ETV Bharat / bharat

Karnataka Assembly Election: ଟେନସନରେ ଟାଣୁଆ ନେତା, ସମାନ ନାମରେ ରହିଛନ୍ତି ବିରୋଧୀ ପ୍ରାର୍ଥୀ

author img

By

Published : May 2, 2023, 10:47 PM IST

ନିର୍ବାଚନ ଲାଗି ଚିନ୍ତିତ ହେବା ପ୍ରାର୍ଥୀଙ୍କ ଲାଗି ସ୍ବାଭାବିକ କଥା । ହେଲେ ଏଠାରେ ସେମାନଙ୍କ ନାଁ ପାଲଟିଛି ଚିନ୍ତାର କାରଣ । ନାଁ ପାଇଁ କିଛି ଟାଣୁଆ ନେତାଙ୍କୁ ଟକ୍କର ଦେବେ ଦୁର୍ବଳ ନିର୍ଦଳୀୟ ପ୍ରାର୍ଥୀ । କାରଣ ଏହି ଟାଣୁଆ ନେତାଙ୍କ ନାଁ ଯାହା, ବିରୋଧୀ ପ୍ରାର୍ଥୀମାନଙ୍କ ନାମ ମଧ୍ୟ ସମାନ । ଫଳରେ ଭାଗ ଭାଗ ହେବ ଭୋଟ । କର୍ଣ୍ଣାଟକରେ କିଛି ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ପ୍ରକାର ସଂଘର୍ଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Same name problem in 20 constituencies
Same name problem in 20 constituencies

ବେଙ୍ଗାଲୁରୁ: ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ପ୍ରଚାର ମୈଦାନ କମ୍ପୁଥିବା ବେଳେ ଧକ ଧକ ହେଉଛି ପ୍ରାର୍ଥୀଙ୍କ ଛାତି । କେଉଁଠି ତ୍ରିସ୍ତରୀୟ ପ୍ରତିଦ୍ବନ୍ଦିତା ହେଉଛି ତ ଆଉ କେଉଁଠି ୨ ଦଳ ମଧ୍ୟରେ ପ୍ରଚାର ମୈଦାନରେ ଜୋରଦାର ଲଢେଇ ହେଉଛି । ହେଲେ ଆଉ କିଛି ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ପ୍ରକାର ସଂଘର୍ଷ ଦେଖିବାକୁ ମିଳିଛି । ଏଠାରେ ଟାଣୁଆ ନେତାମାନେ ଦୁର୍ବଳ ନେତାଙ୍କ ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି । ଭୋଟ ପାଇଁ ନୁହେଁ, ଏଠାରେ ସେମାନଙ୍କ ଚିନ୍ତାର କାରଣ ପାଲଟିଛି ସେମାନଙ୍କ ନାଁ । କାରଣ ଏହି ଟାଣୁଆ ନେତାଙ୍କ ନାଁ ଯାହା, ବିରୋଧୀ ପ୍ରାର୍ଥୀମାନଙ୍କ ନାମ ମଧ୍ୟ ସମାନ । ଯାହାକି ଅଙ୍କ ବିଗିଡାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଜ୍ଞା ହଁ, ଏଠାର ଚିନ୍ତାର କାରଣ ପାଲଟିଛି ସେମାନଙ୍କ ନିଜ ନାଁ । ଚଳିତ ନିର୍ବାଚନରେ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଅନ୍ୟ ପ୍ରାର୍ଥୀଙ୍କ ନାମ ସହ ମେଳ ଖାଉଥିବାରୁ ଏଠାରେ ସାଧାରଣ ଜନତା ଦ୍ବନ୍ଦ୍ବରେ ପଡ଼ିବା ସ୍ବାଭାବିକ । ଏହାର ଅର୍ଥ ନାମ ସମାନ ଯୋଗୁଁ ଏଠାରେ ଭୋଟ ମଧ୍ୟ ୨ ଭାଗ ହୋଇପାରେ । ଟାଣୁଆ ନେତାଙ୍କୁ ଭାବି ଦୁର୍ବଳ ପ୍ରାର୍ଥୀଙ୍କୁ ଅନେକ ଭୋଟର ଭୋଟ ଦେଇପାରନ୍ତି । ଏପରିକି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାମ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନାମ ସହିତ ସମାନ ରହିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପ୍ରାର୍ଥୀ ଓ ପାର୍ଟି । ତେବେ ଆସନ୍ତୁ ନଜର ପକାଇବା ଏଭଳି ସ୍ଥିତି ଦେଖିବାକୁ ମିଳିଥିବା କିଛି ନିର୍ବାଚନ ମଣ୍ଡଳୀ ଉପରେ..

