ETV Bharat / bharat

Kupwara Encounter: ସେନା ଗୁଳିରେ 2 ଆତଙ୍କୀ ସଫା

author img

By

Published : Jun 7, 2022, 8:10 AM IST

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

ସେନା ଗୁଳିରେ 2 ଆତଙ୍କୀ ସଫା
ସେନା ଗୁଳିରେ 2 ଆତଙ୍କୀ ସଫା

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିପାତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କୀ ହୋଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ସୂଚନା ଅନୁସାରେ, କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ ।

#KupwaraEncounterUpdate: Two #terrorists of proscribed #terror outfit LeT including one #Pakistani terrorist namely Tufail killed. Search still going on: IGP Kashmir@JmuKmrPolice https://t.co/g8wnfRcKF7

— Kashmir Zone Police (@KashmirPolice) June 7, 2022

ସ୍ଥାନୀୟ ଅଞ୍ଚଳକୁ ଖେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା ଟିମ । ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 2 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ମୃତ ପାକିସ୍ତାନ ଆତଙ୍କୀ ଜଣକ ହେଲେ ତୁଫେଲ । ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ । AK-47 ରାଇଫଲ ସମେତ ଏକାଧିକ ଗୁଳି ଭର୍ତ୍ତି ମାଗାଜିନ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା କାଶ୍ମୀର ପୋଲିସ ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଘାଟିରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀଙ୍କ ଲଗାତାର ଟାର୍ଗେଟ ପରେ ଆତଙ୍କବାଦୀ ନିରୋଧି ଅପରେସନକୁ ସେନା ଜୋରଦାର କରିଛି ।

ଗତ 20 ଦିନ ଭିତରେ ସୀମାରେ 15ରୁ ଅଧିକ ଥର ଏନକାଉଣ୍ଟର ହେଲାଣି । ଏଥିରେ 20ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା । ଗତକାଲି (ସୋମବାର) ପାନିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଅନ୍ୟ ପ୍ରାୟ 3ଜଣ ଆତଙ୍କୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିପାତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କୀ ହୋଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ସୂଚନା ଅନୁସାରେ, କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ ।

ସ୍ଥାନୀୟ ଅଞ୍ଚଳକୁ ଖେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା ଟିମ । ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 2 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ମୃତ ପାକିସ୍ତାନ ଆତଙ୍କୀ ଜଣକ ହେଲେ ତୁଫେଲ । ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ । AK-47 ରାଇଫଲ ସମେତ ଏକାଧିକ ଗୁଳି ଭର୍ତ୍ତି ମାଗାଜିନ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା କାଶ୍ମୀର ପୋଲିସ ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଘାଟିରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀଙ୍କ ଲଗାତାର ଟାର୍ଗେଟ ପରେ ଆତଙ୍କବାଦୀ ନିରୋଧି ଅପରେସନକୁ ସେନା ଜୋରଦାର କରିଛି ।

ଗତ 20 ଦିନ ଭିତରେ ସୀମାରେ 15ରୁ ଅଧିକ ଥର ଏନକାଉଣ୍ଟର ହେଲାଣି । ଏଥିରେ 20ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା । ଗତକାଲି (ସୋମବାର) ପାନିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଅନ୍ୟ ପ୍ରାୟ 3ଜଣ ଆତଙ୍କୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.