ETV Bharat / bharat

Ram Mandir Inauguration: ଭକ୍ତଙ୍କ ପାଇଁ ନିର୍ମାଣ ହେବ ଟେଣ୍ଟ ସିଟି, ମିଳିବ ନିଶୁଲ୍କ ସେବା

author img

By ETV Bharat Odisha Team

Published : Aug 28, 2023, 10:39 PM IST

ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ସୂଚନା ଅନୁସାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରେ ନିର୍ମାଣ ହେବ ‘ଟେଣ୍ଟ ସିଟି’ । ଟେଣ୍ଟ ସିଟିରେ ଭକ୍ତ ତଥା ସମସ୍ତ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ହେବ ବ୍ୟାପକ ବ୍ୟବସ୍ଥା । ଟେଣ୍ଟ ସିଟିରେ ଭକ୍ତ ମାନେ ସମ୍ପୂର୍ଣ୍ଣ ମାଗଣାରେ ରହିପାରିବେ । ଏଥିସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟେଣ୍ଟ ସିଟିରେ ବିନା ମୁଲ୍ୟରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

Ram Mandir Inaugurations: ଭକ୍ତଙ୍କ ପାଇଁ ନିର୍ମାଣ ହେବ ଟେଣ୍ଟ ସିଟି, ମିଳିବ ନିଶୁଲ୍କ ସେବା

ଅଯୋଧ୍ୟା: ଟେଣ୍ଟ ସିଟିରେ ରହିବେ ରାମ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସମ୍ମାନ ସହ ସେବା ଯୋଗାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ରାମଲାଲାଙ୍କ ଦରବାରରରେ କେହି ହେବ ନାହିଁ ଅବହେଳିତ । ସମସ୍ତ ଶ୍ରଦ୍ଧାଳୁଙ୍କୁ ମିଳିବ ଯଥାସମ୍ଭବ ଆଶ୍ରୟ । ସମ୍ପୂର୍ଣ୍ଣ ମାଗଣରେ ଖାଦ୍ୟ ପାନୀୟ ସହ ଟେଣ୍ଟ ସିଟିରେ ଆଶ୍ରୟ ନେବେ ରାମଭକ୍ତ । ଏଥିପାଇଁ ବଡ ଯୋଜନା ପ୍ରସ୍ତୁତ କରୁଛି ଟ୍ରଷ୍ଟ । ଏନେଇ ଆଜି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- Ayodhya Ram Mandir: ଜାନୁୟାରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦେଶବ୍ୟାପୀ କାର୍ଯ୍ୟକ୍ରମ

ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ସୂଚନା ଅନୁସାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରେ ନିର୍ମାଣ ହେବ ‘ଟେଣ୍ଟ ସିଟି’ । ଟେଣ୍ଟ ସିଟିରେ ଭକ୍ତ ତଥା ସମସ୍ତ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ହେବ ବ୍ୟାପକ ବ୍ୟବସ୍ଥା । ଟେଣ୍ଟ ସିଟିରେ ଭକ୍ତ ମାନେ ସମ୍ପୂର୍ଣ୍ଣ ମାଗଣାରେ ରହିପାରିବେ । ଏଥିସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟେଣ୍ଟ ସିଟିରେ ବିନା ମୁଲ୍ୟରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବ । ପ୍ରାୟ 25 ହଜାରରୁ ଅଧିକ ଭକ୍ତ ରହିବା କ୍ଷମତା ଥିବା ଟେଣ୍ଟ ସିଟି ନିର୍ମାଣ ହେବ । ଟେଣ୍ଟ ସିଟି ପାଇଁ ହେବାକୁ ସମ୍ପୂର୍ଣ୍ଣ ଖର୍ଚ୍ଚ ଟ୍ରଷ୍ଟ ବହନ କରିବ । ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବ ।

ଏହାବି ପଢନ୍ତୁ- Ram Mandir: ଖୋଲିଲା ଜନ୍ମଭୂମି ପଥ, ଏଣିକି ସହଜରେ ରାମଲାଲାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ଆହୁରି କହିଛନ୍ତି ଯେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାକୁ କେତେ ଭକ୍ତ ଆସିବେ ଆକଳନ କରିବା ଅସମ୍ଭବ । ତଥାପି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପ୍ରସ୍ତୁତ ହେଉଛି । ଏଥିପାଇଁ ଅଯୋଧ୍ୟାର ସମସ୍ତ ହୋଟେଲ, ଲଜ, ପାନ୍ଥନିବାସ, ଅତିଥି ଭବନ ରହିଛି । ଏହି ସମସ୍ତ ସ୍ଥାନ ଗୁଡିକରେ ଭକ୍ତଙ୍କୁ ଦେୟ ଦେବାକୁ ପଡିବ । କିନ୍ତୁ ଆମେ ଏଭଳି ଭକ୍ତଙ୍କ ସେବା କରିବାକୁ ଚାହୁଁଛୁ ଯେଉଁ ଭକ୍ତମାନେ ଅର୍ଥ ଦେଇ ହୋଟେଲରେ ରହିପାରିବେ ନାହିଁ, ଧର୍ମଶାଳାରେ ରହିପାରିବେ ନାହିଁ କିମ୍ବା ସେହି ଦିନ ଘରକୁ ମଧ୍ୟ ଫେରିପାରିବେ ନାହିଁ । ସେହି ଭକ୍ତ ମାନେ ଟେଣ୍ଟ ସିଟିକୁ ଆସି ବିନା କୌଣସି ଦେୟରେ ରହିପାରିବେ । ଟେଣ୍ଟ ସିଟିରେ ରହିବା ପାଇଁ ସର୍ବନିମ୍ନ ସେବା, ଖାଦ୍ୟ ପାନୀୟ, ଶୌଚାଳୟ ସହ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥିପାଇଁ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଛି । ଜିଲ୍ଲା ପ୍ରଶାସନ ଟ୍ରଷ୍ଟକୁ ଏଥିପାଇଁ ସହଯୋଗ ଯୋଗାଇ ଦେବ । ଏହି ଟେଣ୍ଟ ସିଟି ଗୁଡିକ ଅଯୋଧ୍ୟାର କାରସେବକ ପୁରମ ପରିସର, ରାମ ସେବକ ପୁରମ ପରିସର ସମେତ ଅନ୍ୟ କିଛି ସ୍ଥାନରେ ନିର୍ମାଣ ହେବ ।

ଏହାବି ପଢନ୍ତୁ- ଶ୍ରୀରାମଙ୍କ ପ୍ରତି ଗହଣା କାରିଗରଙ୍କ ଅପାର ଭକ୍ତି, ଖାଣ୍ଟି ରୂପାରେ ତିଆରି କଲେ ଅବିକଳ ଅଯୋଧ୍ୟା ରାମ ମନ୍ଦିର

ଆସନ୍ତା ଜାନୁୟାରୀରେ ଭବ୍ୟ ଦିବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସୋବ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା । ପ୍ରସ୍ତୁତ ହେଉଛି ପ୍ରଶାସନ । ଚାଲିଛି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଯୋଜନା । ଏହି ଦିବ୍ୟ ଧାର୍ମିକ କାର୍ଯ୍ୟରେ ସାମିଲ ହେବାକୁ ଅଯୋଧ୍ୟାକୁ ଆସିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.