ହୋସକୋଟ ନିର୍ବାଚନ ମଣ୍ଡଳୀ:- ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବିଧାୟକ ସରତ ବଛେଗୋଡା । ଯିଏକି ଜଣେ ଟାଣୁଆ ନେତା । ହେଲେ ତାଙ୍କୁ ଟକ୍କର ଦେଉଛନ୍ତି କିଛି ନିର୍ଦଳୀୟ ପ୍ରାର୍ଥୀ । ଯାହାଙ୍କ ନାମ ତାଙ୍କ ସହ ମେଳ ଖାଉଛି । ସେହିପରି ବିଜେପି ପ୍ରାର୍ଥୀ ରହିଛନ୍ତି MTB ନାଗାରାଜ । ଏନ ନାଗାରାଜ (NTB) ଓ ଟି ନାଗାରାଜ (JCB) ଏବେ ବିଜେପି ପ୍ରାର୍ଥୀଙ୍କ ଚିନ୍ତା ବଢାଇଛନ୍ତି । ଏମାନେ ନିର୍ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କ ନାମ ବିଜେପିର ଭୋଟକୁ ଭାଗ ଭାଗ କରିପାରେ ବୋଲି ଆଶଙ୍କା କରାଯାଇଛି ।

ଚନ୍ନାପାଟନା:- ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ନିର୍ବାଚନ ଲଢୁଛନ୍ତି । ସେହିପରି ବିଜେପିରୁ ଟାଣୁଆ ନେତା ସିପି ଯୋଗେଶ୍ବର ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଜଣେ ନିର୍ଦଳୀୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଯାହାଙ୍କ ନାମ ରହିଛି କୁମାରସ୍ବାମୀ ୱାଇଏସ ।

ଏହା ବି ପଢନ୍ତୁ- ‘ସେମାନେ ପ୍ରଭୁ ରାମକୁ ତାଲା ବନ୍ଦ କରିଥିଲେ, ଏବେ ବଜରଙ୍ଗବାଲୀଙ୍କୁ’; କଂଗ୍ରେସ ଉପରେ କଡା ପ୍ରହାର କଲେ ମୋଦି

ଶ୍ରୀନିବାସପୁର- କଂଗ୍ରେସ ନେତା ତଥା ଶ୍ରୀନିବାସପୁର ବିଧାୟକ କେଆର ରମେଶ କୁମାର ଚଳିତ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି । ଉକ୍ତ ଅଞ୍ଚଳରେ ତାଙ୍କର ଦବଦବା ରହିଛି । ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାବେ ଜେଡିଏସର ଭେଙ୍କଟେଶବିଭା ରେଡ୍ଡି ଓ ବିଜେପିର ଗୁଞ୍ଜୁର ଆର ଶ୍ରୀନିବାସ ରେଡ୍ଡି ନିର୍ବାଚନ ଲଢୁଛନ୍ତି । ଏଠାରୁ ମୋଟ ୯ଜଣ ନିର୍ବାଚନ ଲଢୁଛନ୍ତି । ଏଠାରେ ଏନଆର ରମେଶ କୁମାର ଓ ଏସ ରମେଶ କୁମାର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଏଠାରେ ଅନ୍ୟ ଜଣେ ପ୍ରାର୍ଥୀ ରହିଛନ୍ତି ଯାହାଙ୍କ ନାମ ହେଉଛି ଟିଏମ ଭେଙ୍କଟାଶିବା ରେଡ୍ଡି । ଯିଏକି ଜେଡିଏସ ପ୍ରାର୍ଥୀଙ୍କ ପାଇଁ ଅଡୁଆ ଆଣିପାରନ୍ତି ।

ୟଲହଙ୍କା:- ଏଠାରୁ ମୋଟ ୨୦ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ତଥା ବିଧାୟକ ଏସଆର ବିଶ୍ବନାଥ ଏହି ନିର୍ବାଚନ ମଣ୍ଡଳୀର ଟାଣୁଆ ପ୍ରାର୍ଥୀ । ହେଲେ ଏଠାରେ ଜେଡିଏସ ପ୍ରାର୍ଥୀ ମୁନେଗୌଡାଙ୍କ ପାଇଁ ନିଜ ନାଁ କାଳ ସାଜିଛି । ତାଙ୍କ ନାମ ପରି ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ମୁନେଗୌଡା ଏମ, ମୁନେଗୌଡା ଏନ, ବିଏମ ମୁନେଗୌଡା, ମୁନେଗୌଡା ଭି । ସେହିପରି ବିଜେପି ପ୍ରାର୍ଥୀଙ୍କ ନାମ ପରି ଏସଭି ବିଶ୍ବନାଥ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ।

ଏଭଳି ସମାନ ସ୍ଥିତି ଚିକ୍କାବଲ୍ଲାପୁର, ଚିନ୍ତାମଣି, ଓମାନାହଲ୍ଲି, ହାସନ, ଦସରାହଲ୍ଲି ଓ ହୋଲେନରାସିପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ଏଠାରେ ନିଜ ନାଁ ପାଇଁ ନିଜେ ପାଇଁ ଅଡୁଆ ବଢାଇଛନ୍ତି କିଛି ପ୍ରାର୍ଥୀ । ସୂଚନା ଥାଉ କି ଆସନ୍ତା ମେ ୧୦ ତାରିଖରେ ଭୋଟରମାନେ ନିଜର ନେତା ଚୟନ କରିବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ଆରମ୍ଭ ହେବ । ନିର୍ବାଚନୀ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରମୁଖ ଦଳର ଚାଲିଛି ଜୋରଦାର ପ୍ରଚାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.