ETV Bharat / bharat

Terrorist Attack In JK: ୨୪ ଘଣ୍ଟାରେ ୩ ଆକ୍ରମଣ, ଜଣେ ଶହୀଦ ୫ ଆହତ

author img

By

Published : Apr 4, 2022, 4:37 PM IST

ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ । ଫଳରେ ଜଣେ CRPF ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଓ ଦୁଇ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଗତକାଲି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ପଞ୍ଜାବ ଦୁଇ ପ୍ରବାସୀ ଶ୍ରମିକ । ସୁରକ୍ଷା କଡାକଡି ସହ ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

Terrorist Attack In JK
Terrorist Attack In JK

ଶ୍ରୀଗନର: ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଉଭୟ ଆକ୍ରମଣରେ ଜଣେ CRPF ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଓ ଦୁଇ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରୀନଗର ଲାଲଚୌକ ନିକଟରେ ସେନାଗାଡିକୁ ଟାର୍ଗେଟ କରିଥିଲେ ଆତଙ୍କୀ । ଏଥିରେ ପ୍ରଥମେ ଦୁଇ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଚିକିତ୍ସା ଜାରି ରହିଥିବା ବେଳେ ଜଣେ ଯବାନ ପ୍ରାଣ ହରାଇଛନ୍ତି । ଅନ୍ୟ ଘଟଣାଟି ପୁଲଓ୍ବାମା ଜିଲ୍ଲାରେ ଘଟିଛି । ଆତଙ୍କୀଙ୍କ ଗୁଳିମାଡର ଶିକାର ହୋଇଛନ୍ତି 2 ପ୍ରବାସୀ ଶ୍ରମିକ । ବିହାରର ଦୁଇ ଶ୍ରମିକ ପାଟଲେଶ୍ବର କୁମାର ଓ ଜାକୋ ଚୌଧୁରୀ ନାମକ ଦୁଇ ପ୍ରବାସୀଙ୍କୁ ଗୁଳମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଆତଙ୍କୀ । ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

  • J&K | A terrorist attack at Maisuma in Lal Chowk, Srinagar, led to the injury of 2 CRPF jawans.

    (Visuals deferred by unspecified time) pic.twitter.com/uZzo5aEo2l

    — ANI (@ANI) April 4, 2022 " class="align-text-top noRightClick twitterSection" data=" ">

ତେବେ ଗତକାଲି ମଧ୍ୟ ପଞ୍ଜାବର ଦୁଇ ପ୍ରବାସୀ ଶ୍ରମିକ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଉଭୟ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବାରମ୍ବାର ପ୍ରବାସୀଙ୍କ ଉପରେ ଆକ୍ରମଣ ଘାଟିରେ ଥିବା ଅଣକାଶ୍ମୀର ଶ୍ରମିକଙ୍କ ସୁରକ୍ଷା ପ୍ରତି ଆଶଙ୍କା ସୃଷ୍ଟି କରିଛି । ଦୁଇଟି ସ୍ଥାନରେ ସୁରକ୍ଷା କଡାକଡି କରାଯିବା ସହ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.