ETV Bharat / bharat

ମନୋଜଙ୍କ ବଡ ବୟାନ, 2 ବର୍ଷ ମଧ୍ୟରେ ଜମ୍ମୁକାଶ୍ମୀରରୁ ସଫା ହେବେ ଆତଙ୍କୀ - ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ବଡ ବୟାନ । ଆଗାମୀ ୨ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଦେଖା ଦେବେନି ଆତଙ୍କବାଦୀ । ଅଧିକ ପଢନ୍ତୁ

୨ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରୁ ସଫା ହୋଇଯିବେ ଆତଙ୍କବାଦୀ: ମନୋଜ ସିହ୍ନା

author img

By

Published : Nov 18, 2021, 7:43 AM IST

ଶ୍ରୀନଗର: ଆଗାମୀ ୨ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଦେଖା ଦେବେନି ଆତଙ୍କବାଦୀ । ଏପରି ଏକ ବଡ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ସୀମାରୁ କିପରି ଆତଙ୍କବାଦୀ ସଫା ହେବେ ସେନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ।

ଗତକାଲି(ବୁଧବାର) EEPC ଇଣ୍ଡିଆ ଉତ୍ତର ପ୍ରଦେଶ ରପ୍ତାନୀର ପୁରସ୍କାର ବିତରଣ ଉତ୍ସବରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ସିହ୍ନା ଏପରି କହିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ଆଇନ ଶୃଙ୍ଖଳା ବହୁତ ବଦଳିଛି ।

'ଅନେକ ଲୋକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତିତ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ପରିସ୍ଥିତି ବହୁତ ବଦଳି ଯାଇଛି । କିଛି ଉପାଦାନ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଦୁଇ ବର୍ଷ ପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଦେଖାଯିବ ନାହିଁ ।' ଏନେଇ ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମନୋଜ ସିହ୍ନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.