ETV Bharat / bharat

ମୋବାଇଲରେ ଗେମ୍‌ ଖେଳିବାକୁ ବାରଣ କଲେ ମାଆ, ଚରମ ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ରୀ - ନାବାଳିକାଙ୍କ ଆତ୍ମହତ୍ୟା

ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଅଭାବନୀୟ ଘଟଣା । ମୋବାଇଲରେ ଗେମ ଖେଳିବାକୁ ମା’ ବାରଣ କରିବାରୁ ଜଣେ 10 ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଲକ୍ଷ୍ନୌରେ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା !
ଲକ୍ଷ୍ନୌରେ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା !
author img

By

Published : Jan 18, 2023, 8:02 PM IST

ହାଇଦ୍ରାବାଦ: ମୋବାଇଲରେ ଗେମ ଖେଳିବାକୁ ମା’ ବାରଣ କରିବାରୁ ଜଣେ ସ୍କୁଲ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 10 ବର୍ଷୀୟା ଛାତ୍ରୀଜଣଙ୍କ ଘରେ ମୋବାଇଲରେ ଗେମ ଖେଳୁଥିବା ସୟମରେ ମା’ ବାରଣ କରିଥିଲେ । ପରେ କ୍ରୋଧିତ ହୋଇ ଛାତ୍ରୀଜଣଙ୍କ ଏପରି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଲକ୍ଷ୍ନୌରେ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା !
ଲକ୍ଷ୍ନୌରେ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା !

ଘଟଣାଟି ଗତକାଲି(ମଙ୍ଗଳବାର) ଘଟିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ଛାତ୍ରୀଜଣଙ୍କ ଗତ କିଛି ମାସ ହେବ ମୋବାଇଲରେ ଅତ୍ୟଧିକ ଗେମ୍‌ ଖେଳିବାରେ ଅଭ୍ୟସ୍ତ ହୋଇପଡିଥିଲେ । ପାଠପଢିବା ପାଇଁ ସେ ଇଚ୍ଛା ପ୍ରକାଶ କରୁନଥିଲେ । ଯାହାକୁ ନେଇ ଘରଲୋକେ ତାଙ୍କୁ ଗେମ୍‌ ଖେଳିବାରୁ ବାରଣ କରୁଥିଲେ । କାଲି ସେ ମୋବାଇଲରେ ଗେମ୍‌ ଖେଳିବା ସମୟରେ ତାଙ୍କ ମା’ ତାଙ୍କୁ ବାରଣ କରିବାରୁ ଛାତ୍ରୀଜଣଙ୍କ ହଠାତ ଉତ୍ତେଜିତ ହୋଇପଡିଥିଲେ । ମାବାଇଲ ଫିଙ୍ଗି ଦେଇ ଏକ କୋଠରୀରରେ ନିଜକୁ ବନ୍ଦ କରି ଦେଇଥିଲେ । ଘରଲୋକେ ଡୋର ଖୋଲିବା ପାଇଁ ପ୍ରାୟସ କରି ବିଫଳ ହେବା ପରେ ଡୋର ଭାଙ୍ଗିଥିଲେ । ଛାତ୍ରୀଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୋବାଇଲ ଧରିବାକୁ ବାରଣ କରିବାରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି ।

ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହ ଉଦ୍ଧାର ହୋଇଥିବା କୋଠରୀର ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସମେତ ଛାତ୍ରୀଙ୍କ ମା’ଙ୍କୁ ପୋଲିସ ଜେରା ମଧ୍ୟ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି । ଅନ୍ୟପଟେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି ।

ତେବେ ଆଜିର ଯୁବପିଢି ମୋବାଇଲର ବହୁଳ ବ୍ୟବହାର ପରି ବଦଅଭ୍ୟାସରେ ଅଭ୍ୟସ୍ତ ଥିବା ବେଳେ କୋମଳମତି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । କିଛି ଅନଲାଇନ ଗେମରେ ଅଭ୍ୟସ୍ତ ହୋଇ ଯୁବକ ଯୁବତୀ ଏକାଧିକ ଦୁର୍ଘଟଣାର ଶିକାର ହେବା ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.