ETV Bharat / bharat

ପାକିସ୍ତାନ ସହ କେନ୍ଦ୍ର ଆଲୋଚନା କରିବା ଉଚିତ୍: ଫାରୁକ ଅବଦୁଲ୍ଲା - ପାକିସ୍ତାନ ସହ କେନ୍ଦ୍ର ଆଲୋଚନା କରିବା ଉଚିତ୍

କେନ୍ଦ୍ରସରକାରଙ୍କୁ ପାକିସ୍ତାନ ସହ କଥା ହେବାକୁ ଅନୁରୋଧ କରିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା । ଅଧିକ ପଢନ୍ତୁ...

ଫାରୁକ ଅବଦୁଲ୍ଲା
ଫାରୁକ ଅବଦୁଲ୍ଲା
author img

By

Published : Feb 22, 2021, 10:19 AM IST

ଶ୍ରୀନଗର: କେନ୍ଦ୍ରସରକାରଙ୍କୁ ପାକିସ୍ତାନ ସହ କଥା ହେବାକୁ ଅନୁରୋଧ କରିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା । ବର୍ତ୍ତମାନ ଆତଙ୍କବାଦ ବଢୁଥିବାରୁ ଭାରତକୁ ଆଲୋଚନା କରିବା ଉଚିତ ବୋଲି ଫାରୁକ୍ କହିଛନ୍ତି ।

ସେ କହିଛନ୍ତି, ‘ଏହା ସତ୍ୟ ଯେ ଆତଙ୍କବାଦ ଏପର୍ଯ୍ୟନ୍ତ ରହିଛି। ଯଦି ଆମେ ଆତଙ୍କବାଦକୁ ସମାପ୍ତ କରିବାକୁ ଚାହୁଁ, ତା’ହେଲେ ଆମ ପଡ଼ୋଶୀ ଦେଶ ସହ କଥା ହେବା ଆବଶ୍ୟକ। ମୋର ବାଜପେୟୀଙ୍କ କଥା ମନେ ଅଛି ଯେ ସେ କହିଥିଲେ ବନ୍ଧୁମାନେ ପରିବର୍ତ୍ତନ ହୋଇପାରିବେ କିନ୍ତୁ ପଡ଼ୋଶୀ ନୁହଁନ୍ତି ’। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କେନ୍ଦ୍ର ସରକାର ନିବେଦନ କରୁଛି ଯେ ସେମାନେ ଚୀନ୍ ସହ କଥା ହେବା ସହିତ ପାକିସ୍ତାନ ସହ ମଧ୍ୟ କଥା ହୁଅନ୍ତୁ ।

ଏହାପୂର୍ବରୁ ଚୀନ ବିଷୟରେ ପ୍ରତିକ୍ରିୟା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ନବମ ରାଉଣ୍ଡ କୂଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନା ପରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନରେ ସୈନ୍ୟ ପ୍ରତ୍ୟାହାର ହୋଇଛି । ଗତ ବର୍ଷ ଜୁନ୍ ମାସରେ ଗାଲୱାନ୍ ଭ୍ୟାଲି ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.