା ଜୈସ ଏ ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥାଇ ପାରନ୍ତି ବୋଲି ସଂନ୍ଦେହ କରୁଛି ସେନା । ଆତଙ୍କୀ ମାନେ ଏକ ମାରୁତି କାରରେ ଆସିଥିବା ମଧ୍ୟ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଚେକ କରିବା ସହ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅପରେସନ ଆରମ୍ଭ କରିଛି ଭାରତୀୟ ସେନା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Nov 26, 2020, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.