ETV Bharat / bharat

Kupwara Encounter: ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ 3 ଆତଙ୍କୀ

ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାକୁ କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ । ଅଧିକ ପଢନ୍ତୁ

author img

By

Published : May 26, 2022, 8:24 AM IST

ସୁରକ୍ଷାକର୍ମୀଙ୍କ ଗୁଳିଲେ 3 ଆତଙ୍କୀ ସଫା
ସୁରକ୍ଷାକର୍ମୀଙ୍କ ଗୁଳିଲେ 3 ଆତଙ୍କୀ ସଫା

ଶ୍ରୀନଗର: ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କଶ୍ମୀର କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାକୁ କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ । ସ୍ଥାନୀ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅଫରେସନ ଚଳାଇଥିଲେ । ଏଥିରେ 3 ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ସମସ୍ତ ନିହତ ଆତଙ୍କବାଦୀ ଲସ୍କର ଇ ତୋଏବା ସଂଗଠନର ସଦସ୍ୟ ବୋଲି ଜଣାପଡିଛି ।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲା ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀ ଓ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଘମାଘୋଟ ଗୁଳି ବିନିମୟ ହୋଇଥିଲା । ଦୀର୍ଘ 2 ଘଣ୍ଟା ଗୁଳିି ବିନିମୟ ପରେ 3 ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ସେମାନଙ୍କ ପରିଚୟ ମିଳିନାହିଁ । ଆତଙ୍କୀଙ୍କ ପାଖରୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଜିିପି ।

ପ୍ରକାଶ ଥାଉକି, ଗତାକାଲି (ବୁଧବାର) ଜମ୍ମୁ କଶ୍ମୀର ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 3 ପାକିସ୍ତାନୀ ଆତଙ୍କୀ ନିପାତ ହୋଇଥିଲେ । ଜଣେ ଯବାନ ସହିଦ ହୋଇଥିଲେ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.