ETV Bharat / bharat

୧୦ ବର୍ଷ ବୟସରେ ରୁଜୁ ହୋଇଥିଲା ମାମଲା, ୪୩ ବର୍ଷ ପରେ ନିର୍ଦ୍ଦୋଶରେ ହେଲେ ଖଲାସ - ୧୦ ବର୍ଷ ବୟସରେ ରୁଜୁ ହୋଇଥିଲା ମାମଲା

୧୦ ବର୍ଷ ହୋଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜ କରିଥିଲା ପୋଲିସ । ୪୩ ବର୍ଷ ପରେ ମିଳିଲା ନ୍ୟାୟ । ଜେଲ୍‌ରୁ ବାହାରିଲେ ଜନୈକ ବ୍ୟକ୍ତି । ଅଧିକ ପଢ଼ନ୍ତୁ

ten year old boy acquitted after 43 years in Bihar Buxar
୧୦ ବର୍ଷ ବୟସରେ ରୁଜୁ ହୋଇଥିଲା ମାମଲା, ୪୩ ବର୍ଷ ପରେ ନିର୍ଦ୍ଦୋଶରେ ହେଲେ ଖଲାସ
author img

By

Published : Oct 12, 2022, 8:37 PM IST

ପାଟନା: ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜ କରିଥିଲା ପୋଲିସ । ୪୩ ବର୍ଷ ପରେ ମିଳିଲା ନ୍ୟାୟ । ଜେଲ୍‌ରୁ ବାହାରିଲେ ଜନୈକ ବ୍ୟକ୍ତି । ପାଟନାର ମୁରାର୍‌ ଥାନା ଅଞ୍ଚଳରେ ଏଭଳି ନ୍ୟାୟ ବିଧାନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବ୍ୟକ୍ତି ଜଣକ ଗତ ୧୯୭୯ ମସିହାରେ ପ୍ରଥମ ଥର ପାଇଁ ପୋଲିସ ହାଜତକୁ ଯାଇଥିଲେ । ଏହାପରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ବିଳମ୍ବ ପରେ ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଳିଛି । ଏହାକୁ ନେଇ ଖୁସି ଜାହିର କରଛନ୍ତି ସମ୍ପୃକ୍ତ ବ୍ୟକ୍ତି ।

୧୯୭୯ ମସିହା ସେପ୍ଟେମ୍ବର ୭ ତାରିଖରେ ଚୌଙ୍ଗାଇ ଗ୍ରାମବାସୀ ଶ୍ୟାମ ବିହାରୀ ସିଂହଙ୍କ ପୁତ୍ର ମୁନା ସିଂହ ଡୁମରାଂବ ଗ୍ରାମରେ ଏକ ଦୋକାନରେ ପଶି ମାରପିଟ କରିବା ସହ ଗୁଳି ଚଳାଇବା ଓ ହତ୍ୟା କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ସମ୍ପୃକ୍ତ ବାଳକକୁ ହେପାଜତକୁ ନେଇଥିଲା । ତା ବିରୋଧରେ ୧୪୮ ବି ଓ ୩୦୭ ଧାରାରେ ମାମଲା ରୁଜୁ କରିଥିଲା ପୋଲିସ । ଏହି ଶୁଣାଣି ୪୩ ବର୍ଷ ପରେ ଶେଷ ହୋଇଛି । ବର୍ତ୍ତମାନ ମୁନା ସିଂହ ୫୩ ବର୍ଷ ବୟସରେ ଜେଲ୍‌ରୁ ବାହାରିଛନ୍ତି ।

୨୦୧୨ରେ ଏହି ମାମଲା ACJMରୁ କିଶୋର ନ୍ୟାୟ ପରିଷଦକୁ ସ୍ଥାନାନ୍ତର ହୋଇଥିଲା । ଏହାପରେ ଅନେକ ଥର ଏହି ମାମଲାରେ ଅଭିଯୋଗକାରୀଙ୍କ ସାକ୍ଷ୍ୟ ଗ୍ରହଣ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ମାମଲାର ଶୁଣାଣି ବେଳେ କୌଣସି ସାକ୍ଷୀ ଉପସ୍ଥିତ ହୋଇ ପାରିନଥିଲେ । ମୁନା ସିଂଙ୍କ ବିରୋଧରେ ଥିବା ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ସାକ୍ଷୀ ଗୁରୁତ୍ବପୂର୍ଣ୍ଣ ଥିଲା । ଏହିଭଳି ଭାବରେ ୧୦ ବର୍ଷ ବିତିଯାଇଥିଲା । ଶେଷରେ ଆଜି ମୁନା ସିଂଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବିହାରର ବକ୍ସାର ଜେଲ୍‌ରୁ ୪୩ ବର୍ଷ ପରେ ମୁକୁଳିଛନ୍ତି ମୁନା ସିଂହ । ଏହାକୁ ନେଇ ସେ ଖୁସି ଜାହିର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.